ସାଉଥ ଫିଲ୍ମରେ ୧ମିନିଟ ପାଇଁ ୪କୋଟି ନିଅନ୍ତି ଏହି ବଲିଉଡ ସୁପରଷ୍ଟାର – Kalinga News

[ad_1]
ମୁମ୍ବାଇ: ଗତ କିଛି ବର୍ଷ ହେବ ବଲିଉଡ ଏବଂ ସାଉଥ ଇଣ୍ଡଷ୍ଟ୍ରି ଏକାଠି କାମ କରିବା ଆରମ୍ଭ କରିଛନ୍ତି । ଏବେ ହିନ୍ଦୀ ସିନେମାରେ ଅନେକ ଆଗଧାଡ଼ିର ଅଭିନେତା ଅଛନ୍ତି, ଯେଉଁମାନେ ଦକ୍ଷିଣ ଭାରତୀୟ ଫିଲ୍ମର ନିର୍ଦ୍ଦେଶକଙ୍କ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଏହି ତାଲିକାରେ ଶାହାରୁଖ ଖାନ, ରଣବୀର କପୁରଙ୍କ ପରି ବଲିଉଡର ସୁପରଷ୍ଟାରଙ୍କ ନାମ ରହିଛି ।

Sambad is now on WhatsApp
Join and get latest news updates delivered to you via WhatsApp
ଆଜି ଆମେ ଆପଣଙ୍କୁ ବଲିଉଡର ଏଭଳି ଜଣେ ସୁପରଷ୍ଟାରଙ୍କ ବିଷୟରେ କହିବୁ ଯିଏ ଦକ୍ଷିଣ ଚଳଚ୍ଚିତ୍ରରେ ଗୋଟାଏ ମିନିଟର କାମ କରିବା ପାଇଁ ୪କୋଟି ଟଙ୍କା ପାରିଶ୍ରମିକ ନେଇଥିଲେ । ସେହି ଅଭିନେତାଜଣକ ହେଲେ ଅଜୟ ଦେବଗାନ୍ । କିଛି ଦିନ ତଳେ ଗେଟ୍ସ ସିନେମା ଅଜୟ ଦେବଗନଙ୍କୁ ନେଇ ଏକ ପୋଷ୍ଟ ସେୟାର କରିଥିଲା, ଯେଉଁଥିରେ ଲେଖାଥିଲା ଯେ, ଅଜୟ ଦେବଗନ ଏସଏସ ରାଜାମୌଲିଙ୍କ ଫିଲ୍ମ ‘ଆରଆରଆର’ରେ ୮ମିନିଟର କାମ କରିବା ପାଇଁ ୩୫କୋଟି ଟଙ୍କା ନେଇଥିଲେ ।
#AjayDevgn Gets a Remuneration of 35 Crores For 8 Mins Role in #RRR
pic.twitter.com/151Bdh5i7I
— GetsCinema (@GetsCinema) February 25, 2024
ଯଦି ଏହାକୁ ଭାଗ କରାଯାଏ ତେବେ ଅଜୟ ପ୍ରତି ମିନିଟ୍ ପାଇଁ ୪.୩ କୋଟି ଟଙ୍କାର ପାରିଶ୍ରମିକ ନେଇଥିଲେ । ଏହି ପୋଷ୍ଟ ଆସିବା ପରେ ସୋସିଆଲ ମିଡିଆରେ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଅଜୟ ଦେବଗନଙ୍କ ପାରିଶ୍ରମିକ ବିଷୟରେ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି |
[ad_2]