ଦୀପିକା ଗର୍ଭବତୀ ଥିବା ଜାଣିବା ପରେ ଏହି ସବୁ ବଲିଉଡ୍ ସେଲିବ୍ରିଟି ଦେଲେ ଶୁଭେଚ୍ଛା – Kalinga News

[ad_1]
ମୁମ୍ବାଇ: ପ୍ରଶଂସକଙ୍କୁ ଖୁସି ଖବର ଦେଲେ ବଲିଉଡର ଲୋକପ୍ରିୟ ଦମ୍ପତି ଦୀପିକା ପାଦୁକୋନ ଏବଂ ରଣବୀର ସିଂ। ଖୁବଶୀଘ୍ର ଦୁହେଁ ମାତାପିତା ହେବେ ବୋଲି ଜଣାଇଲେ ଦୀପିକା। ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଗର୍ଭବତୀ ଥିବା ଦୀପିକା ଘୋଷଣା କରିଛନ୍ତି। ତାଙ୍କର ଏହି ଘୋଷଣା ପରେ ବିଭିନ୍ନ ସେଲିବ୍ରିଟି ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ଦୀପିକା ଓ ରଣବୀରଙ୍କୁ ଅନିଲ କପୁର୍, ମାଧୁରୀ ଦୀକ୍ଷିତ, ସୋନମ କପୁର ଓ ଅଭିଷେକ ବଚ୍ଚନ ଆଦି ତାରକା ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ ଏହି ଖବରରେ ଖୁବ୍ ଉତ୍ସୁକ ଥିବା ପ୍ରକାଶ କରିଥିବା ବେଳେ ଡିଜାଇନର୍ ମସାବା ଗୁପ୍ତା ଏହାକୁ ଏକ ଚିର ଭଲ ଖବର ବୋଲି ଲେଖିଛନ୍ତି। ସେହିପରି ବଲିଉଡ୍ ତଥା ହଲିଉଡ୍ର ନାମୀ କଳାକାର ପ୍ରିୟଙ୍କା ଚୋପ୍ରା, ଅଭିନେତା ବିକ୍ରାନ୍ତ ମେସି, ନେଂହା ଧୁପିଆ ଆଦି ଦମ୍ପତିଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି।
ଦୀପିକାଙ୍କ ଗର୍ଭଧାରଣ ଖବର ଶୁଣିବା ପରେ ପ୍ରଶଂସକମାନେ ଖୁସିରେ ଶୁଭେଚ୍ଛା ଦେବା ଆରମ୍ଭ କରିଛନ୍ତି। ସେପ୍ଟେମ୍ବରରେ ତାଙ୍କର ପ୍ରସବ ହେବ ବୋଲି ପୋଷ୍ଟରେ ସେ ଲେଖିଛନ୍ତି।
ଏହି ପୋଷ୍ଟ ସେୟାର କରି କ୍ୟାପସନରେ ଦୀପିକା ହାତଯୋଡିଥିବା ଲୋକର ଓ ଏଭିଲ ଆଏର ଇମୋଜି ଦେଇଥିବା ଦେଖିବାକୁ ମିଳିଛି। ସେ ସେୟାର କରିଥିବା ପୋଷ୍ଟରେ ଲେଖାଯାଇଛି ଯେ, ସେପ୍ଟେମ୍ବର ୨୦୨୪। ଦୀପିକା-ରଣବୀର। ଏହି ଫଟୋରେ ଛୋଟ ପିଲାମାନଙ୍କର ପୋଷାକ, ଜୋତା, ବେଲୁନ୍ ଇତ୍ୟାଦିର ଫଟୋ ଥିବା ଦେଖିବାକୁ ମିଳିଛି।
[ad_2]