ନ୍ୟୁଜ୍ ରିଲ୍: ଦୁଇ ହାତରେ ଲେଖି ପାରୁଥିଲେ ସୁଶାନ୍ତ – Kalinga News

[ad_1]
ଚାହୁଁ ଚାହୁଁ ବିତିଗଲା ଚାରି ବର୍ଷ। ୨୦୨୦ ମସିହା ଜୁନ୍ ମାସରେ ଦୁନିଆ ଛାଡ଼ି ଚାଲି ଯାଇଥିଲେ ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ। ସୁଶାନ୍ତଙ୍କ ମୃତ୍ୟୁ ଏବେ ମଧ୍ୟ ରହସ୍ୟ ଘେରରେ ରହିଥିବା ବେଳେ ତାଙ୍କୁ ଏଯାଏ ମନରୁ ପୋଛି ପାରିନାହାନ୍ତି ପ୍ରଶଂସକ। ଜଣେ ଅଭିନେତା ହେବା ସହ ତାଙ୍କର ଶିକ୍ଷାଗତ ଦକ୍ଷତା ତାଙ୍କୁ ଭିନ୍ନ ପରିଚୟ ପ୍ରଦାନ କରିଥିଲା। ହୁଏତ ଆମ ଭିତରୁ ଅନେକ ସୁଶାନ୍ତଙ୍କ ବିଷୟରେ ସବୁ କଥା ଜାଣି ନଥିବେ । ଆପଣ ଏକଥା ଜାଣନ୍ତି କି, ସୁଶାନ୍ତ ଏକା ସମୟରେ ନିଜର ଦୁଇ ହାତରେ ଲେଖି ପାରୁଥିଲେ? ସେ ଜାତୀୟ ରସାୟନ ବିଜ୍ଞାନ ଅଲିମ୍ପିଆଡ୍ ବିଜେତା ଥିଲେ। କେବଳ ସେତିକି ନୁହେଁ, ସେ ‘ଲୁନାର୍ ରେଜିଷ୍ଟ୍ରି’ ୱେବ୍ସାଇଟ୍ ମାଧ୍ୟମରେ ଚନ୍ଦ୍ରପୃଷ୍ଠରେ ୫୫ ଲକ୍ଷ ଟଙ୍କା ଦେଇ ଏକ ଜାଗା କିଣିଥିଲେ।

Sambad is now on WhatsApp
Join and get latest news updates delivered to you via WhatsApp
ଆଉ ନିଜର ଦୂରବୀକ୍ଷଣ ଯନ୍ତ୍ର ସହାୟତାରେ ସେ ଜାଗାକୁ ଦେଖି ଖୁସି ହେଉଥିଲେ। ତାଙ୍କ ପାଖରେ ଦୁନିଆର ସବୁଠାରୁ ଉନ୍ନତ ଦୂରବୀକ୍ଷଣ ଯନ୍ତ୍ର ମିଡ୍ ଏଲ୍ଏକ୍ସ୬୦୦ ଥିଲା। ସୁଶାନ୍ତ ୧୧ଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ପାସ୍ କରିଥିଲେ। ହେଲେ ସେ କେବେ ବି ଇଞ୍ଜିନିୟରିଂ ପଢ଼ିବାକୁ ଆଗ୍ରହୀ ନଥିଲେ। ସୁଶାନ୍ତ ବାୟୁସେନା ପାଇଲଟ୍ କିମ୍ବା ମହାକାଶଚାରୀ ବନିବାକୁ ଚାହୁଁଥିଲେ। ୨୦୨୦ ମସିହା ଜୁନ୍ ୧୪ ତାରିଖରେ ସୁଶାନ୍ତଙ୍କ ଘରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। କେହି କେହି ଏହାକୁ ଆତ୍ମହତ୍ୟା ବୋଲି କହୁଥିବା ବେଳେ କେତେକ ଏହାକୁ ସୁପରିକଳ୍ପିତ ହତ୍ୟା ବୋଲି ଦାବି କରନ୍ତି। ତେବେ ଏଯାବତ୍ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ କୌଣସି ନିଷ୍କର୍ଷ ବାହାରି ପାରିନାହିଁ।
[ad_2]