ଖେଳ ଖବର

ବିସିସିଆଇ ନିର୍ଦ୍ଦେଶକୁ ଅବମାନନା ମହଙ୍ଗା ପଡ଼ିଲା: କେନ୍ଦ୍ରୀୟ ଚୁକ୍ତିରୁ ଶ୍ରେୟସ, ଈଶାନ ବିଦା – Kalinga News

[ad_1]

ନୂଆଦିଲ୍ଲୀ: ଦେଶ ପାଇଁ ଖେଳିବାକୁ ପ୍ରତିଶ୍ରୁତିବଦ୍ଧ ଖେଳାଳି ଯଦି ଘରୋଇ କ୍ରିକେଟ୍‌କୁ ଅଗ୍ରାଧିକାର ନଦିଅନ୍ତି, ତାହେଲେ ସେମାନଙ୍କ ବିରୋଧରେ କି ପ୍ରକାରର କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍‌ ତାହା ଆଜି ବିସିସିଆଇ ଜଣାଇ ଦେଇଛି। ରଣଜୀ ଟ୍ରଫି ଭଳି ଦେଶର ସବୁଠୁ ବଡ଼ ଘରୋଇ ପ୍ରତିଯୋଗିତାରେ ନଖେଳିବା ଭାରତୀୟ ବ୍ୟାଟର ଶ୍ରେୟସ ଆୟର ଓ ଈଶାନ କିଶନଙ୍କୁ ମହଙ୍ଗା ପଡ଼ିଛି। ପ୍ରାଥମିକ ପର୍ଯ୍ୟାୟରେ ଉଭୟଙ୍କୁ ବୋର୍ଡର କେନ୍ଦ୍ରୀୟ ଚୁକ୍ତିରୁ ହଟାଇ ଦିଆଯାଇଛି। ଏମାନଙ୍କ ବ୍ୟତୀତ ଚେତେଶ୍ବର ପୂଜାରା, ୟୁଝବେନ୍ଦ୍ର ଚହଲ, ଶିଖର ଧାୱନ କେନ୍ଦ୍ରୀୟ ଚୁକ୍ତିରୁ ବାଦ୍‌ ପଡ଼ିଛନ୍ତି। କେବଳ ଏତିକି ନୁହେଁ ଜାରି ହୋଇଥିବା ନୂଆ ଚୁକ୍ତି ତାଲିକାଭୁକ୍ତ ଖେଳାଳିମାନେ ଯେତେବେଳେ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳୁନଥିବେ, ସେତେବେଳେ ଘରୋଇ କ୍ରିକେଟ୍‌ ଖେଳିବା ଜାରି ରଖନ୍ତୁ ବୋଲି ବିସିସିଆଇ ପରାମର୍ଶ ଦେଇଛି।

ଈଶାନ୍‌ ଦକ୍ଷିଣ ଆଫ୍ରିକା ଗସ୍ତରୁ ଫେରିବା ପରଠୁ ବ୍ୟକ୍ତିଗତ କାରଣ ଦର୍ଶାଇ ଆଉ ଜାତୀୟ ଦଳକୁ ଫେରିପାରି ନାହାନ୍ତି। କିନ୍ତୁ ଆଇପିଏଲ୍‌ ପ୍ରସ୍ତୁତି ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦିକ ପାଣ୍ଡ୍ୟାଙ୍କ ସହିତ ସେ ଅଭ୍ୟାସ କରୁଥିବା ଦେଖାଯାଇଥିଲା। ବିସିସିଆଇର ବାରମ୍ବାର କହିବା ସତ୍ତ୍ବେ ସେ ରଣଜୀ ଟ୍ରଫିରେ ଖେଳିବାକୁ ଆସିଲେନି। ଆୟରଙ୍କୁ ମଧ୍ୟ ବିସିସିଆଇ ରଣଜୀ ଟ୍ରଫିରେ ଖେଳିବା ପାଇଁ କହିବା ପରେ ସେ ମୁମ୍ବାଇର ଶେଷ ଲିଗ୍‌ ମ୍ୟାଚ୍‌ ଓ କ୍ବାର୍ଟରଫାଇନାଲ୍‌ରେ ଖେଳି ନଥିଲେ। କେନ୍ଦ୍ରୀୟ ଚୁକ୍ତିରେ ଥିବା ଖେଳାଳିଙ୍କ ସହିତ ଭାରତ ଏ’ ପାଇଁ‌ ଖେଳୁଥିବା ଖେଳାଳିମାନେ ଯଦି ଘରୋଇ ପ୍ରତିଯୋଗିତାରେ ନଖେଳିବେ, ତାହାକୁ ଆଦୌ ବରଦାସ୍ତ କରାଯିବନି ବୋଲି ବିସିସିଆଇ ସମ୍ପାଦକ ଜୟ ଶାହ କଡ଼ା ଭାଷାରେ ଚେତାବନୀ ଦେଇଥିଲେ। ଏପରିକି ଏକ୍ଷେତ୍ରରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କୁ ମୁକ୍ତ ହସ୍ତରେ କାର୍ଯ୍ୟାନୁଷ୍ଠାନ ନେବାକୁ ବିସିସିଆଇ ପରାମର୍ଶ ଦେଇଥିଲା।

ବୁଧବାର ଜାରି ହୋଇଥିବା ଚୁକ୍ତି ତାଲିକାରେ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, ଯଶପ୍ରୀତ୍‌ ବୁମ୍‌ରା ଓ ରବୀନ୍ଦ୍ର ଜାଡ଼େଜା ଏ+ ଗ୍ରେଡ୍‌ରେ ରହିଛନ୍ତି। ପାଖାପାଖି ଦେଢ ବର୍ଷ ଧରି କ୍ରିକେଟ୍‌ଠୁ ଦୂରରେ ଥିବା ଋଷଭ ପନ୍ତ୍‌ଙ୍କୁ ଗ୍ରେଡ୍‌ ‘ବି’ରେ ସାମିଲ କରାଯାଇଛି। ଗ୍ରେଡ୍‌ ‘ସି’ରେ ରିଙ୍କୁ ସିଂହ, ତିଳକ ବର୍ମା, ଜିତେଶ ଶର୍ମା, ରଜତ ପଟିଦାରଙ୍କ ଭଳି ୧୫ଜଣ ଖେଳାଳି ସ୍ଥାନ ପାଇଛନ୍ତି। ଏଥିସହିତ ଯେଉଁ ଖେଳାଳିମାନେ ୩ ଟେଷ୍ଟ କିମ୍ବା ୮ ଦିନିକିଆ କିମ୍ବା ୧୦ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳିବେ ସେମାନେ ସ୍ବତଃ ଗ୍ରେଡ୍‌ ‘ସି’ରେ ସାମିଲ ହେବେ ବୋଲି ବିସିସିଆଇ କହିଛି। ତେଣୁ ଇଂଲଣ୍ଡ ବିପକ୍ଷ ଶୃଙ୍ଖଳାରେ ଦୁଇଟି ମ୍ୟାଚ୍‌ ଖେଳିଥିବା ଧ୍ରୁବ ଜୁରେଲ୍‌ ଓ ସରଫରାଜ୍‌ ଖାନ୍‌ ଯଦି ଧର୍ମଶାଳା ମ୍ୟାଚ୍‌ରେ ଖେଳନ୍ତି, ତାହେଲେ ସେମାନେ ମଧ୍ୟ କେନ୍ଦ୍ରୀୟ ଚୁକ୍ତିରେ ପ୍ରବେଶ କରିବେ ବୋଲି ବୋର୍ଡ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ଏଥିସହିତ ବୋଲିଂ ଚୁକ୍ତି ପାଇଁ ଆକାଶ ଦୀପ୍‌, ବିଜୟ କୁମାର ବୈଶାକ, ଉମ୍ରାନ୍‌ ମଲ୍ଲିକ, ୟଶ ଦୟାଲ, ବିଦ୍ବିତ କାଭିରପ୍ପାଙ୍କ ନାମକୁ ଚୟନ ସମିତି ସୁପାରିସ୍‌ କରିଛି।

ଚୁକ୍ତି ତାଲିକାରେ ସ୍ଥାନ ପାଇଥିବା ‌େଖଳାଳି
ଗ୍ରେଡ୍‌ ଏ+: ରୋହିତ ଶର୍ମା, ବିରାଟ କୋହଲି, ଯଶପ୍ରୀତ୍‌ ବୁମ୍‌ରା, ରବୀନ୍ଦ୍ର ଜାଡ଼େଜା
ଗ୍ରେଡ୍‌ ଏ: ରବିଚନ୍ଦ୍ରନ ଅଶ୍ବିନ, ମହମ୍ମଦ ସାମି, ମହମ୍ମଦ ସିରାଜ, କେଏଲ୍‌ ରାହୁଲ, ଶୁବମନ ଗିଲ୍‌, ହାର୍ଦିକ ପାଣ୍ଡ୍ୟା
ଗ୍ରେଡ୍‌ ବି: ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ୍‌, କୁଲଦୀପ ଯାଦବ, ଅକ୍ଷର ପଟେଲ୍‌, ଯଶସ୍ବୀ ଜୟସ୍ବାଲ୍‌
ଗ୍ରେଡ୍‌ ସି: ରିଙ୍କୁ ସିଂହ, ତିଳକ ବର୍ମା, ଋତୁରାଜ ଗାଏକ୍ବାଡ, ଶାର୍ଦ୍ଦୁଳ ଠାକୁର, ଶିବମ ଦୁବେ, ରବି ବିଷ୍ଣୋଇ, ଜିତେଶ ଶର୍ମା, ୱାସିଂଟନ୍‌ ସୁନ୍ଦର, ମୁକେଶ କୁମାର, ସଂଜୁ ସାମସନ୍‌, ଅର୍ଶଦୀପ ସିଂହ, କେଏସ୍‌ ଭରତ, ପ୍ରସିଦ୍ଧ କୃଷ୍ଣ, ଆଭେଶ କାନ୍‌, ରଜତ ପଟିଦାର।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button