ଅପରାଧ

ଏକତରଫା ପ୍ରେମ କଲା: ବିଫଳ ହୋଇ ଛୁରିଭୁସି ହତ୍ୟାକଲା – Kalinga News

[ad_1]

ଭୁବନେଶ୍ବର: ଏକ ତରଫା ଭାବେ ଭଲପାଇଲା। ତେବେ ମନ ଜିଣିବାରେ ବିଫଳ ହେବାରୁ ମହିଳାଙ୍କୁ ଛୁରି ଭୁସି ହତ୍ୟାକଲା। ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ରାଜଧାନୀର ଶିଶୁଭବନ ଅଞ୍ଚଳରେ। ମୃତ ମହିଳା ହେଲେ ବାଲେଶ୍ବର ଜିଲ୍ଲା ଜଳେଶ୍ବର ଅଞ୍ଚଳର ଗୀତାଞ୍ଜଳି ରଞ୍ଜିତା (୨୦)। ଏନେଇ କ୍ୟାପିଟାଲ୍‌ ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଛି। ଅନ୍ୟପଟେ ଘଟଣାର ୨ଦିନ ପରେ ବି ପୁଲିସ ହତ୍ୟାକାରୀର ଟେର୍‌ ପାଉନାହିଁ। ସୂଚନା ମୁତାବକ, କିଛିଦିନ ତଳେ ଯୁବକ ଜଣକ ମହିଳାଙ୍କୁ ଏକ ତରଫା ଭାବେ ଭଲପାଇ ବସିଥିଲା। ବିଭିନ୍ନ ସମୟରେ ତାଙ୍କୁ ପିଛାକରି ପ୍ରେମ ନିବେଦନ କରିବା ଭଳି ହରକତ କରିଥିଲା। ମହିଳା ତା’ର ବ୍ୟବହାରେ ଅତିଷ୍ଠ ହୋଇ ନିଜ ସ୍ବାମୀ କୁଞ୍ଜବିହାରୀ ଦତ୍ତଙ୍କୁ ଜଣାଇଥିଲେ। ଏକଥା ଅଭିଯୁକ୍ତ ଯୁବକ ଜାଣି ପ୍ରତି‌‌ଶୋଧ ପରାୟଣ ହୋଇ ଗୀତାଞ୍ଜଳିଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲା। ସେ ସୁଯୋଗକୁ ଅପେକ୍ଷା କରିଥିଲା।

ଯୋଜନା ମୁତାବକ ଯୁବକ ଜଣକ ମଙ୍ଗଳବାର ସନ୍ଧ୍ୟାରେ ଛୁରି ଧରି ଗୀତାଞ୍ଜଳିଙ୍କ ଘର ନିକଟରେ ଛକି ବସିଥିଲା। ସେ କୌଣସି କାମରେ ଘରୁ ବାହାରକୁ ଆସିଥିବା ବେଳେ ସୁଯୋଗ ପାଇ ଅଚାନକ ତାଙ୍କ ଆଡ଼କୁ ଧାଇଁ ଯାଇଥିଲା। ସେ ଛୁରି ଧରିଥିବାର ଦେଖି ମହିଳା ଜୀବନ ବିକଳରେ ଚିତ୍କାର କରି ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଅଭିଯୁକ୍ତ ତାଙ୍କ ପାଖରେ ପହଞ୍ଚିଯାଇ ‌ତାଙ୍କ ପେଟକୁ ଛୁରିରେ ଭୁସି ଚାଲିଲା। ମହିଳା ତଳେ ପଡ଼ିଯିବା ପରେ ସେଠାରୁ ଫେରାର୍‌ ହୋଇଯାଇଥିଲା। ଆଖପାଖରେ ଥିବା ଲୋକ ଧାଇଁ ଆସି ମହିଳାଙ୍କୁ ଉଦ୍ଧାର କରିବା ସହ ସ୍ବାମୀଙ୍କୁ ଜଣାଇଥିଲେ। ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ନିଆଯାଇଥିଲା। ହେଲେ ସେଠାରେ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ଆଜି ତାଙ୍କର ମୃତ୍ୟୁ ଘଟିଛି। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ପ୍ରାଥମିକ ତଦନ୍ତରୁ ବିଫଳ ପ୍ରେମର କଥା କୁହାଯାଉଛି। ହେଲେ ହତ୍ୟାପଛରେ ଆଉ କ’ଣ କାରଣ ଥାଇପାରେ, ତାହା ହତ୍ୟାକାରୀକୁ ଗିରଫ କରିବାପରେ ହିଁ ଗୁମର ଖୋଲିବ ବୋଲି ଜଣେ ଅଧିକାରୀ କହିଛନ୍ତି। ତା’କୁ କାବୁ କରିବାପାଇଁ ପୁଲିସ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ସେହିପରି ନିକଟରେ ଥିବା ସିସିଟିଭି ଫୁଟେଜ୍‌ ମଧ୍ୟ ପୁଲିସ ଠାବ କରି ଯାଞ୍ଚ କରୁଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button