ଖେଳ ଖବର

ଜାତୀୟ ପାରା ଦୌଡ଼କୁଦ: ଓଡ଼ିଶାକୁ ୪ ସ୍ବର୍ଣ୍ଣ ସହ ୯ ପଦକ – Kalinga News

[ad_1]

ଜୟନ୍ତୀ ଶ୍ରେଷ୍ଠ ମହିଳା ଖେଳାଳି

ଭୁବନେଶ୍ବର: ଗୋଆରେ ଆୟୋଜିତ ୨୨ତମ ଜାତୀୟ ପାରା ଦୌଡ଼କୁଦ ପ୍ରତିଯୋଗିତାରେ ଓଡ଼ିଶା ୪ ସ୍ୱର୍ଣ୍ଣ, ୪ ରୌପ୍ୟ ଓ ୧ କାଂସ୍ୟ ସହ ମୋଟ ୯ ପଦକ ଜିତି ଅଭିଯାନ ଶେଷ କରିଛି। ଶନିବାର ଶେଷ ଦିନରେ ଓଡ଼ିଶାକୁ ୪ ସ୍ବର୍ଣ୍ଣ ଓ ଗୋଟିଏ କାଂସ୍ୟ ମିଳିଛି। ଧାବିକା ଜୟନ୍ତୀ ବେହେରା ୩ ଓ ଜାଭ୍‌ଲିନ୍‌ ଫିଙ୍ଗାଳି ସୁଚିତ୍ରା ପରିଡ଼ା ଗୋଟିଏ ସ୍ବର୍ଣ୍ଣ ଜିତିଥିବା ବେଳେ ଗୁମ୍‌ଡା ବାର୍ଲା ହୁଇଲଚେୟାର ଟି-୫୪ ୫୦୦୦ ମିଟରରେ କାଂସ୍ୟ ଜିତିଛନ୍ତି। ଜୟନ୍ତୀ ୧୦୦, ୨୦୦ ଓ ୪୦୦ ମିଟର ଦୌଡ଼ରେ ପ୍ରଥମ ସ୍ଥାନ ଅଧିକାର ଶ୍ରେଷ୍ଠ ମହିଳା ଖେଳାଳି ଭାବେ ପୁରସ୍କୃତ ହୋଇଛନ୍ତି। ସୁଚିତ୍ରା ଏଫ୍‌-୫୫ ଜାଭ୍‌ଲିନ୍‌ରେ ୧୬.୯୯ ମିଟର ଜାଭ୍‌ଲିନ୍‌ ଫିଙ୍ଗି ଜାତୀୟ ରେକର୍ଡ ସହ ସ୍ବର୍ଣ୍ଣ କରାୟତ୍ତ କରିଛନ୍ତି। ସେ ସାଖୀ କାସାନାଙ୍କ ନାମରେ ଥିବା (୧୪.୭୩ ମିଟର) ରେକର୍ଡକୁ ଭାଙ୍ଗିଛନ୍ତି। ସୂଚନାଯୋଗ୍ୟ ଏହି ପ୍ରତିଯୋଗିତାରେ ଓଡ଼ିଶାର ୨୯ ଜଣ ‌ଖେଳାଳି ଭାଗନେଇଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button