ବାପାଙ୍କ ପ୍ରତିମୂର୍ତ୍ତି ପାଇଁ ଜାଗା ପାଇଲିନି କହି କାନ୍ଦି ପକାଇଲେ ହିମାଚଳ କଂଗ୍ରେସ ନେତା – Kalinga News
[ad_1]
ନୂଆଦିଲ୍ଲୀ : ହିମାଚଳ ପ୍ରଦେଶରେ କଂଗ୍ରେସ ପାଇଁ ସଙ୍କଟ ଲାଗି ରହିଥିବାବେଳେ କଂଗ୍ରେସ ନେତା ବିକ୍ରମାଦିତ୍ୟ ସିଂହ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ତାଙ୍କ ଇସ୍ତଫା ଘୋଷଣା କରି କାନ୍ଦି ପକାଇଛନ୍ତି। ବିକ୍ରମାଦିତ୍ୟ ସିଂହ ଆଜି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ ସୁଖବିନ୍ଦର ସିଂହ ସୁଖୁ ସରକାର ତାଙ୍କ ସ୍ବର୍ଗତ ବାବା ବୀରଭଦ୍ର ସିଂହଙ୍କୁ ଅସମ୍ମାନ କରିଛି। ସିଂହ କହିଛନ୍ତି, ହିମାଚଳରେ ୨୦୨୨ ନିର୍ବାଚନ ବୀରଭଦ୍ର ସିଂହଙ୍କ ନାମରେ ଲଢ଼ାଯାଇଥିଲା। ସେ ହେଉଛନ୍ତି ହିମାଚଳରେ ସବୁଠାରୁ ଟାଣୁଆ ନେତା ଏବଂ ସେ ୬ ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଏମିତି କୌଣସି ବ୍ୟାନର କିମ୍ବା ପୋଷ୍ଟର ନଥିବ ଯେଉଁଥିରେ ତାଙ୍କ ଫଟୋ ନଥିବ। ଭୋଟର ଦିନକ ପୂର୍ବରୁ ଖବରକାଗଜରେ ଏକ ଫୁଲ ପେଜ୍ ବିଜ୍ଞାପନ ଛପା ଯାଇଥିଲା। ଏଥିରେ ବାର୍ତ୍ତା ରହିଥିଲା, ମତେ ମନେରଖ, ମୋ ନାଁରେ ଭୋଟ୍ ଦିଅ। କିନ୍ତୁ ସବୁଠୁ ଦୁଃଖର କଥା ହେଉଛି ତାକ ପ୍ରତିମୂର୍ତ୍ତି ପାଇଁ ଜାଗା ନମିଳିବ। ବିକ୍ରମାଦିତ୍ୟ ସିଂହ କହିଛନ୍ତି, ଅତ୍ୟନ୍ତ ଦୁଃଖର ସହ ଏହା ମୁଁ କହୁଛି ଯେ ମୋ ବାପାଙ୍କ ପାଇଁ ଏକ ପ୍ରତିମୂର୍ତ୍ତି ନିର୍ମାଣ କରିବାକୁ ସେମାନଙ୍କୁ ମଲ୍ ରୋଡରେ ଜାଗା ଖଣ୍ଡେ ମିଳିଲାନି। ମୋ ସ୍ବର୍ଗତ ବାପାଙ୍କ ପାଇଁ ଏହି ସରକାରର ଏଭଳି ସମ୍ମାନ। ବିକ୍ରମାଦିତ୍ୟ ସିଂହ ଏହା କହିଥିବାବେଳେ ତାଙ୍କ ଆଖିରେ ଲୁହ ରହିନଥିଲା।
[ad_2]