ଦେଶ- ବିଦେଶ
ବାଘ ମାରି ମାଂସ ଖାଇଲେ!
କଲରାପତରିଆ ବାଘକୁ ଶିକାର କରି ମାଂସକୁ ରୋଷେଇ କରି ଖାଇଲେ ଶିକାରୀ। ଏପରି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡରେ। ଏହି ଘଟଣାରେ ବନ କର୍ମଚାରୀ ୩ ଜଣ ଶିକାରୀକୁ ଗିରଫ କରିଛି।
ଗତକାଲି ରାତିରେ ବନ ବିଭାଗର ଟିମ୍ ଗିରିଶ୍ଚନ୍ଦ୍ରପୁର ରେଞ୍ଜ ହିରାଲୋଇ ଗାଁ ପାଖ ଜଙ୍ଗଲରେ ଚଢ଼ାଉ କରିଥିଲା। ହଠାତ୍ ବନ ବିଭାଗ ଟିମ୍ର ଚଢ଼ାଉ ନେଇ କିଛି ଶିକାରୀ ଛତ୍ର ଭଙ୍ଗ ଦେଇଥିଲେ।
ବନ ବିଭାଗ କର୍ମଚାରୀ ୩ ଜଣ ଶିକାରୀକୁ କାବୁ କରିବା ସହ କଲରାପତରିଆ ବାଘର ଛାଲ, ମୁଣ୍ଡ, କିଛି ରନ୍ଧା ଓ କଞ୍ଚା ମାଂସ ଜବତ କରିଥିଲେ। ଏଥିସହ ଗୋଟିଏ ବିଦେଶୀ ବନ୍ଧୁକ ଓ ଗୁଳି ବି ଜବତ କରିଥିଲେ। କିଛି ରନ୍ଧା ମାଂସ ଜବତ ହୋଇଥିବାର ଶିକାରୀ ମାନେ ବାଘକୁ ମାରି ତାକୁ ରୋଷେଇ କରି ଖାଉଥିବା ସନ୍ଦେହ କରାଯାଉଛି।
ଅନ୍ୟପକ୍ଷରେ ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରହିଥିବା ରେଢ଼ାଖୋଲ ଡିଏଫଓ ସୂଚନା ଦେଇଛନ୍ତି।