ରାଜନୀତି

ୟୁପି, ହିମାଚଳରେ ବ୍ୟାପକ କ୍ରସ୍‌ଭୋଟିଂ: ବିଜେପିକୁ ଭୋଟ୍‌ ଦେଲେ କଂଗ୍ରେସର ୬, ଏସ୍‌ପିର ୭ ବିଧାୟକ – Kalinga News

[ad_1]

କର୍ଣ୍ଣାଟକରେ ବିଜେପି ବିଧାୟକଙ୍କ କ୍ରସ୍‌ଭୋଟିଂ

ନୂଆଦିଲ୍ଲୀ: ତିନିଟି ରାଜ୍ୟର ୧୫ଟି ରାଜ୍ୟସଭା ଆସନ ପାଇଁ ଆଜି ଅନୁଷ୍ଠିତ ନିର୍ବାଚନରେ ବ୍ୟାପକ କ୍ରସ୍‌ଭୋଟିଂ ହୋଇଛି। ହିମାଚଳ ପ୍ରଦେଶରେ ଶାସକ କଂଗ୍ରେସର ୬ ଜଣ ବିଧାୟକ ବିଜେପି ସପକ୍ଷରେ ଭୋଟ୍ ଦେଇଥିବା ବେଳେ ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟିର ୭ ଜଣ ବିଧାୟକ ମଧ୍ୟ ବିଜେପି ସପକ୍ଷରେ ଭୋଟ୍ ଦେଇଛନ୍ତି। ଫଳରେ ହିମାଚଳରେ କଂଗ୍ରେସ ପ୍ରାର୍ଥୀ ଏବଂ ୟୁପିରେ ସମାଜବାଦୀ ପାର୍ଟିର ଜଣେ ପ୍ରାର୍ଥୀ ନିଶ୍ଚିତ ବିଜୟରୁ ବଞ୍ଚିତ ହୋଇଛନ୍ତି। ଅନ୍ୟପକ୍ଷରେ ଏହି ଦୁଇଟି ଆସନରେ ବିଜେପି ପ୍ରାର୍ଥୀ ଅପ୍ରତ୍ୟାଶିତ ଭାବେ ବିଜୟ ହାସଲ କରିଛି। କର୍ଣ୍ଣାଟକରେ ବିଜେପିର ବିଧାୟକ ମଧ୍ୟ କ୍ରସ ଭୋଟିଂ କରିଛନ୍ତି। କିନ୍ତୁ ଫଳାଫଳ ବିଶେଷ ପ୍ରଭାବିତ ହୋଇନାହିଁ। ରାଜ୍ୟରେ କଂଗ୍ରେସର ୩ ଜଣ ଏବଂ ବିଜେପିର ଜଣେ ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ବିଜେପିର ସହଯୋଗୀ ଜେଡିଏସ ପ୍ରାର୍ଥୀ ହାରିଯାଇଛନ୍ତି। ୟୁପିରେ ବିଜେପି ୮ଟିରେ ବିଜୟୀ ହୋଇଥିବା ବେଳେ ସମାଜବାଦୀ ପାର୍ଟିର ଦୁଇ ଜଣ ବିଜୟୀ ହୋଇଛନ୍ତି। ହିମାଚଳ ପ୍ରଦେଶରେ କ୍ରସ୍‌ଭୋଟି ଯୋଗୁଁ ଉଭୟ କଂଗ୍ରେସ ଓ ବିଜେପି ପ୍ରାର୍ଥୀଙ୍କୁ ସମାନ୍ ୩୪ଟି ଲେଖାଏଁ ଭୋଟ୍ ମିଳିଥିଲା। ଲଟେରି ଜରିଆରେ ବିଜେପି ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣା କରାଯାଇଥିଲା।

ବିଜେପି ଛଡ଼ାଇନେଲା ୨ଟି ଆସନ

ୟୁପିରେ ୧୦ରୁ ବିଜେପି ୮, ଏସ୍‌ପି ୨
କର୍ଣ୍ଣାଟକରେ କଂଗ୍ରେସ ୩, ବିଜେପି ୧
ହିମାଚଳରେ ବିଜେପି ଲଟେରିରେ ବିଜୟୀ

ତିନିଟି ରାଜ୍ୟରେ ୧୫ଟି ଆସନ ଲାଗି ୧୮ ଜଣ ପ୍ରାର୍ଥୀ ମଇଦାନରେ ଓହ୍ଲାଇଥିଲେ। ନିଜ ସପକ୍ଷରେ ଆବଶ୍ୟକ ସଂଖ୍ୟା ନଥିଲେ ମଧ୍ୟ ବିଜେପି ତିନିଟି ଅଧିକ ପ୍ରାର୍ଥୀ ଦେବାପରେ କ୍ରସ୍‌ଭୋଟିଂକୁ ନେଇ ଆଶଙ୍କା ପ୍ରକାଶ ପାଇଥିଲା। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶଙ୍କ ନୈଶ ଭୋଜିରେ‌ ଦଳର ୬ ଜଣ ବିଧାୟକ ଅନୁପସ୍ଥିତ ରହିବାପରେ ସ୍ପଷ୍ଟ ସଙ୍କେତ ମିଳିଥିଲା ଯେ କ୍ରସଭୋଟିଂ ହେବା ନିଶ୍ଚିତ। ଆଜି ପାର୍ଟିର ୭ ଜଣ ବିଧାୟକ ବିଜେପିକୁ ଭୋଟ୍ ଦେଇଥିବା ଜଣାପଡ଼ିଛି। ତେବେ କଂଗ୍ରେସକୁ ସବୁଠାରୁ ବଡ଼ ଝଟକା ଲାଗିଛି ହିମାଚଳ ପ୍ରଦେଶରେ। କଂଗ୍ରେସ ୨୦୨୨ ନିର୍ବାଚନରେ ୬୮ଟି ଆସନରୁ ୪୦ଟି ଆସନରେ ବିଜୟୀ ହୋଇଥିଲା। ରାଜ୍ୟରୁ ଗୋଟିଏ ମାତ୍ର ଆସନ ଲାଗି ନିର୍ବାଚନ ହୋଇଥିଲା ଏବଂ କଂଗ୍ରେସ ବିଜୟ ସୁନିଶ୍ଚିତ ଥିଲା। ତା’ ସତ୍ତ୍ବେ ଏହାର ପ୍ରାର୍ଥୀ ଅଭିଷେକ ସିଂଘଭି ଆଶ୍ଚର୍ଯ୍ୟଜନକ ପରାଜୟର ସମ୍ମୁଖୀନ ହୋଇଛନ୍ତି। ରାଜ୍ୟରେ ବିଜେପିର ମାତ୍ର ୨୫ ଜଣ ବିଧାୟକ ଅଛନ୍ତି। କିନ୍ତୁ କଂଗ୍ରେସର ୬ ଜଣ ଏବଂ ତିନିଜଣ ସ୍ୱାଧୀନ ବିଧାୟକଙ୍କ କ୍ରସ୍ ଭୋଟିଂରୁ ବିଜେପି ଲାଭବାନ ହୋଇଛି। ପୂର୍ବତନ କଂଗ୍ରେସ ବିଧାୟକ ହର୍ଷ ମହାଜନଙ୍କୁ ପ୍ରାର୍ଥୀ କରି ବିଜେପି କ୍ରସ୍ ଭୋଟିଂ ମାଧ୍ୟମରେ ବାଜି ମାରିଛି। କଂଗ୍ରେସ ପ୍ରାର୍ଥୀ ପରାଜୟ ପରେ ରାଜ୍ୟରେ କଂଗ୍ରେସ ସରକାରର ଇସ୍ତଫା ଦାବି କରିଛି ବିଜେପି। ଚଳିତ ବିଧାନସଭା ଅଧିବେଶନରେ ବିଜେପି ଅନାସ୍ଥା ପ୍ରସ୍ତାବ ଆଣିବାକୁ ଯୋଜନା କରିଛି। ସେହିଭଳି ଉତ୍ତର ପ୍ରଦେଶରେ ଆଜି ସକାଳେ ଅଖିଳେଶ ଯାଦବଙ୍କୁ ଏକ ବଡ଼ ଝଟକା ଲାଗିଥିଲା, ଯେତେବେଳେ ତାଙ୍କ ମୁଖ୍ୟ ସଚେତକ ଏବଂ ଅନ୍ୟ ଚାରି ଜଣ ବିଧାୟକ ବିଜେପିର ଆର୍‌ପିଏନ୍‌ ସିଂହ ଓ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକଙ୍କ ସହ ‘ଭି-ଫର୍-ଭିକ୍ଟ୍ରି’ ଚିହ୍ନ ଦେଖାଉଥିବା ଦେଖିବାକୁ ପାଇଥିଲେ। ଯାଦବ କହିଛନ୍ତି ଯେ ସେ ବିଦ୍ରୋହୀମାନଙ୍କୁ ବହିଷ୍କାର କରିବେ।

ଅନ୍ୟପକ୍ଷରେ କର୍ଣ୍ଣାଟକରେ ବିଜେପି ଓ ଏହାର ଆଞ୍ଚଳିକ ସହଯୋଗୀ ଜେଡିଏସ୍ ୪ଟି ଆସନ ପାଇଁ ଶାସକ କଂଗ୍ରେସ ବିପକ୍ଷରେ ମୁହାଁମୁହିଁ ହୋଇଥିଲେ ଏଠାରେ କଂଗ୍ରେସର ୧୩୪, ବିଜେପିର ୬୬ ଓ ଜେଡିଏସ୍‌ର ୧୯ ବିଧାୟକ ଅଛନ୍ତି। ଜେଡିଏସ୍ ପଞ୍ଚମ ପ୍ରାର୍ଥୀ କୁପେନ୍ଦ୍ର ରେଡ୍ଡୀଙ୍କୁ ପ୍ରାର୍ଥୀ କରିଥିଲା। ଏଠାରେ ବିଜେପି ଗୋଟିଏ ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ଦଳ ଦୁଇ ଜଣ ସ୍ୱାଧୀନ ବିଧାୟକ ଓ ବିଜେପିର ଗୋଟିଏ କ୍ରସ୍ ଭୋଟ୍‌ ଜରିଆରେ ତିନୋଟି ଆସନ ହାସଲ କରିଛି। ବିଜୟୀ କଂଗ୍ରେସ ପ୍ରାର୍ଥୀମାନେ ହେଲେ ଅଜୟ ମାକନ, ନାସିର ହୁସେନ ଏବଂ ଜିସି ଚନ୍ଦ୍ରଶେଖର। ଅଜୟ ମାକନ ୪୭ ଭୋଟ୍‌ ସହିତ ବିଜୟୀ ହୋଇଥିବା ବେଳେ ବେଳେ ନାସିର ହୁସେନ ୪୬ ଏବଂ ଜିସି ଚନ୍ଦ୍ରଶେଖର ୪୬ ଭୋଟ୍‌ ପାଇ ବିଜୟୀ ହୋଇଛନ୍ତି। ଏଠାରେ ବିଜେପିର ନାରାୟଣ ବନ୍ଦିଗେ ବିଜୟୀ ହୋଇଛନ୍ତି। ରାଜ୍ୟସଭାର ୪୧ଟି ସିଟ୍ ବିନା ପ୍ରତିଦ୍ୱନ୍ଦ୍ୱିତାରେ ପୂରଣ ହୋଇଛି। ଏହି ତାଲିକାରେ କଂଗ୍ରେସର ପୂର୍ବତନ ମୁଖ୍ୟ ସୋନିଆ ଗାନ୍ଧୀ, ବିଜେପି ମୁଖ୍ୟ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଏଲ୍ ମୁରୁଗାନଙ୍କ ସମେତ ଏବେ ବିଜେପିରେ ଥିବା ପୂର୍ବତନ କଂଗ୍ରେସ ନେତା ଅଶୋକ ଚୌହ୍ୱାନ ପ୍ରମୁଖ ଅଛନ୍ତି। ମୋଟ୍ ୫୬ଟି ଆସନ ମଧ୍ୟରୁ ବିଜେପିକୁ ସର୍ବାଧିକ ୩୧ଟି ଆସନ ହାସଲ କରିଛି। ଏହାପଛକୁ କଂଗ୍ରେସର ୯ ଜଣ ରହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button