ପଙ୍କଜଙ୍କ ଶେଷକୃତ୍ୟ ସମୟରେ ଭୋ ଭୋ ହୋଇ କାନ୍ଦିଲେ ସୋନୁ ନିଗମ – Kalinga News

[ad_1]
ମୁମ୍ବାଇ: ପଞ୍ଚଭୂତରେ ବିଲୀନ ହୋଇଯାଇଛନ୍ତି ଗଜଲ ଗାୟକ ପଙ୍କଜ ଉଧାସ। ଗତକାଲି ତାଙ୍କର ଦେହାନ୍ତ ହୋଇଥିଲା । ସେ ଦୀର୍ଘଦିନ ଧରି ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ । ମୃତ୍ୟୁବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା । ଆଜି ମୁମ୍ବାଇର ୱର୍ଲିରେ ଥିବା ହିନ୍ଦୁ ଶ୍ମଶାନରେ ପଙ୍କଜ ଉଦାସଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଥିଲା | ଏହି ସମୟରେ ହିନ୍ଦୀ ସିନେମାର ଅନେକ ତାରକା ତାଙ୍କୁ ଶେଷ ବିଦାୟ ଦେବାକୁ ଆସିଥିଲେ। ମ୍ୟୁଜିକ୍ ଇଣ୍ଡଷ୍ଟ୍ରିର ଅନେକ ସେଲିବ୍ରେଟି ମଧ୍ୟ ପଙ୍କଜ ଉଦାସଙ୍କୁ ଶେଷ ସମ୍ମାନ ଜଣାଇଥିଲେ | ସୋନୁ ନିଗମଙ୍କଠାରୁ ଆରମ୍ଭ କରି ଶାନ ସମସ୍ତେ ଅନ୍ତିମ ଦର୍ଶନ ପାଇଁ ଗଜଲ ଗାୟକଙ୍କ ଘରେ ପହଞ୍ଚିଥିଲେ | ତେବେ ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ସୋନୁ ନିଗମ ଭାବପ୍ରବଣ ହୋଇଥିବା ଦେଖିବାକୁ ମିଳିଛି |

Sambad is now on WhatsApp
Join and get latest news updates delivered to you via WhatsApp
ଭିଡିଓରେ ସୋନୁ ଭୋ ଭୋ ହୋଇ କାନ୍ଦୁଥିବା ଦେଖିବାକୁ ମିଳିଥିଲା। ତାଙ୍କ ଆଖିରୁ ଲଗାତାର ଲୁହ ଝରୁଥିବାର ଦେଖିବାକୁ ମିଳିଥିଲା | ଆଜି ଅନ୍ତିମ ସଂସ୍କାର ସମୟରେ ବିଦ୍ୟା ବାଲାନ, ସୋନୁ ନିଗମ, ଶାନ, ଜାକିର ହୁସେନ୍, ବିଶାଲ ଭରଦ୍ୱାଜ, ସୁନୀଲ ଗାଭାସ୍କର, ଶଙ୍କର ମହାଦେବନ, ପେପନ୍ ପ୍ରମୁଖ ପଙ୍କଜ ଉଦାସଙ୍କର ଶେଷ ଦର୍ଶନ କରିଥିଲେ। ଉଲ୍ଲେଖ ଥାଉ କି ‘ଚିଠି ଆଇ ହୈ ’ଏବଂ ‘ଜିଏଁ ତୋ ଜିଏଁ କୈସେ’ ଭଳି ଲୋକପ୍ରିୟ ହିନ୍ଦୀ ଚଳଚ୍ଚିତ୍ର ଗୀତ ଏବଂ ଗଜଲ ପାଇଁ ବେଶ୍ ପରିଚିତି ହାସଲ କରିଥିଲେ ପଙ୍କଜ। ସେ ‘ନାମ୍’, ‘ସାଜନ’ ଏବଂ ‘ମୋହରା’ ସହିତ ଅନେକ ହିନ୍ଦୀ ସିନେମାରେ ଗୀତ ଗାଇ ଲୋକଙ୍କ ମନ ଜିଣିଥିଲେ। ତାଙ୍କର ପ୍ରସିଦ୍ଧ ଚିରସବୁଜ ଗଜଲ ଗୁଡ଼ିକ ମଧ୍ୟରେ ‘ଚାନ୍ଦିନୀ ରାତ୍ ମେଁ’, ‘ନା କଜ୍ରେ କି ଧାର୍’, ‘ଔର ଆହିସ୍ତା କିଜିୟେ ବାତେଁ’ ଏବଂ ‘ଏକ ତରଫ୍ ଉସକା ଘର’ ଏବଂ ‘ଥୋଡ଼ି ଥୋଡି ପିୟା କରୋ’ ଆଦି ରହିଛି। ମହେଶ ଭଟ୍ଟଙ୍କ ୧୯୮୬ ମସିହାର ‘ନାମ୍’ ସିନେମାରେ ଗାଇଥିବା ଗୀତ ଜରିଆରେ ସେ ପ୍ରସିଦ୍ଧି ହାସଲ କରିଥିଲେ। ତାଙ୍କର ଗୀତ ‘ଚିଠି ଆଇୟେ ହୈ’ ପ୍ରବଳ ହିଟ୍ ହୋଇଥିଲା।
[ad_2]