ସର୍ଭେ ରିପୋର୍ଟ ନେଇ ହଟଚମଟ: ଜନହିତ ଟାଇମ୍ସ ସର୍ଭେରେ ବିଜେଡିକୁ ୧୮ଲୋକସଭା – Kalinga News

[ad_1]
ଭୁବନେଶ୍ବର: ସାଧାରଣ ନିର୍ବାଚନକୁ ଆଉ କିଛିଦିନ ବାକି ଥିବା ବେଳେ ଓଡ଼ିଶା ସମ୍ପର୍କରେ ବିଭିନ୍ନ ସଂସ୍ଥାର ଆଗୁଆ ନିର୍ବାଚନୀ ସର୍ଭେକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା। ପୂର୍ବରୁ ଜାତୀୟ ଗଣମାଧ୍ୟମ ସଂସ୍ଥା ଟାଇମ୍ସ ନାଓ, ଇଣ୍ଡିଆ ଟୁଡେ ନିଜର ସର୍ଭେ ରିପୋର୍ଟ ପ୍ରକାଶ କରିଥିଲେ। ଗତକାଲି ଦି ଫେଡେରାଲ ଓ ଜନହିତ ଟାଇମ୍ସର ସର୍ଭେ ରିପୋର୍ଟ ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି। ଜନହିତ ଟାଇମ୍ସ ପକ୍ଷରୁ ହୋଇଥିବା ସର୍ଭେରେ କୁହାଯାଇଛି ଯେ ବିଜେଡି ଆଗାମୀ ନିର୍ବାଚନରେ ୧୮ଟି ଲୋକସଭା ସିଟ୍ ହାତେଇବ। ବିଜେପି ୨ଟି ଓ କଂଗ୍ରେସକୁ ଗୋଟିଏ ସିଟ୍ ମିଳିବ। ସର୍ଭେରେ କୁହାଯାଇଛି ଯେ ବିଜେଡି ପାଖରେ ଉପକୂଳ ଓଡ଼ିଶାରେ ଏବେ ୧୨ଟି ଲୋକସଭା ସିଟ୍ ରହିଛି। ଗତଥର ବିଜେଡି ଭୁବନେଶ୍ବର, ବାଲେଶ୍ବର ଓ ମୟୂରଭଞ୍ଜ ସିଟ୍ରେ ପରାସ୍ତ ହୋଇଥିଲା। ମାତ୍ର ଚଳିତଥର ଏହାକୁ ହାସଲ କରବିାରେ ସକ୍ଷମ ହେବ। କଂଗ୍ରେସ ଖାତାରେ କୋରାପୁଟ ଥିବା ବେଳେ ଏଥର ବିଜେଡି ଏହାକୁ ଛଡ଼ାଇ ଆଣିବ। ପଶ୍ଚିମ ଓଡ଼ିଶାରୁ ୨ଟି ସିଟ୍ ଆସିବ। ଫଳରେ ବିଜେଡି ସମୁଦାୟ ୧୮ଟି ଲୋକସଭା ସିଟ୍ ପାଇବ। ଗତ ନିର୍ବାଚନରେ ବିଧାନସଭାରେ ବିଜେଡି ଭଲ ପ୍ରଦର୍ଶନ କରିଥିଲା। ମାତ୍ର ଲୋକସଭାରେ ପ୍ରାର୍ଥୀ ଚୟନରେ ତ୍ରୁଟି ପାଇଁ ବିଜେଡିକୁ କ୍ଷତି ସହିବାକୁ ପଡ଼ିଥିଲା। ଗତ ୫ବର୍ଷ ଭିତରେ ବିଜେଡି ସରକାରର କାମ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକପ୍ରିୟତା ବଢ଼ିଛି। ତେଣୁ ବିଧାନସଭା ଓ ଲୋକସଭାରେ ବିଜେଡି ଭଲ ପ୍ରଦର୍ଶନ କରିବ। ଗତକାଲି ଦି ଫେଡେରାଲ-ପୁଥିୟାଥାଲାଇମୁରାଇ-ଏପିଟି ପକ୍ଷରୁ ଦେଶବ୍ୟାପୀ ହୋଇଥିବା
Sambad is now on WhatsApp
Join and get latest news updates delivered to you via WhatsApp
ସର୍ଭେରେ ଓଡ଼ିଶାରେ ବିଜେପି ୨୦ଟି ସିଟ୍ ପାଇବ ବୋଲି ଚିତ୍ର ଆଙ୍କିଥିଲା। ଏଥିରେ ବିଜେଡି ଗୋଟିଏ ସିଟ୍ ଓ କଂଗ୍ରେସ ଖାତା ଖୋଲିପାରିବ ନାହିଁ ବୋଲି କୁହାଯାଇଥିଲା। ସର୍ଭେରେ ଦର୍ଶାଯାଇଥିଲା ଯେ ୨୦୧୯ ନିର୍ବାଚନରେ ବିଜେପିକୁ ଲୋକସଭାରେ ୩୮% ଭୋଟ୍ ମିଳିଥିବା ବେଳେ ୨୦୨୪ରେ ଏହା ବୃଦ୍ଧି ପାଇ ୫୫%ରେ ପହଞ୍ଚିବ। ଏହି ସମୟରେ ବିଜେଡି ୪୨%ରୁ ୧୯%କୁ ଖସି ଆସିବ। ସେହିପରି କଂଗ୍ରେସକୁ ପୂର୍ବରୁ ୧୩% ଭୋଟ୍ ମିଳିଥିବା ବେଳେ ଏଥର ନିର୍ବାଚନରେ ଦଳ ମାତ୍ର ୯% ଭୋଟ୍ ପାଇବ। ଏହି ସର୍ଭେ ଉପରେ ପ୍ରତିକ୍ରିୟା ପ୍ରକାଶ କରି ବିଜେଡି ମୁଖପାତ୍ର ସ୍ବୟଂ ପ୍ରକାଶ ମହାପାତ୍ର କହିଛନ୍ତି, ନିଜର ହତାଶ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ଓଡ଼ିଶା ବିଜେପି ଏକ ଜାଲ ସର୍ଭେ କରି ବିଜେପିର ଦୃଢ଼ ସଂପର୍କ ଥିବା ଏକ ଗଣମାଧ୍ୟମ ସଂସ୍ଥାର ଆଶ୍ରୟ ନେଇଛି। ଯେଉଁ ସଂଗଠନର ରିପୋର୍ଟ ଓଡ଼ିଶା ବିଜେପି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରୁଛି, ତାହାର ମାଲିକ ବିଜେପିରେ ଯୋଗ ଦେଇଛନ୍ତି। ଏସ୍ଆରଏମ୍ ଗ୍ରୁପ୍ ଅଫ ଇନଷ୍ଟିଚ୍ୟୁସନ୍ ଶିକ୍ଷା ମନ୍ତ୍ରାଳୟ ଅଧୀନରେ ଆସୁଥିବା ବେଳେ କେନ୍ଦ୍ର ମନ୍ତ୍ରୀ ଓଡ଼ିଶା ସଂପର୍କରେ ଏହି ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ତାଙ୍କୁ ହାତ କରିଛନ୍ତି। ଓଡ଼ିଶାର ୧୪୭ ବିଧାନସଭା ଓ ଲୋକସଭା ଆସନ ପାଇଁ ବିଜେପିର ପ୍ରାର୍ଥୀ ନାହାନ୍ତି। ଏକ ବର୍ଷ ଭିତରେ ହୋଇଥିବା ସମସ୍ତ ସର୍ଭେରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧ ନମ୍ବର ମୁଖ୍ୟମନ୍ତ୍ରୀ ଭାବେ ସ୍ଥାନ ପାଇଛନ୍ତି। ଏହା ବିଜେପିର ମନୋବଳକୁ ଭାଙ୍ଗି ଦେଇଛି। ତେଣୁ କର୍ମୀଙ୍କ ମନୋବଳକୁ ବଢ଼ାଇବାକୁ ରାଜ୍ୟ ବିଜେପି ଜାଲ ସର୍ଭେ ରିପୋର୍ଟ ପ୍ରସ୍ତୁତ କରିଥିବା ଶ୍ରୀ ମହାପାତ୍ର କହିଛନ୍ତି।
[ad_2]




