ଗିରଫ ପରେ ସଲମାନଙ୍କ ଘର ସାମ୍ନାରେ ଗୁଳି କରିଥିବା ଦୁଇ ଅଭିଯୁକ୍ତ କହିଲେ, ଗୁଳି ମାଡ଼ କରିବା ସହଜ ନଥିଲା – Kalinga News

[ad_1]
ନୂଆଦିଲ୍ଲୀ: ବଲିଉଡର ସୁପରଷ୍ଟାର ସଲମାନ ଖାନଙ୍କ ଘର ବାହାରେ ହୋଇଥିବା ଗୁଳିକାଣ୍ଡ ଘଟଣାକୁ ନେଇ ସମସ୍ତେ ଚକିତ ହୋଇଯାଇଛନ୍ତି। ସଲମାନଙ୍କ ଭଳି ଜଣେ ନାମୀଦାମୀ ଷ୍ଟାରଙ୍କ ଘର ବାହାରେ ୨୪ଘଣ୍ଟା ଧରି କଡ଼ା ସୁରକ୍ଷା ବ୍ୟବସ୍ଥା ରହିଥାଏ। ଏଭଳି ବ୍ୟବସ୍ଥା ଥିବା ସତ୍ତ୍ବେ ବି ଦୁଇଜଣ ଯୁବକ କିପରି ଗୁଳିମାଡ଼ କଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

Sambad is now on WhatsApp
Join and get latest news updates delivered to you via WhatsApp
ଏହି ଘଟଣାର ମୁମ୍ବାଇର କ୍ରାଇମବ୍ରାଞ୍ଚ ପୁଲିସ ତୁରନ୍ତ ଆକସନ ନେଇ ୨ ଅଭିଯୁକ୍ତଙ୍କୁ ଗୁଜୁରାଟରରୁ ଗିରଫ କରିଥିଲା । ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି ବିହାରର ପଶ୍ଚିମ ଚମ୍ପରନ ଜିଲ୍ଲାର ମସିହିର ୨୪ ବର୍ଷିୟ ବିକି ସାହେବ ଗୁପ୍ତା ଏବଂ ୨୧ ବର୍ଷିୟ ସାଗର ପାଲ । ଏପ୍ରିଲ ୧୪ ତାରିଖ ଦିନ ବିକି ଓ ସାଗର ୫ଟି ଗୁଳି ଫୁଟାଇଥିଲେ। ଗୋଟିଏ ଗୁଳି ସଲମାନଙ୍କ ବାଲକୋନିରେ ଯାଇ ପଡ଼ିଥିଲା। ସଲମାନ ପ୍ରାୟତଃ ଏହି ବାଲକୋନିକୁ ଆସି ତାଙ୍କ ଫ୍ୟାନ୍ସମାନଙ୍କ ସହ ଦେଖା କରିଥାଆନ୍ତି।
ଏହି ଗୁଳିକାଣ୍ଡ ଘଟଣାକୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି। ଉକ୍ତ ଖବରଟି ହେଲା ସଲମାନଙ୍କ ଘର ସାମ୍ନାରେ ଗୁଳି ଫୁଟାଇବା ପୂର୍ବରୁ ସାଗର ଓ ବିକି ଦୁହେଁ ବିହାରର ଚମ୍ପାରଣାରେ ଅସ୍ତ୍ର କିପରି ଚଲାଇବାକୁ ହେବ ତାହାର ଅଭ୍ୟାସ କରିଥିଲେ। ଗୁଳିଫୁଟାଇବାର ପୂର୍ବଦିନ ରାତିରେ ଦୁହିଁଙ୍କୁ ବନ୍ଧୁକ ପ୍ରଦାନ କରାଯାଇଥିଲା।
ଗିରଫ ପରେ ପଚରାଉଚରା ସମୟରେ ସାଗର ଓ ବିକି କ୍ରାଇମବ୍ରାଞ୍ଚ ସାମ୍ନାରେ ଗୁଳିକାଣ୍ଡ ଘଟଣାକୁ ନେଇ କହିଥିଲେ, ‘ସଲମାନଙ୍କ ଘର ସାମ୍ନାରେ ଗୁଳି କରିବା ସହଜ ନଥିଲା। ଏଥିପାଇଁ ଅନେକ ଥର ଅଭ୍ୟାସ କରିବାକୁ ପଡ଼ିଛି।’
[ad_2]