ଖେଳ ଖବର

ଟେଷ୍ଟ କ୍ରିକେଟର ହେବେ ମାଲାମାଲ୍: ବଢ଼ିବ ଦରମା,ବିସିସିଆଇ ଶୀଘ୍ର ନେବ ବଡ଼ ନିଷ୍ପତ୍ତି – Kalinga News

[ad_1]

ପରବର୍ତ୍ତୀ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ ଏଣ୍ଟ୍ରି ସୁଯୋଗ, ରେଡ ବଲ ମୁହାଁ ହେବେ ଖେଳାଳି

କୋଲକାତା: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ହେଉଛି ପୃଥିବୀର ସବୁଠାରୁ ଧନୀ କ୍ରିକେଟ ବୋର୍ଡ। ଭାରତରେ କ୍ରିକେଟ ଖେଳ ମଧ୍ୟ କୌଣସି ଗ୍ଲାମରଠାରୁ କମ୍ ନୁହେଁ। ଦେଶର ପ୍ରତି କ୍ରିକେଟର ଜଣେ ଜଣେ ସେଲିବ୍ରିଟି ହୋଇଥାନ୍ତି। କ୍ରିକେଟରମାନଙ୍କ ଦରମା ନେଇ ମଙ୍ଗଳବାର ବେଶ ଚର୍ଚ୍ଚା ଆରମ୍ଭ ହୋଇଛି। ଏହାର ମୁଖ୍ୟ କାରଣ ହେଉଛି ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ଏକ ଖବର। ଏଥିରେ ପ୍ରକାଶ ପାଇଥିଲା ଯେ, ଟେଷ୍ଟ କ୍ରିକେଟରେ ଖେଳାଳିଙ୍କ ଦରମା ବଢ଼ିବା ନେଇ ବିସିସିଆଇ ଚିନ୍ତା କରୁଛି ଏବଂ ଏମ୍ପର୍କରେ ନିଷ୍ପତ୍ତି ଖୁବ୍ ଶୀଘ୍ର ନେବ।
ଏହା ସହିତ ଲଗାତାର ଟେଷ୍ଟ କ୍ରିକେଟ ଖେଳୁଥିବା ଖେଳାଳିଙ୍କୁ ପରବର୍ତ୍ତୀ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ ପୁରସ୍କାର ସ୍ବରୂପ ଏଣ୍ଟ୍ରି ମିଳିବାର ଆଶା ଅଧିକ ରହିବ।

ଏଭଳି ନିଷ୍ପତ୍ତି ନେଇ ବିସିସିଆଇ ଯେଉଁ କ୍ରିକେଟରମାନେ ଟେଷ୍ଟ କ୍ରିକେଟରରୁ ଦୂରତା ବଢ଼ାଉଛନ୍ତି ସେମାନଙ୍କ ପାଇଁ ଏକ ଚେତାବନୀ ମଧ୍ୟ ଦେବାକୁ ଯାଉଛି। ତେବେ ବୋର୍ଡ ପକ୍ଷରୁ ଏନେଇ କୌଣସି ଅଫିସିଆଲ ସୂଚନା ପ୍ରଦାନ କରାଯାଇ ନାହିଁ।

ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଅର୍ନ୍ତଗତ ଏ ପ୍ଲସ୍, ଏ, ବି ଏବଂ ସି ବର୍ଗର ଖେଳାଳିଙ୍କ ବାର୍ଷିକ ଦରମା ଭିନ୍ନ ଭିନ୍ନ ରହିଛି। ଏ ପ୍ଲସ୍ ବର୍ଗ ଖେଳାଳିଙ୍କ ଦରମା ବାର୍ଷିକ ୭ କୋଟି ଟଙ୍କା ଥିବାବେଳେ ଏ ବର୍ଗ ଖେଳାଳିଙ୍କ ଦରମା ୫ କୋଟି ଏବଂ ବି ବର୍ଗ ଖେଳାଳିଙ୍କ ଦରମା ୩ କୋଟି ରହିଛି। ସେହିପରି ସି ବର୍ଗ ଖେଳାଳିଙ୍କ ଦରମା ବାର୍ଷିକ ୧ କୋଟି ଟଙ୍କା ରହିଛି।

ଏହା ସହିତ ପ୍ରତି ମ୍ୟାଚରେ ଖେଳାଳିଙ୍କ ଫିସ୍ ମଧ୍ୟ ଭିନ୍ନ ଭିନ୍ନ ରହିଥାଏ। ଗୋଟିଏ ଟେଷ୍ଟ ମ୍ୟାଚ ଖେଳିଲେ ଭାରତୀୟ ଖେଳାଳିଙ୍କୁ ୧୫ ଲକ୍ଷ ଟଙ୍କା ମିଳୁଥିବା ବେଳେ ୱାନଡେ ଖେଳିଲେ ୬ ଲକ୍ଷ ଏବଂ ଟି-୨୦ ଖେଳିଲେ ୩ ଲକ୍ଷ ଟଙ୍କା ଦିଆଯାଇଥାଏ।

ଏବେ ଟେ‌ଷ୍ଟ ମ୍ୟାଚରେ ଦରମା ବୃଦ୍ଧି କରିବା ନିଷ୍ପତ୍ତି ବିସିସିଆଇ ନେଲେ ଟେଷ୍ଟର ରେଡ ବଲ ମ୍ୟାଚଠାରୁ ଦୂରେଇ ଯାଉଥିବା ଖେଳାଳି ପୁଣି ଟେଷ୍ଟମ୍ୟାଚ ମୁହାଁ ହେବାର ଯଥେଷ୍ଟ ସମ୍ଭାବନା ଥିବା ଇଣ୍ଡିଆନ ଏକ୍ସପ୍ରେସ୍ ରିପୋର୍ଟରେ କୁହାଯାଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button