ଅପରାଧ

ଅନଲାଇନ‌ରେ ଗେମ ଖେଳି ୪ଲକ୍ଷ ଟଙ୍କା ହାରିଯିବା ପରେ ମା’କୁ ହତ୍ୟା କଲା ପୁଅ – Kalinga News

[ad_1]

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଫେତହପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଅନ୍‌ଲାଇନ୍‌ ଗେମ୍‌ ଖେଳି ୪ ଲକ୍ଷ ଟଙ୍କା ହାରିବା ପରେ ପୁଅ ବାପା ଓ ମା’ଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ମୃତ ମା’ଙ୍କ ନାମ ପ୍ରଭା ଦେବୀ ।

ଏହି ଘଟଣାକୁ ନେଇ ପ୍ରଭା ଦେବୀଙ୍କ ସ୍ବାମୀ  ରୋଶନ ସିଂହ କହିଛନ୍ତି,‘ ଆମେ ସମସ୍ତେ ଚିତ୍ରକୁଟ ଜିଲ୍ଲା ରାଜାପୁରସ୍ଥିତ ହନୁମାନ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲୁ। ସେଠାରୁ ଦର୍ଶନ ସାରିବା ପରେ ପ୍ରଭା ଦେବୀ ନଥ‌ି‌ଲେ। ଅନେକ ଖୋଜାଖୋଜି ପରେ ପ୍ରଭା ଦେବୀଙ୍କ କୌଣସି ସୂଚନା ମିଳି ନଥିଲା।

ପୁଅ ହିମାଂଶୁକୁ ମା’ କେଉଁଆଡେ ଗଲା ବୋଲି ପଚାରିବାରୁ ସେ କହିଥିଲା ମା’ ତାର ବାପଘରକୁ ଚାଲି ଯାଇଛି। ଏହାପରେ ମୋତେ ହିମାଂଶୁ କଥାରେ ସନ୍ଦେହ ହୋଇଥିଲା। ମୁଁ ପୁଲିସରେ ପ୍ରଭାଦେବୀ ନିଖୋଜ ଥିବା ସୂଚନା ଦେଇଥିଲି।  ପୁଲିସ ତଦନ୍ତ କରି ହିମାଂଶୁକୁ ପଚରାଉଚରା କରିଥିଲା। ପଚରାଉଚରା ସମୟରେ ହିମାଂଶୁ ତାର ମା’କୁ ହତ୍ୟା କରିଥିବା କହିଥିଲା।’

ଏହି ଘଟଣାକୁ ନେଇ ହିମାଂଶୁକୁ ପୁଲିସ ପଚାରିବାରୁ ସେ କହିଥିଲା, ‘ଅନଲାଇନ  ‌ଖେଳରେ ମୁଁ ୪ଲକ୍ଷ ଟଙ୍କା ହାରି ଯାଇଥିଲି। ସାଙ୍ଗ ଠାରୁ ବି ନେଇଥିବା ଋଣକୁ ଶୁଝି ପାରୁ ନଥିଲି। ଋଣ ଟଙ୍କ‌ାକୁ ସାଙ୍ଗମାନେ ବ‌ାରମ୍ବାର ମାଗୁଥିଲେ।

ମୋ‌ତେ କିଛି ଉପାୟ ଦେଖାଯାଇ ନଥିଲା। ଶେଷରେ ମୁଁ ଗତ ଡିସେମ୍ବର ମାସରେ ବାପା ଓ ମା’ଙ୍କ ୫୦-୫୦ଲକ୍ଷ ଟଙ୍କାର ବିମା କରାଇଥିଲି। ମା’କୁ ହତ୍ୟା ପ‌ରେ ୫୦ଲକ୍ଷ ଟଙ୍କା ପାଇବି। ଏହି ଟଙ୍କାରେ ମୁଁ ସମସ୍ତ ଋଣ ଶୁଝି ଦେବି ବୋଲି ଚିନ୍ତା କରି ଏଭଳି ଏକ କାଣ୍ଡ ଘଟାଇ ଦେଇଛି।’



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button