ଅପରାଧ

ମେଟ୍ରିମୋନିଆଲ୍‌ରେ ବିବାହ ପ୍ରତିଶ୍ରୁତି: ଯୁବତୀଙ୍କ ପରିବାରଠୁ ଠକିନେଲେ ୧. ୧୦ଲକ୍ଷ ଟଙ୍କା – Kalinga News

[ad_1]

ରାଉରକେଲା: ମେଟ୍ରିମୋନିଆଲ୍‌ ୱେବ୍‌ସାଇଟ୍‌ ‘ଜୀବନସାଥୀ ଡଟ୍‌ କମ୍‌’ରେ ବିବାହିତ ଯୁବକ କଳାକାରନାମା ପଦା‌ରେ ପଡ଼ିଛି। ଛେଣ୍ଡକଲୋନି ଅଞ୍ଚଳର ଜଣେ ଯୁବତୀଙ୍କ ପରିବାରଠୁ ୧ ଲକ୍ଷ ୧୦ ହଜାର ଟଙ୍କା ନେଇ ପୁଲିସ ଦ୍ବାରା ବନ୍ଧା ହୋଇଛନ୍ତି। ଗିରଫ ଯୁବକ ଜଣକ ହେଉଛନ୍ତି ଅନୁଗୋଳ ଅଞ୍ଚଳର।

ମିଳିଥିବା ସୂଚନା ମୁତାବକ ବିବାହିତ ଯୁବକ ଜୀବନସାଥୀ ଡଟ୍‌ କମ୍‌ ୱେବ୍‌ସାଇଟ୍‌ରେ ନିଜର ଫଟୋ ପୋଷ୍ଟ କରିଥିଲେ। ନିଜକୁ ଅବିବାହିତ ଦର୍ଶାଇ ବିବାହ ପାଇଁ ନିଜ ସମ୍ପର୍କରେ ବିସ୍ତୃତ ତଥ୍ୟ ମଧ୍ୟ ପୋଷ୍ଟ କରିଥିଲେ। ଛେଣ୍ଡକଲୋନି ଅଞ୍ଚଳର ଜଣେ ଯୁବତୀ ସେହି ମେଟ୍ରୋ‌ମୋନିଆଲ ସାଇଟ୍‌ରେ ଯୁବକଙ୍କ ସମ୍ପର୍କରେ ଆସିଥିଲେ। ଯୁବକଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ। ଗତ ୬ ମାସ ଧରି ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଯୁବତୀ ଜଣକ ପରିବାର ସଦସ୍ୟଙ୍କୁ ସେହି ଯୁବକଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ। ପରିବାର ଲୋକ ଯୁବତୀଙ୍କ ପ୍ରସ୍ତାବରେ ରାଜି ହୋଇଯାଇଥିଲେ। ଗତ ମାର୍ଚ୍ଚ ୩ରେ ବିବାହ ତାରିଖ ଧାର୍ଯ୍ୟ ହୋଇଥିଲା। ବିବାହ ତାରିଖ ଧାର୍ଯ୍ୟ ହେବା ପରେ ଯୁବକ ଜଣକ ଯୁବତୀଙ୍କ ପରିବାରକୁ କିଛି ଟଙ୍କା ମାଗିଥିଲେ ଏବଂ ନିଜର ଆକାଉଣ୍ଟ ନମ୍ବର ମଧ୍ୟ ଦେଇଥିଲେ।

ଯୁବତୀଙ୍କ ପରିବାର ୧ ଲକ୍ଷ ୧୦ ହଜାର ଟଙ୍କା ପଠାଇଥିଲେ। ହେଲେ ବିବାହର ଦୁଇ ଦିନ ପୂର୍ବରୁ ଯୁବକ ଜଣକ ବିବାହିତ ଥିବା ଜାଣିବା ପରେ ପରିବାର ଲୋକ ଓ ଯୁବତୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏ ସଂକ୍ରାନ୍ତରେ ଛେଣ୍ଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ଯୁବକଙ୍କ ମୋବାଇଲ ଟ୍ରାକିଂ କରି ଅନୁଗୁଳରୁ ଧରିବାରେ ସଫଳ ହୋଇଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button