ଜ୍ୟୋତିଷ

ନାରୀମାନେ ପିନ୍ଧୁଥିବା ପାଉଁଜିର ରହିଛି ଅନେକ ମହତ୍ତ୍ୱ! ରୂପା ପାଉଁଜି ପିନ୍ଧିବାର ଏହି ୫ଟି ଫାଇଦା ଜାଣି ହେବେ ଆଶ୍ଚର୍ଯ୍ୟ

ନାରୀ ମାନଙ୍କୁ ଯେଉଁ କେତୋଟି ଅଳଙ୍କାର ପିନ୍ଧିବା ପାଇଁ ପସନ୍ଦ ହୋଇଥାଏ ସେଗୁଡିକ ମଧ୍ୟରୁ ପାଉଁଜି ଅନ୍ୟତମ। ହିନ୍ଦୁ ଶାସ୍ତ୍ର ଅନୁଯାଇ ନାରୀର ୧୬ ଶୃଙ୍ଗାର ମଧ୍ୟରୁ ପାଉଁଜି ଅନ୍ୟତମ। ଏହା କେବଳ ନାରୀର ସୌନ୍ଦର୍ଯ୍ୟର ପ୍ରତୀକ ନୁହେଁ ବରଂ ଏହାକୁ ନାରୀର ବ୍ୟକ୍ତିତ୍ୱର ପରିଚୟ ଭାବରେ ଗ୍ରହଣ କରାଯାଇଥାଏ। ତେବେ, ପାଉଁଜି ବିଷୟରେ ଆସନ୍ତୁ ଜାଣିବା କିଛି ଜଣା ଅଜଣା କଥା:

୧. ହିନ୍ଦୁ ଶାସ୍ତ୍ର ଅନୁଯାଇ ନାରୀଙ୍କୁ ଘରର ଲକ୍ଷ୍ମୀଙ୍କ ମର୍ଯ୍ୟାଦା ଦିଆଯାଇଛି। ପାଉଁଜି ଶବ୍ଦ ହେବା ଦ୍ୱାରା ଘରକୁ ମାଆ ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ ବୋଲି କୁହାଯାଏ।

Paunji

୨. କାହିଁ କେଉଁ କାଳରୁ ପାଉଁଜିର ବ୍ୟବହାର ହୋଇ ଆସୁଛି। ଆଗ କାଳରେ ପାଉଁଜି ପିନ୍ଧିବା ଧନୀକ ହେବାର ପରିଚୟ ପ୍ରଦାନ କରୁଥିଲା। ଯିଏ ଯେତେ ଓଜନ ଏବଂ ମୋଟା ପାଉଁଜି ପିନ୍ଧୁଥିଲା ସେ ସେତେ ଧନୀ ବୋଲି ବିବେଚନା କରାଯାଉଥିଲା।

୩. ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଚାନ୍ଦିର ଉତ୍ପତି ମହାଦେବଙ୍କ ଦାନ ଅଟେ। ତେଣୁ, ରୂପା ପାଉଁଜି ପିନ୍ଧିବା ଦ୍ୱାରା ଦୈବୀ ଶକ୍ତି ମହିଳାଙ୍କ ଆଡକୁ ଆକର୍ଷିତ ହୋଇଥାନ୍ତି ବୋଲି କୁହାଯାଏ।

Paunji

୪. ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ ରୂପା ଅନ୍ୟ ଧାତୁ ତୁଳନାରେ ଅଧିକ ପ୍ରତିକ୍ରିୟାଶୀଳ ଅଟେ। ତେଣୁ, ଏହାକୁ ବ୍ୟବହାର କରିବା ଦ୍ୱାରା ଶାରୀର ଭିତରୁ ଶକ୍ତ ହୋଇଥାଏ।

୫. ପାଉଁଜି ଶବ୍ଦକୁ ମୁନି ଋଷିମାନେ ଅନ୍ତ୍ୟନ୍ତ ଶୁଭ ବୋଲି ବିବେଚନା କରିଥାନ୍ତି। ଘରେ ପାଉଁଜି ଶବ୍ଦ ହେବା ଦ୍ୱାରା ନକରାତ୍ମକ ଶକ୍ତି ଦୂରେଇ ରହିଥାନ୍ତି ବୋଲି ବିଶ୍ୱାସ କରାଯାଇ ଥାଏ।

Paunji

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button