ସ୍ୱାସ୍ଥ୍ୟ

ବିଶ୍ୱାସ ନଲାଗିଲେ ବି ସତ! କଣ୍ଡୋମକୁ ନିଶା ଭାବରେ ବ୍ୟବହାର କରୁଛନ୍ତି ଯୁବପିଢ଼ି! ଦିନକରେ ସରି ଯାଉଛି ଷ୍ଟକ୍, ଜାଣନ୍ତୁ ପୂରା ଖବର

ଯୌନ ସମ୍ପର୍କ ରଖିବା ସମୟରେ କଣ୍ଡୋମକୁ ଲୋକେ ପ୍ରତିରୋଧକ ଭବାରେ ବ୍ୟବହାର କରିଥାନ୍ତି। ଯୌନ ସମ୍ପର୍କ ଦ୍ୱାରା ବ୍ୟାପୁଥିବା ରୋଗ ଏବଂ ଗର୍ଭଧାରଣରୁ ବଞ୍ଚିବା ପାଇଁ ଏହାର ବ୍ୟବହାର କରାଯାଇଥାଏ। କିନ୍ତୁ, ଏବେ କିଛି ଯୁବପିଢ଼ି ଏହାକୁ ନିଶା ଭାବରେ ବ୍ୟବହାର କରୁଛନ୍ତି। କଥାଟି ଶୁଣିଲେ ବିଶ୍ୱାସ ହେଉନଥିଲେ ହେଁ ଏହା ସମ୍ପୂର୍ଣ୍ଣ ଭବାରେ ସତ ଅଟେ।

Condom

ଦୁର୍ଗାପୁରରେ ରହୁଥିବା କିଛି ଯୁବକ କଣ୍ଡୋମ ଦ୍ୱାରା ନିଶା କରିବାରେ ଲିପ୍ତ ଥିବା ଜଣାପଡ଼ିଛି। ଦୁର୍ଗାପୁରର ବିଭିନ୍ନ ସ୍ଥାନ ଯଥା, ଦୁର୍ଗାପୁର ସିଟି ସେଣ୍ଟର, ବିଦ୍ଧ ନଗର, ବେନାଚିଟି, ମୁଚିପାରା, ସି ଜୋନ୍, ଏ ଜୋନରେ ଗତକିଛି ଦିନ ହେବ କଣ୍ଡୋମ ବିକ୍ରୟ ବହୁମାତ୍ରାରେ ବୃଦ୍ଧି ପାଇଥିଲା। ଜଣେ ଦୋକାନୀ ନିଜର ନିତିଦିନିଆ ଗ୍ରାହକକୁ ଏଥିନେଇ ପଚାରିବା ପରେ ପୁରା ସତ ସାମ୍ନାକୁ ଆସିଥିଲା। ପୂର୍ବରୁ ଦିନକୁ ମାତ୍ର ୮-୧୦ଟି ପ୍ୟାକେଟ କଣ୍ଡୋମ ବିକ୍ରି ହେଉଥିବା ବେଳେ ଏବେ ଦୋକାନରେ ଷ୍ଟକ୍ ସରିଯାଉଥିବା ଦୋକାନୀ ଜଣକ କହିଛନ୍ତି।

Condom

ଏଥିନେଇ ଦୁର୍ଗାପୁର ଆରଏ କଲେଜ ମଡେଲ ସ୍କୁଲ ରସାୟନ ବିଜ୍ଞାନ ଶିକ୍ଷକ ନୁରୁଲ ହକ କହିଛନ୍ତି ଯେ କିଛି ସୁଗନ୍ଧିତ କଣ୍ଡୋମକୁ ଗରମ ପାଣିରେ ବତୁରାଇ ରଖିବା ପରେ ସେହି ପାଣି ନିଶାରେ ପରିଣତ ହୋଇ ଯାଇଥାଏ। ପୂର୍ବରୁ ଯୁବପିଢ଼ି ନିଶା ସେବନ ପାଇଁ ଡେନଡ୍ରାଇଟ ଅଠା, ଜୋତା ଇଙ୍କ ବ୍ୟବହାର କରୁଥିବା ଖବର ସାମ୍ନାକୁ ଆସିଥିଲା। ତେବେ, ଯୁବପିଢ଼ିଙ୍କର ନିଶା ପାଇଁ ଏହି ନୂଆ ସଉକ ସରକାର ତଥା ପ୍ରଶାସନକୁ ଚିନ୍ତାରେ ପକାଇ ଦେଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button