ଅପରାଧ

ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହେବାପରେ ଦୁଗ୍ଧ ବୋହି ନେଇଗଲେ ଲୋକେ – Kalinga News

[ad_1]

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ସୋନଭଦ୍ରରୁ ବନାରସ ଯାଉଥିବା ଏକ ଦୁଗ୍ଧ ଭର୍ତ୍ତି ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହେବାପରେ ସେଥିରେ ଭର୍ତ୍ତି ଥିବା ଦୁଗ୍ଧକୁ ସ୍ଥାନୀୟଲୋକେ ବୋହି ନେଇ ଯାଇଥିଲେ। ଏହି ଘଟଣା ସମ୍ପର୍କ‌ରେ ସୂଚନା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ସ୍ଥାନକୁ ସିଲ କରି ଦେଇଥିଲା। ଏଥିସହିତ ଲୋକଙ୍କୁ ଦୁଗ୍ଧ ବୋହି ନେଇଯିବାରୁ ଅଟକାଇଥିଲା। ଏହି ଘଟଣାର ଏକ ଭିଡିଓ ବି ସୋସିଆଲ ମିଡିଆରେ ଘୁରି ବୁଲୁଛି।

ତେବେ ଏମିତି ଏକ ଘଟଣା କିଛିଦିନ ପୂର୍ବରୁ ଉତ୍ତରପ୍ରଦେଶର ଝାନସୀରେ ଘଟିଥିଲା। ଝାନସୀରେ ଦୁଇଟି ଟ୍ରକ ମଧ୍ୟ‌ରେ ଧକ୍କା ହୋଇଥିଲା। ଧକ୍କା ହୋଇଥିବା ଦୁଇଟି ଟ୍ରକ ମଧ୍ୟରୁ ଗୋଟିଏରେ ନୂଆବାଇକ ଥିବା ବେଳେ ଅନ୍ୟଟି‌ରେ ଡେୟରି କମ୍ପାନିର ଦେଶୀ ଘିଅ ଭର୍ତ୍ତି ହୋଇଥିଲା।

ଘିଅ ଭର୍ତ୍ତି ଥିବା ଟ୍ରକ ଚାଳକ ଏହି ଦୁର୍ଘଟଣାକୁ ନେଇ କହିଥିଲେ, ଡେୟରି କମ୍ପାନିର ଘିଅ ନେଇ ଚେନ୍ନାଇରୁ ଦିଲ୍ଲୀ ଯାଉଥିବା ବେଳେ ଫାଇନାନ୍ସ କମ୍ପାନିର ଲୋକ ଟ୍ରକକୁ ଜାତୀୟରାଜପଥରେ ଅଟକାଇ ଦେଇଥିଲେ। ଏହାପରେ ସେମାନେ ଗାଡ଼ିର କାଗଜପତ୍ର ଯାଞ୍ଚ କରୁଥିଲେ। ଟ୍ରକ ରାସ୍ତାପାର୍ଶ୍ବ‌ରେ ଛିଡ଼ା ହୋଇଥିବା ବେଳେ ଆଉ ଏକ ଟ୍ରକ ଦ୍ରୁତଗତିରେ ଅଛି ପଛରୁ ଧକ୍କା ଦେଇଥିଲା। ଫଳରେ ଘିଅ ଭର୍ତ୍ତି ଟ୍ରକ ରାସ୍ତାରେ ଓଲଟି ପଡ଼ିଥିଲା। ଏହାପରେ ଏଥିରେ ଥିବା ଘିଅ ଭର୍ତ୍ତି ପ୍ୟାକେଟ ରାସ୍ତାକୁ ଛିଟିକି ପଡ଼ିଥିଲା। ସ୍ଥାନୀୟଲୋକେ ଯିଏ ଯେତେ ପାରିଥିଲେ ବୋହି ନେଇଯାଇଥିଲେ। ନଷ୍ଟ ହୋଇଥିବା ଘିଅର ମୂଲ୍ୟ ଲକ୍ଷ‌ାଧିକ ଟଙ୍କା ହୋଇଥିବା ଅନୁମାନ କରାଯାଉଛି।’



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button