ଅପରାଧ

ତାମିଲନାଡୁର କୋଏମ୍ବାଟୁରରେ ବିଜେପି ଓ ଡିଏମକେ କର୍ମୀ ମୁହାଁମୁହିଁ, ୭ ଆହତ – Kalinga News

[ad_1]

ଚେନ୍ନାଇ: ତାମିଲନାଡୁର କୋଏମ୍ବାଟୁରରେ ବିଜେପି ପ୍ରାର୍ଥୀ କେ ଆନ୍ନାମଲାଇଙ୍କ ନିର୍ବାଚନ ପ୍ରଚାର ସମୟକୁ ନେଇ ବିଜେପି ଓ ଡିଏମକେ ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ହେବାରୁ ଅତି କମ୍‌ରେ ୭ ଜଣ ଆହତ ହୋଇଛନ୍ତି।
ଗୁରୁବାର ରାତିରେ ଡିଏମ୍‌କେ ସଦସ୍ୟମାନେ ଅନ୍ନାମଲାଇଙ୍କ ପ୍ରଚାର ଅଭିଯାନକୁ ରାତି ୧୦ଟା ସୀମା ଅତିକ୍ରମ କରିଇବା ନେଇ ପ୍ରଶ୍ନ ଉଠାଇବାରୁ ଏହି ବିବାଦ ଆରମ୍ଭ ହୋଇଥିଲା।

ଏହି ସଂଘର୍ଷରେ ପ୍ରବଳ ଜନସମାଗମ ହେବାରୁ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଅଧିକ ଗମ୍ଭୀର ହେବା ପୂର୍ବରୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲା। ଜଣେ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

ତାମିଲନାଡୁ ବିଜେପି ରାଜ୍ୟ ସଭାପତି କେ ଆନ୍ନାମଲାଇ କୋଏମ୍ବାଟୁର ଆସନରୁ ନିର୍ବାଚନ ଲଢୁଥିବା ବେଳେ ଡିଏମକେ କୋଏମ୍ବାଟୁରର ପୂର୍ବତନ ମେୟର ଗଣପତି ରାଜକୁମାରଙ୍କୁ ବିରୋଧୀଙ୍କ ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟ ପାଇଁ ପ୍ରାର୍ଥୀ କରିଛି। ଗୁରୁବାର ରାତିରେ ଡିଏମ୍‌କେ ସଦସ୍ୟମାନେ ଅନ୍ନାମଲାଇଙ୍କ ପ୍ରଚାର ଅଭିଯାନକୁ ରାତି ୧୦ଟା ସୀମା ଅତିକ୍ରମ କରିଇବା ନେଇ ପ୍ରଶ୍ନ ଉଠାଇବାରୁ ଏହି ବିବାଦ ଆରମ୍ଭ ହୋଇଥିଲା। ବିଜେପି ଓ ଡିଏମକେ ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ହେବାରୁ ଅତି କମ୍‌ରେ ୭ ଜଣ ଆହତ ହୋଇଛନ୍ତି।

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button