ରିୟାଙ୍କ ବିରୋଧରେ ଜାରି ହୋଇଥିବା ଲୁକଆଉଟ ସର୍କୁଲାର ରଦ୍ଦ କଲେ ବମ୍ବେ ହାଇକୋର୍ଟ – Kalinga News

[ad_1]
ମୁମ୍ବାଇ: ଏବେ ପୁଣି ଥରେ ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଚର୍ଚ୍ଚାରେ ଅଛନ୍ତି। ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠାରୁ ତାଙ୍କୁ କୋର୍ଟର ଚକ୍କର କାଟିବାକୁ ପଡ଼ୁଥିଲା। ଅଭିନେତାଙ୍କ ମୃତ୍ୟୁ ଘଟଣାର ଅନୁସନ୍ଧାନ ଏପର୍ଯ୍ୟନ୍ତ ଶେଷ ହୋଇନଥିବା ବେଳେ ସୁଶାନ୍ତଙ୍କ ମୃତ୍ୟୁ ପାଇଁ ତାଙ୍କ ପରିବାର ରିୟାଙ୍କୁ ଦାୟୀ କରିଥିବାରୁ ଅଭିନେତ୍ରୀଙ୍କ ବିରୋଧରେ ଲୁକଆଉଟ ସର୍କୁଲାର ଜାରି କରାଯାଇଥିଲା। କିନ୍ତୁ ଆଜି ଅଭିନେତ୍ରୀଙ୍କୁ ବମ୍ବେ ହାଇକୋର୍ଟ ଆଶ୍ବସ୍ତ କରିଛନ୍ତି। ତାଙ୍କ ବିରୋଧରେ ଜାରି ହୋଇଥିବା ଲୁକ୍ ଆଉଟ୍ ସର୍କୁଲାରକୁ ରଦ୍ଦ କରିଛନ୍ତି ବମ୍ବେ ହାଇକୋର୍ଟ।
Sambad is now on WhatsApp
Join and get latest news updates delivered to you via WhatsApp
ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଲୁକ୍ ଆଉଟ୍ ସର୍କୁଲାର ବିରୋଧରେ କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ଲୁକ୍ ଆଉଟ୍ ସର୍କୁଲାର ହେତୁ ରିୟା କିମ୍ବା ତାଙ୍କ ଭାଇ କୋର୍ଟଙ୍କ ଅନୁମତି ବିନା ଦେଶ ବାହାରକୁ ଯାଇପାରୁନଥିଲେ। ଏହି କାରଣରୁ ଏହାକୁ ରଦ୍ଦ କରିବା ପାଇଁ ରିୟା ଆବେଦନ କରିବା ପରେ ଆଜି ଜଷ୍ଟିସ ରେବତୀ ମୋହିତେ ଡେରେ ଏବଂ ଜଷ୍ଟିସ ମଞ୍ଜୁଶା ଦେଶପାଣ୍ଡେଙ୍କ ଖଣ୍ଡପୀଠ ରିୟା ଓ ତାଙ୍କ ଭାଇଙ୍କ ସପକ୍ଷରେ ରାୟ ଦେଇ ଲୁକ୍ ଆଉଟ୍ ସର୍କୁଲାର ରଦ୍ଦ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ୧୪ ଜୁନ୍ ୨୦୨୦ରେ ଅଭିନେତା ସୁଶାନ୍ତ ସିଂ ରାଜପୁତ ତାଙ୍କ ଫ୍ଲାଟରେ ମୃତ୍ୟୁବରଣ କରିଥିଲେ। ତାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ସଦସ୍ୟ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଅନେକ ମାମଲା ଦାୟର କରିଥିଲେ। ରିୟା ଏବଂ ତାଙ୍କ ଭାଇଙ୍କୁ ପୁଲିସ ଗିରଫ ମଧ୍ୟ କରିଥିଲା। ପରେ ତାଙ୍କୁ କୋର୍ଟ ଜାମିନ ପ୍ରଦାନ କରିଥିଲେ। କିନ୍ତୁ ଏବେ ବି ରିୟା ଏବଂ ତାଙ୍କ ଭାଇଙ୍କ ବିରୋଧରେ ଅନେକ ମାମଲା ବିଚାରାଧୀନ ଅଛି।
[ad_2]




