ଦେଶ- ବିଦେଶ

ଲୋକସଭା ନିର୍ବାଚନ ପୂର୍ବରୁ ଖଡ଼ଗେଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା – Kalinga News

[ad_1]

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଜେଡ୍ ପ୍ଲସ ସୁରକ୍ଷା ମିଳିଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ଦ୍ବାରା ଦେଶବ୍ୟାପୀ ସବୁଠି ଖଡ଼ଗେଙ୍କୁ ଜେଡ୍ ପ୍ଲସ ସୁରକ୍ଷା ଦିଆଯାଇଛି। ଖଡ଼ଗେଙ୍କୁ ମିଳିଥିବା ଧମକ ପାଇଁ ତାଙ୍କୁ ଜେଡ୍ ପ୍ଲସ ସୁରକ୍ଷା ଦେବାପାଇଁ ଗୃ୍ହ ମନ୍ତ୍ରାଳୟ ଦ୍ବାରା ନିଷ୍ପତ୍ତି ନିଆଯାଇଛି। ସିଆରପିଏଫ୍ କମାଣ୍ଡୋମାନେ ଖଡ଼ଗେଙ୍କୁ ଜେଡ୍ ପ୍ଲସ ସୁରକ୍ଷା ଦେବେ। ପ୍ରମୁଖ ବିରୋଧୀ ଦଳର ସଭାପତି ଭାବେ ଖଡ଼ଗେ ଆଗାମୀ ଲୋକସଭା ନିର୍ବାଚନ ପାଇଁ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ନିର୍ବାଚନ ପ୍ରଚାର କରିବେ। ଏହି ଦୃଷ୍ଟିରୁ ତାଙ୍କ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଖଡ଼ଗେଙ୍କୁ ଏବେ ପ୍ରାୟ ୩୦ ସିଆରପିଏଫ କମାଣ୍ଡୋ ସୁରକ୍ଷା ଦେବେ।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button