ମନୋରଞ୍ଜନ

ସୋନାକ୍ଷୀଙ୍କ ଶଶୁରଙ୍କୁ ନେଇ ଆଶ୍ଚର୍ଯ୍ୟ କଲା ଭଳି ପୋଷ୍ଟ କଲେ ଲବ୍ – Kalinga News

[ad_1]

ମୁମ୍ବାଇ: ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ତାଙ୍କ ଜୀବନର ଏକ ନୂଆ ପର୍ଯ୍ୟାୟରେ ପାଦ ଦେଇସାରିଛନ୍ତି। ସେ ତାଙ୍କର ପ୍ରେମିକ ଜହିର ଇକବାଲଙ୍କୁ ଜୁନ୍ ୨୩ରେ ବିବାହ କରିଥିଲେ। ଦିନରେ ସୋନାକ୍ଷୀ କୋର୍ଟ ମ୍ୟାରେଜ୍ କରିଥିଲେ, ଯେଉଁଥିରେ କେବଳ ଘନିଷ୍ଠ ବନ୍ଧୁ ଏବଂ ପରିବାର ସଦସ୍ୟଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଏହା ପରେ ରାତିରେ ନିଜର ବଲିଉଡ ସାଙ୍ଗମାନଙ୍କ ପାଇଁ ସେ ବଡ଼ ବିବାହ ଭୋଜିର ଆୟୋଜନ କରିଥିଲେ। ହେଲେ ବିବାହରେ ତାଙ୍କ ଭାଇ ଲବ ଯୋଗ ଦେଇନଥିବା ଦେଖାଯାଇଥିଲା।

ତେବେ ଏହାକୁ ନେଇ ଦ୍ବନ୍ଦ୍ବ ଥିବା ବେଳେ ଏବେ ଏକ୍ସରେ ପୋଷ୍ଟ କରି ଲୋକଙ୍କ ଦ୍ବନ୍ଦ୍ବ ଦୂର କରିଛନ୍ତି ଲବ୍। ସେ ଲେଖିଛନ୍ତି ଯେ, “ତାଙ୍କ ପରିବାର ବ୍ୟବସାୟ ବିଷୟରେ ଖୁବ ଯତ୍ନର ସହ ଖବର ପ୍ରସ୍ତୁତ କରାଯାଇଥିଲା, ବରଙ୍କ ବାପା ଜଣେ ରାଜନେତାଙ୍କ ନିକଟତର ହେବା ପରେ ତାଙ୍କ ବିରୋଧରେ ଚାଲୁଥିବା ଇଡିର ତଦନ୍ତ ୱାଶିଂ ମେସିନ୍’ରେ ନିଖୋଜ ହୋଇଯାଇଥିଲା ଏବଂ ବରର ବାପା ଦୁବାଇରେ ଥିଲେ ବୋଲି ଜଣାପଡ଼ିନଥିଲା।” ଏଭଳି ବୁଲାଇ ବଙ୍କାଇ ଲବ ପୋଷ୍ଟ କରିିଥିବା ବେଳେ ସୋନାକ୍ଷୀଙ୍କ ଶଶୁରଙ୍କୁ ସେ ଟାର୍ଗେଟ କରିଥିବା ନେଇ ଚର୍ଚ୍ଚା ଜୋର ଧରିଛି।

लव ने बता दी सोनाक्षी की शादी में शामिल न होने की वजह, बोले- 'मैं कुछ लोगों के साथ नहीं जुड़ूंगा, मेरे खिलाफ झूठे...

ଏହି ପୋଷ୍ଟ ପରେ ସେ ଆଉ ଏକ ପୋଷ୍ଟ କରି ଲେଖିଛନ୍ତି, ‘ମୁଁ କାହିଁକି ଏଥିରେ ଜଡିତ ନଥିଲି ଏହାର କାରଣ ଅତ୍ୟନ୍ତ ସ୍ପଷ୍ଟ, ଏବଂ ଯାହା ହେଉନା କାହିଁକି, ମୁଁ କିଛି ଲୋକଙ୍କ ସହ ଜଡିତ ହେବାକୁ ଚାହୁଁ ନାହିଁ। ମୁଁ ଖୁସି ଯେ ପିଆର ଟିମ୍ ଦ୍ୱାରା ଉପସ୍ଥାପିତ ନକଲି କାହାଣୀକୁ ବିଶ୍ୱାସ କରିବା ପରିବର୍ତ୍ତେ ଗଣମାଧ୍ୟମର ଜଣେ ସଦସ୍ୟ ତାଙ୍କର ଗବେଷଣା କରିଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button