ଅତ୍ୟଧିକ ଥଣ୍ଡା ଯୋଗୁଁ ଆମେରିକାରେ ଭାରତୀୟ ବଂଶୋଦ୍ଭବ ଛାତ୍ରଙ୍କ ମୃତ୍ୟୁ – Kalinga News

[ad_1]
ନୂଆଦିଲ୍ଲୀ : ଆମେରିକାର ଇଲିଅନିସ ୟୁନିଭର୍ସିଟିର ଜଣେ ଭାରତୀୟ ବଂଶୋଦ୍ଭବ ଛାତ୍ର ଅକୁଲ ଧାୱନ ହାଇପୋଥର୍ନିଆରେ ମୃତ୍ୟୁ ହୋଇଯାଇଛି। ସାଙ୍ଗମାନଙ୍କ ସହ ବାହାରେ ବୁଲୁଥିବାବେଳେ ତାଙ୍କୁ ଏକ ନାଇଟ କ୍ଲବରେ ଭିତରକୁ ଯିବାପାଇଁ ଅନୁମତି ମିଳିନଥିଲା। ଫଳରେ ଅତ୍ୟଧିକ ଥଣ୍ଢାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଜାନୁଆରି ୨୦ରେ ଧାୱନଙ୍କର ମୃତ୍ୟୁ ହୋଇଯାଇଥିଲା। ତେବେ କ୍ୟାମ୍ପେନ କାଉଣ୍ଟି କରୋନର୍ସ ଅଫିସ ପକ୍ଷରୁ ଫେବ୍ରୁଆରି ୨୦ ତାରିଖରେ ତାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ କରାଯାଇଛି। ଜାନୁଆରି ୨୦ ତାରିଖ ସନ୍ଧ୍ୟାରେ ଧାୱନ ତାଙ୍କ ସାଙ୍ଗମାନଙ୍କ ସହ ଡ୍ରିଙ୍କ୍ କରିଥିଲେ। କିନ୍ତୁ ରାତି ୧୧.୩୦ ବେଳକୁ ସବୁକିଛି ବଦଳି ଗଲା। ଧାୱନଙ୍କ ବନ୍ଧୁମାନେ କ୍ୟାନୋପି କ୍ଲବରେ ପ୍ରବେଶ କଲେ। କିନ୍ତୁ କ୍ଲବର କର୍ମଚାରୀମାନେ ଧାୱନଙ୍କୁ କ୍ଲବରେ ପୂରାଇ ଦେଲେନି। ଫଳରେ ଧାୱନଙ୍କୁ ସାରା ରାତି ବାହାରେ ରହିବାକୁ ପଡ଼ିଥିଲା। ସେଦିନ ରାତିରେ ତାପମାତ୍ରା ୨.୭ ଡିଗ୍ରି ଥିଲା। ରାତିସାରା ଧାୱନଙ୍ ସାଙ୍ଗମାନେ ତାଙ୍କୁ ଫୋନ୍ କରିଥିଲେ। କିନ୍ତୁ ସେ ଉଠାଇ ନଥିଲେ। ସେଦିନ ରାତିରେ ପ୍ରବଳ ଥଣ୍ଡାରେ ତାଙ୍କର ମୃତ୍ୟୁ ହୋଇଗଲା।
[ad_2]