ରାଜନୀତି

ରାହୁଲଙ୍କ ସହ ଯାତ୍ରାରେ ସାମିଲ ହୋଇପାରନ୍ତି ଅଖିଳେଶ ଯାଦବ – Kalinga News

[ad_1]

ନୂଆଦିଲ୍ଲୀ: ସିଟ୍ ଭାଗବଣ୍ଟାକୁ ନେଇ ଖୁବଶୀଘ୍ର କଂଗ୍ରେସ ଓ ସମାଜବାଦୀ ପାର୍ଟି ମଧ୍ୟରେ ନିଷ୍ପତ୍ତି ହୋଇପାରେ । ଏହା ଭିତରେ ମଙ୍ଗଳବାର କଂଗ୍ରେସର ‘ଭାରତ ଯୋଡ ନ୍ୟାୟ ଯାତ୍ରା’ରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ରାଏବରେଲିରେ ରାହୁଲଙ୍କ ସହ ଯାତ୍ରାରେ ସାମିଲ ହୋଇପାରନ୍ତି।

ଅଖିଳେଶ ଯାତ୍ରାରେ ସାମିଲ ହେବାକୁ ନେଇ କଂଗ୍ରେସ ମହାସଚିବ କହିଛନ୍ତି, ‘‘ଆମର ବିଶ୍ୱାସ ଅଛି ଅଖିଳେଶ ଯାତ୍ରାରେ ସାମିଲ ହେବେ। ଏହାପୂର୍ବରୁ ‘ଆପନା ଦଳ’ର ନେତା ପଲ୍ଲବୀ ପଟେଲ ମଧ୍ୟ ରାହୁଲଙ୍କ ଯାତ୍ରାରେ ସାମିଲ ହୋଇଥିଲେ। ସେହିଭଳି ଯାତ୍ରାକୁ ନେଇ ଅଖିଳେଶ କହିଛନ୍ତି, ସମାଜବାଦୀ ପାର୍ଟି ଏହି ଯାତ୍ରାରେ ସାମିଲ ହେବ ଏବଂ ସିଟ୍ ଭାଗବଣ୍ଟାକୁ ନେଇ ଥିବା ଦ୍ୱନ୍ଦ୍ୱ ଦୂର ହେବ । ୨୦୨୪ ନିର୍ବାଚନ ସମ୍ବିଧାନ ବଞ୍ଚାଇବା ପାଇଁ ଏବଂ ଭାଇଚାରା ସୃଷ୍ଟି କରୁଥିବା ନିର୍ବାଚନ ହେବ।’’

ଏହାପୂର୍ବରୁ ମଧ୍ୟ ଅଖିଳେଶ ସ୍ପଷ୍ଟ କରିଥିଲେ ରାଏବରେଲି କିମ୍ବା ଆମେଠିରୁ ଯାତ୍ରାରେ ରାହୁଲଙ୍କ ସହ ରହିବେ । କିନ୍ତୁ ଦୁଇ ଦଳ ମଧ୍ୟରେ ଏଯାଏ ସିଟ୍ ଭାଗବଣ୍ଟା ଛିଡୁନଥିବାରୁ ସମାଜବାଦୀ ପାର୍ଟି ଏହି ଯାତ୍ରାରୁ ଦୂରେଇ ରହିବ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଏବେ ଯାତ୍ରାରେ ଅଖିଳେଶ ସାମିଲ ହେବା ନେଇ ସୂଚନା ମିଳିଛି । ଗତ ୨୭ ଜାନୁଆରିରୁ ସମାଜବାଦୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ସିଟ୍ ଭାଗବଣ୍ଟା ଆଗକୁ ବଢୁନି । ଉତ୍ତରପ୍ରଦେଶରେ କଂଗ୍ରେସକୁ ୧୧ଟି ସିଟ୍ ଦେବାକୁ ସମାଜବାଦୀ ପାର୍ଟି ଘୋଷଣା କରିଥିଲା କିନ୍ତୁ କଂଗ୍ରେସ ୨୦ରୁ ୨୨ଟି ସିଟ୍ ଦାବି କରୁଛି । ଯାହାକୁ ନେଇ ସିଟ୍ ଭାଗବଣ୍ଟାକୁ ନେଇ କୌଣସି ନିଷ୍କର୍ସ ବାହାରି ପାରୁନାହିଁ । କିନ୍ତୁ ଖୁବଶୀଘ୍ର ସିଟ୍ ଭାଗବଣ୍ଟାକୁ ନେଇ ଦ୍ୱନ୍ଦ୍ୱ ଦୂର ହେବ ବୋଲି ଉଭୟ ଦଳ ପକ୍ଷରୁ କୁହାଯାଉଛି ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button