ରାଜନୀତି

ନବୀନ ପଟ୍ଟନାୟକ ବିରୋଧୀ ଦଳ ନେତା, ପ୍ରସନ୍ନ ଆଚାର୍ଯ୍ୟ ଉପନେତା – Kalinga News

[ad_1]

ଭୁବନେଶ୍ବର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିରୋଧୀ ଦଳ ନେତା‌ ହେବେ। ଆଜି ବିଜେଡି ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବିଧାୟକ ଦଳ ବୈଠକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହିଞ୍ଜିଳିରୁ ବିଧାୟକ ନବୀନ ପଟ୍ଟନାୟକ ବିଜେଡି ବିଧାୟକ ଦଳ ବୈଠକରେ ନେତା ନିର୍ବାଚିତ ହୋଇଛନ୍ତି। ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

ସେହିପରି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିଜେଡି ବିରୋଧୀ ଦଳର ଉପନେତା କରିଛି। ଯାଜପୁର ଜିଲ୍ଲା ବିଝାରପୁର ବିଧାୟିକା ପ୍ରମିଳା ମଲ୍ଲୀକ ବିରୋଧୀ ଦଳର ମୁଖ୍ୟ ସଚେତକ ଓ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବିଧାୟକ ପ୍ରତାପ ଦେବ ବିରୋଧୀ ଦଳ ଉପମୁଖ୍ୟ ସଚେତକ ହୋଇଛନ୍ତି।

ବୈଠକରେ ବିଜେଡି ଉପସଭାପତି ଦେବୀ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ଦେବୀ ତ୍ରିପାଠୀ, ରାଜେନ୍ଦ୍ର ଢୋଲକିଆ, ଅଶୋକ ପଣ୍ଡା, ସଂଜୟ ଦାସବର୍ମା, ଶଶିଭୂଷଣ ବେହେରା, ପ୍ରସନ୍ନ ଆଚାର୍ଯ୍ୟ, ପ୍ରତାପ ଦେବ, ପ୍ରମିଳା ମଲ୍ଲିକ, ବିଏମ୍‌ସି ‌ମେୟର ସୁଲୋଚନା ଦାସ ପମୁଖ ଉପସ୍ଥିତ ଥିଲେ। ଦୀର୍ଘ ୨୪ ବର୍ଷ କ୍ଷମତାରେ ବସିବା ପରେ ଏବେ ବିରୋଧୀ ଆସନକୁ ଆସିଛି ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button