ବିରୋଧର ମୂଳଦୁଆ ପଡ଼ିଲା! ସୁପ୍ରିମୋ ଡାକିଲେ, ସନାତନ ଗଲେନି – Kalinga News

[ad_1]
କେନ୍ଦୁଝର: ଦିନ ଥିଲା ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖା କରିବା ଏକ ସୌଭାଗ୍ୟ ବୋଲି ବିବେଚନା କରାଯାଉଥିଲା। ବିଜେଡି ସରକାର ଭାଙ୍ଗିବାପରେ ସବୁକିଛି ଯେମିତି ବଦଳିଯାଇଛି। ଏହାର ଏକ ଜ୍ବଳନ୍ତ ଉଦାହରଣ ସ୍ବରୂପ ନବନିର୍ବାଚିତ ବିଧାୟକଙ୍କ ବୈଠକରେ ଯୋଗଦେବା ପାଇଁ ବିଜେଡି ସୁପ୍ରିମୋ ଡାକିଥିଲେ ବି କେନ୍ଦୁଝର ଜିଲ୍ଲା ଚମ୍ପୁଆର ନବନିର୍ବାଚିତ ବିଜେଡି ବିଧାୟକ ସନାତନ ମହାକୁଡ଼ ଯାଇନାହାନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୫ ତାରିଖରେ ବୈଠକରେ ଯୋଗଦେବାକୁ ସନାତନଙ୍କୁ ଫୋନ୍ ଆସିଥିଲେ ବି ସେ ବାହାନା ଦେଖାଇ ବୈଠକକୁ ଯାଇପାରିବେନି କହିଥିଲେ। ଆଶ୍ଚର୍ଯ୍ୟର କଥା ହେଲା, ଯେତେବେଳେ ନବୀନ ନିବାସରେ ବିଧାୟକମାନଙ୍କର ବୈଠକ ସରିଲା, ଠିକ୍ ସେହିଦିନ ସନ୍ଧ୍ୟାରେ ସନାତନ ଚମ୍ପୁଆରୁ ଭୁବନେଶ୍ବର ଅଭିମୁଖେ ଯାଇଥିବା ସୂଚନା ମିଳିଛି। ତେବେ, ଦଳର ସୁପ୍ରିମୋଙ୍କ ବୈଠକକୁ କାହିଁକି ସନାତନ ଜାଣିଶୁଣି ଗଲେନି ତାକୁ ନେଇ ଜିଲ୍ଲାସାରା ଭିନ୍ନ ଚର୍ଚ୍ଚା ହେଉଛି। ଏହାକୁ ନେଇ ବିଭିନ୍ନ ମତ ପ୍ରକାଶ ପାଇଛି। ଟିକେଟ ବଣ୍ଟନ ପ୍ରକ୍ରିୟା ଚାଲିଥିବା ସମୟରେ ସନାତନଙ୍କୁ ବିଜେପି ଦଳରେ ସାମିଲ କରି ପ୍ରାର୍ଥୀ କରିବାକୁ ଚାହୁଁଥିଲା। ମାତ୍ର, ବିଜେଡି ତାଙ୍କୁ ବାଟ ଛାଡ଼ିବାକୁ ରାଜି ନ ଥିଲା। ବହୁଦିନ ଧରି ତାଙ୍କୁ ଝୁଲେଇ ରଖିବାପରେ ବିଜେଡି ଶେଷ ମୁହୂର୍ତ୍ତରେ ଟିକେଟ ଦେଇଥିଲା। ସନାତନ ବିଜେଡିରୁ ପ୍ରାର୍ଥୀ ହୋଇଥିଲେ ମଧ୍ୟ ଦଳ ବିରୋଧରେ ତାଙ୍କର ଅସନ୍ତୋଷ ରହିଥିଲା।
ଅନ୍ୟ ଏକ ଆଲୋଚନାରୁ ଜଣାପଡ଼ିଛି ଯେ ବହୁବର୍ଷ ଧରି ସନାତନ ବିଜେଡିର ନିର୍ଦିଷ୍ଟ ଅଧିକାରୀଙ୍କ ଦ୍ବାରା ନିର୍ଯାତନାର ଶିକାର ହେଉଥିଲେ। ଅର୍ଥାତ୍ ସନାତନଙ୍କୁ ପୁଲିସ ଲଗାଇ ଧମକାଇବା ସହ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରିବା, ସମର୍ଥକଙ୍କୁ ବିଭିନ୍ନ ସମୟରେ ଗିରଫ କରିବା ଓ ବିଜେଡି ବିରୋଧରେ ମୁହଁ ଖୋଲିଲେ ଗିରଫ କରିବା ନେଇ ତୃତୀୟ ମହଲାର କିଛି ଅଧିକାରୀ ନିୟମିତ ଧମକାଉ ଥିଲେ। ଯେଉଁଥିପାଇଁ ସନାତନ ବିଜେଡି ଟିକେଟରେ ନିର୍ବାଚନ ଲଢ଼ିଥିଲେ ବି ଦଳ ବିରୋଧରେ କ୍ଷୋଭ ଥିଲା। ତେଣୁ ଦଳର ପରାଜୟ ପରେ ସୁପ୍ରିମୋଙ୍କୁ ସମ୍ମାନ ଦେବା କିମ୍ବା ତାଙ୍କ ନିର୍ଦେଶକୁ ସେ ଗୁରୁତ୍ବ ଦେଇନଥିବା ସାଧାରଣରେ ହେଉଥିବା ଆଲୋଚନାରୁ ଜଣାପଡ଼ିଛି। ଏବେ ଚର୍ଚ୍ଚା ହେଉଛି, ସନାତନ କାଳେ ବିଜେପି ସହ ସଂପର୍କରେ ଅଛନ୍ତି।
[ad_2]