ରାଜନୀତି

ସରପଞ୍ଚଙ୍କୁ ପୁଣି ମିଳିଲା ଆର୍ଥିକ କ୍ଷମତା – Kalinga News

[ad_1]

ଭୁବନେଶ୍ବର: କେନ୍ଦ୍ର ଅର୍ଥ ଆୟୋଗ ଏବଂ ରାଜ୍ୟ ଅର୍ଥ ଆୟୋଗଙ୍କ ଅଧୀନସ୍ଥ ଯୋଜନାରେ ଯେଉଁ କାର୍ଯ୍ୟଗୁଡ଼ିକ ପଞ୍ଚାୟତସ୍ତରରେ ହେବ ତା’ର ବିଲ୍‌ ମଞ୍ଜୁର ପାଇଁ ଆଉ ବିଡିଓଙ୍କ ଦସ୍ତଖତ ଆବଶ୍ୟକ ପଡ଼ିବନି। ଏଣିକି ପଞ୍ଚାୟତରେ ଏହି ଯୋଜନାରେ ହେଉଥିବା କାର୍ଯ୍ୟ ପାଇଁ ସରପଞ୍ଚମାନଙ୍କୁ ଆର୍ଥିକ କ୍ଷମତା ଦିଆଯାଇଛି। ହେଲେ ବିଡିଓମାନେ ପୂର୍ବଭଳି ଗ୍ରାମପଞ୍ଚାୟତ ଉନ୍ନୟନ ଯୋଜନା, ଏହାକୁ କାର୍ଯ୍ୟକାରୀ କରିବା, ନିରୀକ୍ଷଣ କରିବା ଏବଂ ଅନୁଦାନ ଖର୍ଚ୍ଚର ରିପୋର୍ଟ ଦେବେ। ଏହାକୁ ତୁରନ୍ତ ଲାଗୁ କରିବାକୁ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ପ୍ରମୁଖ ସଚିବ ‌ସୁଶୀଲ କୁମାର ଲୋହାନୀ ଆଜି ସମସ୍ତ ଜିଲ୍ଲାପାଳ ଏବଂ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି। ସରପଞ୍ଚମାନେ ତାଙ୍କର ୧୫ଦଫା ଦାବି ନେଇ ବହୁ ଦିନ ହେଲା ଆନ୍ଦୋଳନ କରୁଥିବା ବେଳେ ଏହା ତନ୍ମଧ୍ୟରେ ଏକ ଦାବି ଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button