ରାଜନୀତି

ବିଜେଡିରେ ଯୋଗ‌ଦେଲେ ଅନୁଗୁଳ ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତି – Kalinga News

[ad_1]

ଭୁବନେଶ୍ବର: ଅନୁଗୁଳ ଜିଲ୍ଲା କଂଗ୍ରେସ ସଭାପତି ପଦବିରୁ କିଛି ଦିନ ତଳେ ଇସ୍ତଫା ଦେବା ସହ ଦଳ ଛାଡ଼ିଥିବା ବିପ୍ଳବ ଜେନା ରବିବାର ବିଜେଡିରେ ଯୋଗ ଦେଇଛନ୍ତି। ସ୍ଥାନୀୟ ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ବିପ୍ଳବଙ୍କ ସମେତ ପ୍ରାୟ ୧୫ଶହ କଂଗ୍ରେସ ନେତା ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି। ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସମସ୍ତ ନବାଗତ କର୍ମୀଙ୍କୁ ଦଳକୁ ସ୍ୱାଗତ କରିଛନ୍ତି । ଏହି ଅବସରରେ ପାରମ୍ପରିକ ନୃତ୍ୟ ବାଦ୍ୟରେ ଶଙ୍ଖ ଭବନ ପ୍ରକମ୍ପିତ ହୋଇଥିଲା। ବିପ୍ଲବଙ୍କ ପିତା ସ୍ବର୍ଗତ ରମେଶ ଜେନା ଅନୁଗୁଳରୁ ଥରେ ବିଧାୟକ ଥିଲେ।

ସୂଚନାଯୋଗ୍ୟ, ଜଣକ ପରେ ଜଣେ ବରିଷ୍ଠ ଓ ପ୍ରଭାବଶାଳୀ ନେତା କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଉଛନ୍ତି। କଂଗ୍ରେସ ଶିବିର ନିୟମିତ ଝଟକା ପାଉଛି। କଂଗ୍ରେସ ଛାଡ଼ିଥିବା ପୂର୍ବତନ ରାଜନଗର ବିଧାୟକ ତଥା ପୂର୍ବତନ କେନ୍ଦ୍ରାପଡ଼ା କଂଗ୍ରେସ ଜିଲ୍ଲା ସଭାପତି ଅଂଶୁମାନ ମହାନ୍ତି ଦୁଇ ଦିନ ତଳେ ବିଜେଡିରେ ଯୋଗ ଦେଇଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button