ଭୁଲ୍ କରିଦେଲେ ଚୌହ୍ବାନ, ସଂଶୋଧନ କରାଇଲେ ଫଡ୍ନାଭିସ୍; ସମସ୍ତେ ଠୋ ଠୋ ହୋଇ ହସିବାକୁ ଲାଗିଲେ – Kalinga News

[ad_1]
ମୁମ୍ବାଇ: ଗତକାଲି କଂଗ୍ରେସର ହାତ ଛାଡ଼ିବା ପରେ ଆଜି ଭାରତୀୟ ଜନତା ପାର୍ଟି (ବିଜେପି)ରେ ସାମିଲ୍ ହୋଇଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହ୍ବାନ। ବିଜେପିରେ ମିଶିବା ପରେ ସେ ତାଙ୍କର ପ୍ରଥମ ଅଭିଭାଷଣ ଦେଇ ସାରିଛନ୍ତି। ତେବେ ଏହି ଭାଷଣ ଦେବା ବେଳେ ଚୌହ୍ବାନ ଏକ ମସ୍ତ ବଡ଼ ଭୁଲ୍ କରି ବସିଥିଲେ। ଯାହାକୁ ନେଇ ସେଠାରେ ଉପସ୍ଥିିତ ସମେସ୍ତ ହସିବା ଆରମ୍ଭ କରି ଦେଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଭାଷଣ ଆରମ୍ଭରୁ ଚୌହ୍ବାନ ମଞ୍ଚାସିନ ସମସ୍ତଙ୍କ ପାହ୍ୟା ଓ ନାମ ଧରି ସମ୍ବୋଧନ କରୁଥିବାର ନଜର ଆସିଛନ୍ତି। ସେତିକି ବେଳେ ସେ ଧନ୍ୟବାଦ ଅର୍ପଣ କରିବା ଉଦ୍ଦେଶ୍ୟରେ ମୁମ୍ବାଇର ବିଜେପି ମୁଖ୍ୟଙ୍କ ନାମ ନେବା ପରିବର୍ତ୍ତେ କଂଗ୍ରେସ ମୁଖ୍ୟ ବୋଲି କହି ପକାଇଥିଲେ। ସେତିକି ବେଳେ ତାଙ୍କ ତ୍ରୁଟିକୁ ସଂଶୋଧନ କରିବାକୁ ତତ୍କ୍ଷଣାତ୍ ଅଟକାଇ ଦେଇଥିଲେ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନାଭିସ୍। ତା’ପରେ ସେ ସଂଶୋଧନ କରି ବିଜେପି ମୁଖ୍ୟ ବୋଲି ସମ୍ବୋଧନ କରିଥିଲେ।
ଚୌହ୍ବାନ ତାଙ୍କ ଭାଷଣରେ କହିଛନ୍ତି, ‘‘ ଯେତେବେଳେ ମୁଁ କଂଗ୍ରେସ ସହିତ ଥିଲି ତାଙ୍କ ସହ ସଚ୍ଚୋଟ ଥିଲି। ବର୍ତ୍ତମାନ, ମୁଁ ନିଶ୍ଚିତ କରୁଛି ଯେ ବିଜେପି ମୋ ବେଲ୍ଟରେ ବିଜୟୀ ହେବ, ଲୋକସଭା ହେଉ କିମ୍ବା ରାଜ୍ୟ ନିର୍ବାଚନ ହେଉ। ମୁଁ ଯେଉଁ ଦଳରେ ଅନେକ ବର୍ଷ ଧରି ରହିଆସିଛି, ସେହି ଦଳର କାହା ବିରୋଧରେ ମନ୍ତବ୍ୟ ଦେବାକୁ ଚାହୁଁ ନାହିଁ। ଦଳ ପରିବର୍ତ୍ତନ ମୋର ବ୍ୟକ୍ତିଗତ ନିଷ୍ପତ୍ତି। ବିଜେପିରେ ଯୋଗଦେବାକୁ କେହି କହିନାହାଁନ୍ତି। ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ମୁଁ ମୋର ପୂର୍ବ ସହକର୍ମୀମାନଙ୍କ ସହିତ ଥିଲି। କିନ୍ତୁ ପରିସ୍ଥିତି ଏପରି ଆସିଲା ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଅଭିବୃଦ୍ଧି ପାଇଁ ମୋତେ ଏହି ନିଷ୍ପତ୍ତି ନେବାକୁ ପଡିଲା।’’
[ad_2]




