ଖେଳ ଖବର

୩ୟ ଟେଷ୍ଟ: ଭାରତର ସବୁଠୁ ବଡ଼ ଟେଷ୍ଟ ବିଜୟ, ଇଂଲଣ୍ଡକୁ ୪୩୪ ରନରେ ହରାଇଲା – Kalinga News

[ad_1]

ରାଜକୋଟ୍ : ରାଜକୋଟ ଟେଷ୍ଟରେ ବଡ଼ ବିଜୟ ହାସଲ କରିଛି ଭାରତ । ଇଂଲଣ୍ଡକୁ ୪୩୪ ରନର ବିଶାଳ ବ୍ୟବଧାନରେ ପରାସ୍ତ କରି ସିରିଜରେ ୨-୧ରେ ଆଗୁଆ ହୋଇଯାଇଛି ଟିମ୍ ଇଣ୍ଡିଆ । ଆଜିର ବିଜୟକୁ ଭାରତର ସବୁଠାରୁ ବଡ଼ ଟେଷ୍ଟ ବିଜୟ ବୋଲି କୁହାଯାଉଛି । ସେହିପରି ଇଂଲଣ୍ଡ ପାଇଁ ଏହା ୨ୟ ସର୍ବାଧିକ ବଡ଼ ବ୍ୟବଧାନରେ ପରାସ୍ତ ହୋଇଛି ।

ଏହି ଟେଷ୍ଟ ମ୍ୟାଚରେ ନିଜର ପ୍ରଥମ ଇନିଂସରେ ଭାରତ ୪୪୫ ରନ କରିଥିବାବେଳେ ଇଂଲଣ୍ଡ ୩୧୯ ରନ କରିଥିଲା । ତେବେ ଭାରତ ନିଜର ୨ୟ ଇନିଂସରେ ୪୩୦ ରନ କରି ପାଳି ସମାପ୍ତି ଘୋଷଣା କରିଥିଲା । ଫଳରେ ଇଂଲଣ୍ଡ ଆଗରେ ୫୫୭ ରନର ବିଶାଳ ଲକ୍ଷ୍ୟ ରହିଥିଲା । ଏହି ବିଶାଳ ଲକ୍ଷ୍ୟର ପିଛା କରିବାକୁ ଯାଇ ଇଂଲଣ୍ଡ ଗୁରୁତର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଓ ମାତ୍ର ୧୨୨ ରନରେ ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ୧୦ମ ସ୍ଥାନରେ ଆସିଥିବା ମାର୍କ ଉଡ୍ ସର୍ବାଧିକ ୩୩ ରନ କରିଥିଲେ । ଭାରତ ପକ୍ଷରୁ ରବୀନ୍ଦ୍ର ଜାଦେଜା ୫ଟି ଓ୍ବିକେଟ ନେଇଥିବାବେଳେ କୂଳଦୀପ ଯାଦବ ୨ଟି ଓ୍ବିକେଟ ନେଇଥିଲେ । ଯଶପ୍ରୀତ ବୁମରା ଓ ରବିଚନ୍ଦ୍ରନ୍ ଅଶ୍ବୀନ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button