ଦେଶ- ବିଦେଶ

ମହାରାଷ୍ଟ୍ରରୁ ରାଜ୍ୟସଭା ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ଅଶୋକ ଚୌହାନ – Kalinga News

[ad_1]

ନୂଆଦିଲ୍ଲୀ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବିଜେପି ନେତା ଅଶୋକ ଚୌହାନ ରାଜ୍ୟସଭା ନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ବରିଷ୍ଠ ମହାରାଷ୍ଟ୍ର ନେତା କଂଗ୍ରେସ ସହ ସମ୍ପର୍କ ଚ୍ଛିନ୍ନ କରି ବିଜେପିରେ ଯୋଗ ଦେବାର ମାତ୍ର ୨ ଦିନ ପରେ ଆଜି ରାଜ୍ୟସଭା ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଫେବ୍ରୁଆରି ୨୭ ତାରିଖରେ ୧୫ ରାଜ୍ୟରେ ୫୬ ରାଜ୍ୟସଭା ଆସନ ପାଇଁ ନିର୍ବା୍ଚନ ହେବ। ଫେବ୍ରୁଆରି ୧୫ ତଥା ଆଜି ପ୍ରାର୍ଥିପତ୍ର ଦାଖଲର ଶେଷ ତାଜ୍ରିଖ ଥିଲା। ଉଲ୍ଲେଖଯୋଗ୍ୟ ଯେ ବୁଧବାର ଦିନ ଚହ୍ବାନଙ୍କୁ ରାଜ୍ୟସଭା ପ୍ରାର୍ଥିଭାବେ ଦଳ ମହାରାଷ୍ଟ୍ରରୁ ଚୟନ କରିବାପରେ ଚହ୍ବାନ ଏଥିପାଇଁ ବିଜେପିକୁ ଧନ୍ୟବାଦ ଜଣାଇଛନ୍ତି। ଚହ୍ବାନ କହିଛନ୍ତି, ମୋର ଭାବନାକୁ ମୁଁ ଭାଷାରେ ବର୍ଣ୍ଣନା କରିପାରିବିନି। ଗତକାଲି ମୁଁ ଦଳରେ ଯୋଗ ଦେଇଥିଲେ ବି ବିଜେପି ମୋ ଉପରେ ଏତେ ବଡ଼ ବିଶ୍ବାସ ରଖିଛି। ଏହା ଏକ ବଡ଼ ଦାୟିତ୍ବ ବୋଲି ଚହ୍ବାନ ଗଣମାଧ୍ୟମରେ କହିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ଏବଂ ରାଜ୍ୟ ବିଜେପି ସଭାପତି ଚନ୍ଦ୍ରକାନ୍ତ ବୱନକୁଲେଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଚହ୍ବାନ ଦୀର୍ଘ ଦଶନ୍ଧି ଧରି କଂଗ୍ରେସ ସହ ଜଡ଼ିତ ଥିଲେ। ତେବେ ବିଜେପିରେ ଭଲ ସୁଯୋଗ ପାଇବା ଆଶାରେ ସେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିବା କହିଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button