ଦେଶ- ବିଦେଶ

ଆମେଥିରୁ ନିର୍ବାଚନ ଲଢ଼ିବା ନେଇ ସଙ୍କେତ ଦେଲେ ରବର୍ଟ ଭଦ୍ରା – Kalinga News

[ad_1]

ନୂଆଦିଲ୍ଲୀ : କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ସ୍ବାମୀ ରବର୍ଟ ଭଦ୍ରା ସକ୍ରିୟ ରାଜନୀତିରେ ଯୋଗ ଦେଇପାରନ୍ତି। ଆମେଥି ନିର୍ବାଚନମଣ୍ଡଳୀରୁ ରାଜନୈତିକ କ୍ୟାରିୟର ଆରମ୍ଭ କରିବାପାଇଁ ଆମେଥି ଲୋକମାନେ ଚାହୁଛନ୍ତି ବୋଲି ରବର୍ଟ ଭଦ୍ରା କହିଛନ୍ତି। ସାଂସଦ ସ୍ମୃତି ଇରାନୀଙ୍କୁ ନେଇ ଆମେଥିର ଲୋକମାନେ ଖୁବ୍ ଅସନ୍ତୁଷ୍ଟ ଏବଂ ସେମାନେ ଗାନ୍ଧି ପରିବାରର ଜଣେ ସଦସ୍ୟଙ୍କୁ ଆମେଥି ଫେରାଇବାକୁ ଚାହାନ୍ତି ବୋଲି ସେ କହିଛନ୍ତି। ଭଦ୍ରା କହିଛନ୍ତି, ରାଏବରେଲି ଏବଂ ଆମେଥିରେ ଯିଏ ବି ପ୍ରତିନିଧିତ୍ବ କରନ୍ତୁ ଲୋକଙ୍କ ପ୍ରଗତି ଏବଂ ସୁରକ୍ଷା ପାଇଁ ସେମାନେ କାମ କରିବା ଉଚିତ। ଭେଦଭାବର ରାଜନୀତି ନକରିବା ଉଚିତ। ସ୍ମୃତିଙ୍କୁ ଜିତାଇ ଆମେଥିର ଲୋକମାନେ ବଡ଼ ଭୁଲ୍ କରିଦେଇଛନ୍ତି ବୋଲି ଭାବୁଛନ୍ତି। ସେ କେବଳ ଗାନ୍ଧି ପରିବାର ବିରୋଧରେ ଅଭିଯୋଗ କରୁଛନ୍ତି କିନ୍ତୁ ଆମେଥିର ଲୋକମାନଙ୍କ ପ୍ରଗତି ପାଇଁ କିଛି କରୁନାହାନ୍ତି। ଭଦ୍ରା କହିଛନ୍ତି, ଗାନ୍ଧି ପରିବାର ଆମେଥି, ରାଏ ବରେଲି, ସୁଲତାନପୁର ଏବଂ ଜଗଦୀଶପୁର ଲୋକଙ୍କ ପାଇଁ କଠିନ ପରିଶ୍ରମ କରିଛନ୍ତି। ଆମେଥିର ଲୋକମାନେ ଏବେ ଗାନ୍ଧି ପରିବାରର ଜଣେ ସଦସ୍ୟଙ୍କୁ ଆମେଥିକୁ ଫେରାଇ ଆଣିବାକୁ ଚାହାନ୍ତି। ମୁଁ ମଧ୍ୟ ଆମେଥି ନିର୍ବାଚନ ମଣ୍ଡଳିରୁ ଲଢ଼ିବାକୁ ଚାହେ ବୋଲି ସେମାନେ ଚାହାନ୍ତି। ଆମେ କେତେ ଉଦ୍ୟମ କରିଛୁ ତାହା ଆମେଥିର ଲୋକମାନେ ଜାଣନ୍ତି। ସେମାନେ ମୋ ସହ ସୋସିଆଲ ମିଡିଆରେ ଯୋଡ଼ି ହୋଇଛନ୍ତି , ଅଫିସ ବାହାରେ ମତେ ସାକ୍ଷାତ କରୁଛନ୍ତି ଏବଂ ମୋ ଜନ୍ମଦିନ ପାଳନ କରୁଛନ୍ତି ବୋଲି ଭଦ୍ରା କହିଛନ୍ତି। ତେବେ ଏହା ପ୍ରଥମ ଥର ନୁହେଁ ପୂର୍ବରୁ ମଧ୍ୟ ରବର୍ଟ ଭଦ୍ରା ଅନେକ ଥର ରାଜନୀତିରେ ଯୋଗ ଦେବାପ ନେଇ ସଙ୍କେତ ଦେଇଛନ୍ତି।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button