ସବୁବେଳେ ଦୁଃଖ, କଷ୍ଟରେ ରହି ଚିନ୍ତା କରୁଥିଲେ, ଥରେ ଏହି କାହାଣୀ ଶୁଣନ୍ତୁ… Motivational speech

ବନ୍ଧୁଗଣ ପ୍ରତ୍ଯେକଟି ଲୋକଙ୍କର କିଛି ନା କିଛି ଜୀବନରେ ସମସ୍ଯାମାନ ରହିଥାଏ । ତେବେ ଅନେକଙ୍କ କହିବ ଅନୁସାରେ ତାଙ୍କ ଜୀବନରେ ସବୁବେଳେ ସମସ୍ଯା ଲାଗି ରହୁଥାଏ । ତେଣୁ ସେ ନିଜ ଜୀବନକୁ କଷ୍ଟ ଓ ଯନ୍ତ୍ରଣାରେ ବିତାଇଥାନ୍ତି । ତେଣୁ ଥରେ ଏକ ବ୍ୟକ୍ତି ନିଜର ସେହି ସବୁ ସମସ୍ଯାର ସମାଧାନ ବିଷୟରେ ପଚାରିବାକୁ ଯାଇ ବୁଦ୍ଧଦେବଙ୍କୁ ସାକ୍ଷାତ କରିଥିଲେ । ଏଥିସହ ବୁଦ୍ଧଦେବଙ୍କୁ ତାଙ୍କ ଜୀବନରୁ ସବୁ ସମସ୍ଯାର ସମାଧାନ ବାହାର କରିବା ପାଇଁ କହିଥିଲେ ?
ଏଥିସହ ଏହି ସବୁ ସମସ୍ଯାର ପଛର କାରଣ ମଧ୍ୟ ପଚାରିଥିଲେ ? ତେବେ ଏହାର ଉତ୍ତର ଦେବାକୁ ଯାଇ ବୁଦ୍ଧଦେବ ସେହି ବ୍ୟକ୍ତିକୁ ଏକ କାହାଣୀ ଶୁଣାଇଥିଲେ । ଥରେ ଏକ ବ୍ୟକ୍ତି ଗୋଟିଏ ଗଛକୁ ଧରି ଚିତ୍କାର କରୁଥିଲା । ଯେ ମୋତେ କେହି ଏହି ଗଛର କବଳରୁ ରକ୍ଷା କର । କେହି ମୋତେ ସାହାଜ୍ଯ କର । କାରଣ ମୋତେ ଏହି ଗଛ ଧରି ନେଇଛି ।
ସେହି ପାଖରେ ଜଣେ ଗୁରୁ ଓ ଶିଷ୍ୟ ରହିଥିଲେ । ସେହି ଶିଷ୍ୟ ଜଣଙ୍କ ଗୁରୁଙ୍କୁ କହିଲେ । ଚାଲନ୍ତୁ ସେହି ବ୍ୟକ୍ତିର ସାହାଜ୍ଯ କରିବା । ତେବେ ଶିଷ୍ୟର ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଗୁରୁ ଜଣଙ୍କ କହିଥିଲେ । ଯେ କେହି ସେହି ବ୍ୟକ୍ତିକୁ ସାହାଜ୍ଯ କରିବାକୁ ଯିବେ ନାହିଁ । କାରଣ ସେହି ବ୍ୟକ୍ତି ଜଣଙ୍କ ନିଜେ ହିଁ ଗଛକୁ ଧରିକି ଅନ୍ୟକୁ ସେହି ଗଛ କବଳରୁ ତାକୁ ଛଡାଇବା ପାଇଁ କହୁଛି ।
ତେଣୁ ଏହି କାହାଣୀର ଅର୍ଥ ବୁଝାଇବାକୁ ଯାଇ ବୁଦ୍ଧ ସେହି ବ୍ୟକ୍ତି ଜଣଙ୍କୁ କହିଥିଲେ । ଯେ ତୁମେ ଯେଉଁ ସବୁ ଦୁଃଖ କଷ୍ଟ ଓ ଅସୁବିଧାରେ ରହୁଛ ବୋଲି କହୁଛ । ତୁମେ ନିଜେ ହିଁ ସେହି ସବୁ ସମସ୍ଯାକୁ ଧରିକି ବସିଛ । ଏହା ମୋର, ଏହା ମୋ ଠାରୁ ଦୂରେଇ ନଯାଉ, ଏହା ମୋତେ ମିଳୁ । ତେଣୁ ଏହି ସବୁ ଦୁଃଖର କାରଣ ହେଉଛି ଏହା ମୋର ଓ ମୋ ବନ୍ଧନର । ତେଣୁ ଯେପର୍ଯ୍ୟନ୍ତ ବ୍ୟକ୍ତି ନିଜ ମନକୁ ମୋହମାୟାରୁ କାଢିପାରିନାହିଁ ।
ସେହି ପର୍ଯ୍ୟନ୍ତ ବ୍ୟକ୍ତିକୁ ବହୁତ ସମସ୍ଯାର ସାମ୍ନା କରିବାକୁ ପଡୁଥିବ । ହେଲେ ଯେତେବଳେ ଜଣେ ବ୍ୟକ୍ତି ନିଜ ମନରେ ପ୍ରେମ ଓ ସନ୍ତୋଷରେ ଭରିଦେବ । ସେହି ମନରେ ମୋହମାୟାର ବାସ୍ନା ମଧ୍ୟ ଆସିନଥାଏ । କାରଣ ବ୍ୟକ୍ତି ନିଜ ମନରେ ଥିବା ମୋହଆସକ୍ତି ପାଇଁ ହିଁ ସବୁବେଳେ କଷ୍ଟ ସହିବାକୁ ପଡିଥାଏ । ତେଣୁ କୌଣସି ବ୍ୟକ୍ତି କୌଣସି ଜିନିଷ ପ୍ରତି କେବେବି ଆଶା କରିବା ଉଚିତ ନୁହେଁ ।
ବ୍ୟକ୍ତିକୁ କେବଳ ନିଜର ଭଲ କର୍ମ କରିଯିବା ଉଚିତ । ଭଗବାନ ସେହି ବ୍ୟକ୍ତିକୁ ତା’ ର ଭଲ କର୍ମର ଫଳ ଅବଶ୍ୟ ଦିନେ ନା ଦିନେ ନିଶ୍ଚୟ ରୂପେ ଦେବେ ।