ଦେଶ- ବିଦେଶ

୬ ବର୍ଷର ପିଲା ବର୍ଷକୁ ଆୟ କରୁଛି ୭୧ କୋଟି ଟଙ୍କା, କରିଥାଏ ଏହି କାମ ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଆପଣ

ଯେଉଁ ବୟସରେ ପିଲାମାନେ ମାତ୍ର ଶିକ୍ଷା ଆରମ୍ଭ କରିଥାନ୍ତି ସେହି ବୟସରେ ଜଣେ ପିଲା ବର୍ଷକୁ କୋଟି କୋଟି ଟଙ୍କା ଆୟ କରୁଛି । ଏହାର କାରନାମା ଆଜିକାଲି ସୋସିୟାଲ ମିଡିୟାରେ ବହୁତ ଚର୍ଚାର ବିଷୟ ଅଟେ । କହିବାକୁ ଗଲେ ୬ ବର୍ଷର ରେୟାନ ୟୂ-ଟ୍ୟୁବ ସାହାର୍ଯ୍ୟରେ ୭୧କୋଟି ଟଙ୍କା ଆୟ କରୁଛି । ବର୍ତ୍ତମାନ ହିଁ ଫୋର୍ବସ ଦ୍ଵାରା ଜାରି କରାଯାଇଥିବା ଲିସ୍ଟରେ ୟୂ-ଟ୍ୟୁବ ଜରିଆରେ ଆୟ କରୁଥିବା ସବୁଠୁ ଟପ ୧୦ ସେଲେବ୍ରିଟୀଜଙ୍କ ବିଷୟରେ କୁହାଯାଇଛି । ଯେଉଁଥିରେ ରାୟନଙ୍କୁ ୯ ନମ୍ବର ସ୍ଥାନ ମିଳିଛି ।

ଆଜିକାଲି ସମସ୍ତେ ଘରେ ବସି ୟୂ-ଟ୍ୟୁବ ଜାରିଆରେ ଆୟ କରୁଛନ୍ତି । କିନ୍ତୁ ଏହି ପିଲାଟି ତ କରିସ୍ମା କରି ଦେଖାଇ ଦେଇଛି । କହିବାକୁ ଗଲେ ରେୟାନ ଭିଡିଓରେ ଭିନ୍ନ ଭିନ୍ନ ପ୍ରକାରର ଖେଳଣା ସହ ଖେଳି ଥାଏ ଏବଂ ତାହାର ରିୱ୍ଯୂ ଦେଇଥାଏ । ମାତ୍ର ଦୁଇ ବର୍ଷ ହେବ ରେୟାନ ନିଜର ୟୂ-ଟ୍ୟୁବ ଚ୍ୟାନେଲ ଆରମ୍ଭ କରିଛନ୍ତି । ଏହି ଦୁଇ ବର୍ଷ ମଧ୍ୟରେ ତାକୁ ୟୂ-ଟ୍ୟୁବ ଜରିଆରେ ଆୟ କରୁଥିବା ଟପ ଟେନ ସେଲେବ୍ରିଟୀଜଙ୍କ ମଧ୍ୟରେ ଜାଗା ମିଳିଛି ।

ରେୟାନର ମାତା ପିତା କୁହନ୍ତି କି ଯେତେବେଳ ଠାରୁ ସେ ବୁଝିବାକୁ ଆରମ୍ଭ କରିଛି ସେବେ ଠୁ ହିଁ ସେ ଭିନ୍ନ ଭିନ୍ନ ପ୍ରକାରର ଖେଳଣା ଏବଂ ତାହା ବିଷୟରେ ଜାଣିବାକୁ ଚେଷ୍ଟା କରୁଥିଲା । ଏହା ପରେ ଆମେ ତାକୁ ଖେଳଣା ସହିତ ଖେଳୁଥିବାର ଭିଡିଓ କରିବା ଆରମ୍ଭ କରିଦେଲୁ ଏବଂ ଆମେ ଏହାକୁ ସୋସିୟାଲ ମିଡିୟାରେ ଶେୟାର କରି ଦେଖିଲୁ କି ବହୁତ ଲୋକମାନଙ୍କର ପ୍ରତିକ୍ରିୟା ଏବଂ ପ୍ରଶଂସା ମିଳିଲା ।

ଏହା ଦେଖି ଆମେ ରେୟାନର ନିଜର ଏକ ୟୂ-ଟ୍ୟୁବ ଚ୍ୟାନେଲ କରିଦେଲୁ ଏବଂ ଦେଖୁ ଦେଖୁ ତାହା ହିଟ ହୋଇଗଲା ।

କେବଳ ଦୁଇ ବର୍ଷରେ ହିଁ ୧ କୋଟିରୁ ଅଧିକ ସବ୍ସକ୍ରାଇବର୍ସ ରେୟାନର ୟୂ-ଟ୍ୟୁବ ଚ୍ୟାନେଲ ଉପରେ ଅଛନ୍ତି । ରେୟାନର ସବୁଠୁ ଅଧିକ ଲୋକପ୍ରିୟ ଭିଡିଓ ଜାୟନ୍ତ ଏକ ସରପ୍ରାଇଜ ଥିଲା ଯାହାକୁ ବର୍ତ୍ତମାନ ପର୍ଯ୍ୟନ୍ତ ୮୦ କୋଟିରୁ ଅଧିକ ଲୋକମାନେ ଦେଖିସାରିଛନ୍ତି । ଫୋର୍ବସ ଅନୁସାରେ ଗୋଟିଏ ବିଜ୍ଞାପନ ଜରିଆରେ ରେୟାନ ମାସକୁ ପାଖାପାଖି ୬ କୋଟି ଟଙ୍କା ଆୟ କରି ନିଅନ୍ତି । ଏହିଭଳି ସେ ବର୍ଷକୁ ୭୧ କୋଟି ଟଙ୍କା ଆୟ କରୁଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button