ଦେଶ- ବିଦେଶ

ଡେଲିଭରି ବ୍ୟାଗ୍‌ରେ ଗଞ୍ଜେଇ ଚାଲାଣ,୨ ଗିରଫ

ବୌଦ୍ଧ,୧୪/୦୯: ଗଞ୍ଜେଇ ଚୋରା ଚାଲାଣ କରି ଧରା ପଡ଼ିଲେ ୨ଜଣ ଡେଲିଭରି ବୟ । ଗିରଫ ହୋଇଥିବା ଦୁଇ ଯୁବକ ଅନୁଗୁଳ ଜିଲ୍ଲା ସୁବର୍ଣ୍ଣପୁରର ପ୍ରକାଶ ପ୍ରଧାନ ଓ ସାହୁପଡ଼ାର ସଂଗ୍ରାମ ମହଲା ବୋଲି ଜଣାପଡ଼ିଛି । ସେମାନଙ୍କ ପାଖରୁ ୨୩ କେଜି ଗଞ୍ଜେଇ ସହିତ ଗୋଟିଏ ବାଇକ୍ ଜବତ କରାଯାଇଛି । ବୌଦ୍ଧ ଜିଲ୍ଲାର ବାଉଁଶୁଣି ଥାନା ଅନ୍ତର୍ଗତ ସାହୁପଡ଼ା ଗ୍ରାମରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, ପ୍ରକାଶ ପ୍ରଧାନ ଓ ସଂଗ୍ରାମ ମହଲା ଦୁଇ ଜଣ ଗୋଟିଏ ଡେଲିଭରି କମ୍ପାନୀରେ କାମ କରୁଥିଲେ । ତେବେ ଉଭୟ ଅଭିଯୁକ୍ତ ସାହୁପଡ଼ା ଅଞ୍ଚଳରୁ ତାଙ୍କ ଡେଲିଭରି ବ୍ୟାଗ୍ରେ ଗଞ୍ଜେଇ ଚୋରା ଚାଲାଣ କରୁଥିଲେ । ଏନେଇ ବାଉଁଶୁଣି ପୋଲିସ ଏକ ବିଶେଷ ସୂତ୍ରରୁ ଖବର ପାଇଥିଲା । ଖବର ପାଇ ଥାନା ଅଧିକାରୀ ଅଞ୍ଜଳି ବିଶ୍ୱାଳଙ୍କ ନେତୃତ୍ୱରେ ଏକ ଟିମ୍ ସେଠାର ଚଢ଼ାଉ କରିଥିଲା । ତେବେ ସେଠାରେ ଦୁଇ ଜଣ ଅଭିଯୁକ୍ତ ଧରା ପଡ଼ିଥିଲେ । ଏହି ସମୟରେ ତାଙ୍କ ନିକଟରୁ ଏକ ବ୍ୟାଗ୍ରେ ୨୩ କେଜି ଗଞ୍ଜେଇ ଗୋଟିଏ ବାଇକ୍ ଜବତ କରି ଉଭୟଙ୍କୁ ଗିରଫ କରିଛି ପୋଲିସ । ତେବେ ଏହି ଗଞ୍ଜେଇ କେଉଁଠୁ ଆଣିଥିଲେ ଏବଂ କୁଆଡେ ଚାଲାଣ କରୁଥିଲେ ସେ ନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

Related Articles

Leave a Reply

Your email address will not be published. Required fields are marked *

Back to top button