ଖେଳ ଖବର

ଚମକୁଛି ଓଡ଼ିଶା ଏଫ୍‌ସି: ଦିଲ୍ଲୀ ଡାଇନାମସ୍‌ରୁ ଓଡ଼ିଶା ଏଫ୍‌ସି – Kalinga News

[ad_1]

ନୂଆ ପ୍ଲାଟ୍‌ଫର୍ମରେ ଓଡ଼ିଆ ଖେଳାଳି, ଆଇଏସ୍‌ଏଲ୍‌ରେ ଖେଳ‌ିବେ ଅଧିକ ଓଡ଼ିଆ

ଭୁବନେଶ୍ବର: ଭୁବନେଶ୍ବର ଭିତ୍ତିକ ଫୁଟ୍‌ବଲ୍‌ କ୍ଲବ୍‌ ଓଡ଼ିଶା ଏଫ୍‌ସି ତା’ର ଚମକ ଦେଖାଇବାକୁ ଲାଗିଛି। ଉଭୟ ମହିଳା ଓ ପୁରୁଷରେ ଏହି ଦଳ ସଂପ୍ରତି ଚମତ୍କାର ପ୍ରଦର୍ଶନ କରୁଛି। ପୁରୁଷ ଦଳ ସଂପ୍ରତି ଆଇଏସ୍‌ଏଲ୍‌ ପଏଣ୍ଟ ଟେବୁଲର ଶୀର୍ଷରେ ରହିଥିଲା ବେଳେ ଗତ ଥରର ସୁପର କପ୍‌ ବିଜେତା ଏହି ଦଳ ନିକଟରେ ଭୁବନେଶ୍ବରରେ ଶେଷ ହୋଇଥିବା କଳିଙ୍ଗ ସୁପର କପ୍‌ରେ ଉପବିଜେତା ହୋଇଛି। ପ୍ରଥମ ଥର ଏଏଫ୍‌ସି କପ୍‌ ଖେଳି ଇଣ୍ଟରଜୋନାଲ ସେମିଫାଇନାଲ୍‌ରେ ପହଞ୍ଚିଛି। ପୁରୁଷଙ୍କ ଭଳି ମହିଳା ଦଳ ମଧ୍ୟ ଆଗେଇ ଚାଲିଛି। ଗତ ଥର ଇଣ୍ଡିଆନ୍‌ ମହିଳା ଲିଗ୍‌ (ଆଇଡବ୍ଲୁଏଲ୍‌) ବିଜେତା ଏହି ଦଳ ପ୍ରଥମରୁ ଖସି ସଂପ୍ରତି ତୃତୀୟରେ ରହିଥିଲେ ମଧ୍ୟ ଓଡ଼ିଶାରେ କ୍ରୀଡ଼ାପ୍ରେମୀକୁ ଦଳ ଫୁଟ୍‌ବଲ୍‌ ପ୍ରତି ଆକୃଷ୍ଟ କରିଛି। ଏହି ପ୍ରଦର୍ଶନ ଯୁବ ଓଡ଼ିଆଙ୍କୁ ଫୁଟ୍‌ବଲ୍‌ ପ୍ରତି ଆକୃଷ୍ଟ କରିଛି। ରାଜ୍ୟର ଫୁଟ୍‌ବଲ୍‌ ବିକାଶରେ ମଧ୍ୟ କ୍ଲବ୍‌ ନିଜର ଯୋଗଦାନ ଦେଇଛି। ଏହାର ମହିଳା ଦଳର ପ୍ୟାରି ଖାଖା ଓ ଜୁଲି କିଶାନ ତୁର୍କିସ୍‌ ଓମେନ୍ସ ଲାଗି ଘୋଷିତ ଭାରତୀୟ ୩୦ ଜଣିଆ ସମ୍ଭାବ୍ୟ ଦଳରେ ସ୍ଥାନ ପାଇଛନ୍ତି। ଯାହା କ୍ଲବ୍‌ ଓ ରାଜ୍ୟର ଗୌରବକୁ ଦ୍ବିଗୁଣିତ କରିଛି।

ଦିଲ୍ଲୀ ଡାଇନାମସ୍‌ରୁ ଓଡ଼ିଶା ଏଫ୍‌ସି
କ୍ରିକେଟ୍‌ ଲିଗ୍‌ ଆଇପିଏଲ୍‌ର ଲୋକପ୍ରିୟତା ଦେଖି ୨୦୧୪ ମସିହାରେ ସର୍ବଭାରତୀୟ ଫୁଟ୍‌ବଲ୍‌ ମହାସଂଘ (ଏଆଇଏଫ୍‌ଏଫ୍‌) ଆଇଏସ୍‌ଏଲ୍‌ ଆରମ୍ଭ କରିଥିଲା। ଆଇପିଏଲ୍‌ ମଡେଲ ଅନୁଯାୟୀ ୮ ସହର ଲାଗି ୮ ଫ୍ରାଞ୍ଚାଇଜ୍‌ ମାଲିକାନାର ନିଲାମ ହୋଇଥିଲା। ଏଥିରେ ଓଡ଼ିଶା ନଥିଲା। ପ୍ରାୟ ୬ ବର୍ଷ ପରେ ଓଡ଼ିଶା ଏହି ଫ୍ରାଞ୍ଚାଇଜ୍‌ ତାଲିକାରେ ଯୋଡ଼ି ହୋଇଥିଲା। ନୂଆ ଫ୍ରାଞ୍ଚାଇଜ୍‌ ନୁହେଁ ୨୦୧୯-୨୦ ଋତୁରେ ଦିଲ୍ଲୀ ଡାଇନାମସ ହୋଇଥିଲା ଓଡ଼ିଶା ଏଫ୍‌ସି। ଭାରତର ରାଜଧାନୀ ଦିଲ୍ଲୀ ବଦଳରେ ଭୁବନେଶ୍ବର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍‌ ହୋଇଥିଲା ଏହି କ୍ଲବ୍‌ର ନୂଆ ଘର। ଦିଲ୍ଲୀ ସକ୍କର ପ୍ରାଇଭେଟ୍‌ ଲିମିଟେଡ୍‌ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଉପସ୍ଥିତିରେ ଓଡ଼ିଶା ସରକାର ୨୦୧୯ ଆରମ୍ଭରୁ ଚୁକ୍ତିନାମା ସ୍ବାକ୍ଷର କରିଥିଲେ। ଏହା ପରଠୁ ଏହି କ୍ଲବ୍‌ର ନାଁ ବଦଳି ହୋଇଥିଲା ଓଡ଼ିଶା ଏଫ୍‌ସି। କ୍ଲବ୍‌ ରାଜ୍ୟରେ ଯୁବ ଦଳ, ଫୁଟ୍‌ବଲ୍‌ ଉନ୍ନତି ଓ ତୃଣମୂଳସ୍ତରରେ ଫୁଟ୍‌ବଲ୍‌ର ବିକାଶ ଲାଗି କାର୍ଯ୍ୟ କରିବ ବୋଲି ଏହି ଚୁକ୍ତିରେ ରହିଥିଲା। ଏଥିରେ ଦଳ ନିରନ୍ତର ଭାବେ କାମ କରିଚାଲିଛି।

ନୂଆ ପ୍ଲାଟ୍‌ଫର୍ମରେ ଓଡ଼ିଆ ଖେଳାଳି
ରାଜ୍ୟରେ ଫୁଟ୍‌ବଲ୍‌ ବିକାଶରେ କାମ କରୁଥିବା ଓଡ଼ିଶା ଏଫ୍‌ସି, ଡୁରାଣ୍ଡ କପ୍‌ରେ ଓଡ଼ିଶାର ଏକାଧିକ ଯୁବ ଖେଳାଳିଙ୍କୁ ସୁଯୋଗ ଦେଇଥିଲା। କହିବାକୁ ଗଲେ ପୂରା ଦଳରେ ଓଡ଼ିଆ ଖେଳାଳିଙ୍କୁ ଦେଖିବାକୁ ମିଳିଥିଲା। ସେହିପରି ଆଇଏସ୍‌ଏଲ୍‌ ଦଳରେ ଦୁଇ ଜଣ ଓଡ଼ିଆ ଶୁଭମ ଷଡ଼ଙ୍ଗୀ ଓ ଅଙ୍କିତ ଭୂୟାଁ ଖେଳିଛନ୍ତି। ସଂପ୍ରତି ଶୁଭମଙ୍କ ସହ ଟଙ୍କଧର ବାଗ ଦଳରେ ରହିଛନ୍ତି। ଶୁଭମ ଆହତ ଯୋଗୁଁ ଚଳିତ ଋତୁରେ ଖେଳି ନଥିଲା ବେଳେ ଟଙ୍କଧର ରିଜର୍ଭରେ ଅଛନ୍ତି। ଓଡ଼ିଶା ଏଫ୍‌ସି ମହିଳା ଦଳରେ ୧୦ ଜଣ ସୁଲେଖା କଅଁର, ଯଶୋଦା ମୁଣ୍ଡା, ପ୍ୟାରି ଖାଖା, ବନ୍ୟା କବିରାଜ, ମାଳତୀ ମୁଣ୍ଡା, ଜୁଲି କିଶାନ, ସୋନିଆ ଏକ୍କା, ସତ୍ୟବତୀ ଖଡ଼ିଆ, ପ୍ରଜ୍ଞା କିଶାନ, ସୁସ୍ମିତା ପୁଁ ଓ ମନୀଷା ପାନ୍ନା ରହିଛନ୍ତି।

ଦୁବାଇ ମାଲିକ ଭୁବନେଶ୍ବର ଘର
୨୦୧୪ରେ ଡିଇଏନ୍‌ ନେଟ୍‌ୱାର୍କ୍ସ ଦିଲ୍ଲୀ ଫ୍ରାଞ୍ଚାଇଜ୍‌ର ମାଲିକାନା ପାଇଥିଲା। ୨୦୧୫ରେ ଡଚ୍‌ କ୍ଲବ୍‌ ଫେୟେନୁର୍ଡ ସହ ବର୍ଷକ ପାଇଁ ଚୁକ୍ତି କରିଥିଲା। ଏହା ପରବର୍ଷ ଦୁବାଇ କମ୍ପାନି ଜିଏମ୍‌ଏସ୍‌ ଏହାର ସହମାଲିକ ହୋଇଥିଲା। ପ୍ରଥମେ ୫୫ ପରେ ୨୫ ଓ ୨୦ ପ୍ରତିଶତ ଅଂଶ ନେଇ ସଂପ୍ରତି ପୂରା ମାଲିକାନାରେ ପାଇଛି ଏହି କମ୍ପାନି। କ୍ଲବ୍‌ର ମାଲିକ ଦୁବାଇର ହୋଇଥିଲେ ମଧ୍ୟ ଏହାର ଘର ଭୁବନେଶ୍ବରରେ ‌ରହିଛି। ରାଜ ଅଠୱାଲ କ୍ଲବ୍‌ର ସଭାପତି ରହିଛନ୍ତି।

ଆଇଏସ୍‌ଏଲ୍‌ରେ ଖେଳ‌ିବେ ଅଧିକ ଓଡ଼ିଆ
ଓଡ଼ିଶା ଏଫ୍‌ସି ରାଜ୍ୟ ପାଇଁ ଗୌରବ ଆଣିଛି। ଚଳିତ ବର୍ଷ କ୍ଲବ୍‌ର ଉଭୟ ଓ ମହିଳା ଦଳ ଭଲ କରୁଛନ୍ତି। ନୂଆ ପ୍ରଶିକ୍ଷକ ‌ସର୍ଜିଓ ଲୋବେରୋଙ୍କ ପ୍ରଶିକ୍ଷଣରେ ପୁରୁଷ ଚମତ୍କାର ଖେଳୁଛି। ‌ଲୋବେରୋଙ୍କ ଆଇଏସ୍‌ଏଲ୍‌ ଅଭିଜ୍ଞତା ଦଳକୁ ସହାୟତା କରୁଛି। ମହିଳା ଦଳ ଆଇଡବ୍ଲୁଏଲ୍‌ରେ ୭ ମ୍ୟାଚ୍‌ ଅପରାଜେୟ ରହିବା ପରେ କେବଳ ଗୋକୁଳମ କେରଳଠୁ ହାରିଛି। କ୍ଲବ୍‌ର ୧୫ ଓ ୧୭ ବର୍ଷରୁ କମ୍‌ ଦଳ କେବଳ ଓଡ଼ିଶା ଖେଳାଳିଙ୍କୁ ନେଇ ଗଢ଼ାଯାଇଛି। ସେମାନଙ୍କୁ ଯେଉଁ ପ୍ରକାର ତାଲିମ ଦିଆଯାଉଛି। ଯାହା ଲାଗୁଛି ଆଗାମୀ ୩-୪ ବର୍ଷ ମଧ୍ୟରେ ଓଡ଼ିଶା ଏଫ୍‌ସି ଆଇଏସ୍‌ଏଲ୍‌ ଦଳରେ ଏକାଧିକ ଓଡ଼ିଆ ଖେଳାଳି ଥିବେ ବୋଲି ଆଶା ରଖିଛନ୍ତି ଓଡ଼ିଶା ଏଫ୍‌ସି ପ୍ରଶଂସକ କ୍ଲବ୍‌ ଜଗରନଟ୍ସର ପ୍ରତିଷ୍ଠାତା ନିର୍ଦେଶକ ପ୍ରଜ୍ବଳ ପ୍ରଜ୍ଞା ଦାସ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button