ରାଜନୀତି

ରାଜ୍ୟସଭାକୁ ଯାଇପାରନ୍ତି ସୋନିଆ – Kalinga News

[ad_1]

ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ରାଜସ୍ଥାନରୁ ରାଜ୍ୟସଭାକୁ ଯାଇପାରନ୍ତି। ଝିଅ ପ୍ରିୟଙ୍କା ତାଙ୍କ ପରିବାରର ଗଡ଼ କୁହାଯାଉଥିବା ରାଏ ବରେଲୀ ଆସନରୁ ପ୍ରାର୍ଥୀ ହେବାର ସମ୍ଭାବନା ରହିଛି। ପ୍ରିୟଙ୍କା ‌ଏଠାରେ ଲଢ଼ିଲେ ତାହା ହେବ ନିର୍ବଚନୀ ରାଜନୀତିରେ ତାଙ୍କର ପ୍ରଥମ ପ୍ରବେଶ। ୭୭ ବର୍ଷୀୟା ସୋନିଆଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ରହୁ ନଥିବାରୁ ସେ ରାଜ୍ୟସଭା ପ୍ରାର୍ଥୀ ହେବେ। ତେବେ ତାଙ୍କ ନିକଟତମ ସୂତ୍ରରୁ ଜଣାଯାଇଛି ଯେ ଲୋକସଭା ଛାଡ଼ି ରାଜ୍ୟସଭା ଯିବାକୁ ଇଚ୍ଛୁକ ନୁହନ୍ତି। ସୋନିଆ ୨୦୦୬ ମସିହାରୁ ‌ରାଏ ବରେଲିରୁ ଲୋକସଭାର ପ୍ରତିନିଧିତ୍ବ କରି ଆସୁଛନ୍ତି। ୨୦୧୯ ନିର୍ବାଚନରେ ଆମେଥିରୁ ରାହୁଲ ହାରି ଯାଇଥିଲେ ମଧ୍ୟ ସେ ଉତ୍ତର ପ୍ରଦେଶରୁ ଏକମାତ୍ର କଂଗ୍ରେସ ପ୍ରାର୍ଥୀ ଭାବେ ରାଏ ବରେଲୀରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ।

ତେବେ ମଧ୍ୟପ୍ରଦେଶ କଂଗ୍ରେସ ପକ୍ଷରୁ ସୋନିଆଙ୍କୁ ରାଜ୍ୟସଭା ପ୍ରାର୍ଥୀ ହେବା ପାଇଁ ସୋମବାର ପ୍ରସ୍ତାବ ଦିଆଯାଇଛି। ଅନ୍ୟପକ୍ଷରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଆସନ୍ତା ଲୋକସଭା ନିର୍ବାଚନ ଖାମମ ଆସନରୁ ଲଢ଼ିବା ଲାଗି ଗତ ସପ୍ତାହରେ ପ୍ରସ୍ତାବ ଦେଇଥିଲେ। ଏଥିସହିତ ରାଜ୍ୟସଭା ସାଂସଦ ଅଖିଳେଶ ପ୍ରସାଦ ସିଂହ ବିହାରରୁ କଂଗ୍ରେସର ରାଜ୍ୟସଭା ପ୍ରାର୍ଥୀ ହୋଇପାରନ୍ତି। ସେହିଭଳି ଅନ୍ୟ ଯେଉଁ କଂଗ୍ରେସ ନେତା ରାଜ୍ୟସଭାକୁ ନିର୍ବାଚନ ହୋଇପାରନ୍ତି ସେମାନଙ୍କ ମଧ୍ୟରେ ଅଭି‌ଷେକ ମନୁ ସିଂଘଭି ଏବଂ ଅଜୟ ମାକେନ ରହିଛନ୍ତି। ଆସନ୍ତା ଦିନେ ଦୁଇଦିନ ମଧ୍ୟରେ କଂଗ୍ରେସ ଏହାର ପ୍ରାର୍ଥୀ ତାଲିକା ଘୋଷଣା କରିପାରେ। ଉଲ୍ଲେଖଯୋଗ୍ୟ ଯେ ଆସନ୍ତା ୨୭ ତାରିଖରେ ୧୫ ରାଜ୍ୟର ୫୬ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button