ଖେଳ ଖବର

ବିଶ୍ବକପ ପରାଜୟ ବିବାଦ ଛାଡୁନି ପିଛା: ରୋହିତ-ଦ୍ରାବିଡ଼ଙ୍କୁ ଦାୟୀ କଲେ କୈଫ୍ – Kalinga News

[ad_1]

କୋଲକାତା: ୨୦୨୩ ଏକ ଦିବସୀୟ ବିଶ୍ୱକପ ଫାଇନାଲର ପରାଜୟ ଏବେ ମଧ୍ୟ ଟିମ୍ ଇଣ୍ଡିଆର ପିଛା ଛାଡୁନି। ପରାଜୟ ପାଇଁ କିଏ ଦାୟୀ ସେନେଇ ୪ ମାସ ପରେ ମଧ୍ୟ ଚର୍ଚ୍ଚା ଜାରି ରହିଛି। ନଭେମ୍ବର ୧୯ ରେ, ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଇସିସି ଟ୍ରଫି ଜିତିବାର ଭାରତର ସ୍ୱପ୍ନକୁ ଅଷ୍ଟ୍ରେଲିଆ ପୁଣି ଥରେ ଭାଙ୍ଗି ଦେଇଥିଲା। କଙ୍ଗାରୁ ଟିମ୍ ବିଶ୍ୱକପ୍ ଫାଇନାଲ ୬ ୱିକେଟ୍ ଜିତିବାରେ ସଫଳ ହୋଇଥିଲେ। ତେବେ ଫାଇନାଲର ପିଚ୍ ବହୁତ ମନ୍ଥର ଥିଲା ଯେଉଁଥିରେ ଭାରତୀୟ ଦଳ ଖେଳିବାରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ବର୍ତ୍ତମାନ ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ କହିଛନ୍ତି ଅଷ୍ଟ୍ରେଲିଆକୁ ଧୀର ପିଚ୍ ଦେଇ ଭାରତ ସବୁଠାରୁ ବଡ ଭୁଲ କରିଥିଲା। ଯଦି ଏହା ହୋଇ ନ ଥାନ୍ତା ତେବେ ଭାରତୀୟ ଦଳ ଚାମ୍ପିୟନ ହୋଇଥାନ୍ତେ ।

ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ ‌କୈଫ ଏକ ସାକ୍ଷାତକାର ଦେବାବେଳେ ୨୦୨୩ବିଶ୍ୱକପ ଫାଇନାଲର ପିଚ ବିଷୟରେ କହିଥିଲେ। ସେ କହିଥିଲେ, ‘ମୁଁ ସେଠାରେ ୩ ଦିନ ଥିଲି। ରୋହିତ ଶର୍ମା ସନ୍ଧ୍ୟାରେ ଆସିଥିଲେ। ରାହୁଲ ଦ୍ରାବିଡ ମଧ୍ୟ ସନ୍ଧ୍ୟାରେ ଆସିଥିଲେ। ପିଚକୁ ଯାଇ ଚାରିପାଖକୁ ଚାହିଁଲେ, ପିଚ୍ କିଭଳି ଅଛି ଦେଖିଲେ । ଲଗାତାର ୩ଦିନ ଧରି ଏହା ଘଟିଛି ଏବଂ ମୁଁ ମଧ୍ୟ ପିଚ୍ ର ରଙ୍ଗ ବଦଳୁଥିବା ଦେଖିଛି। ଅଷ୍ଟ୍ରେଲିଆ ଦଳରେ ପ୍ୟାଟ କମିନ୍ସ , ମିଚେଲ ଷ୍ଟାର୍କ ଅଛନ୍ତି। ସେମାନଙ୍କର ପାଖରେ ଦ୍ରୁତ ବୋଲିଂ ଅଛି, ତେଣୁ ସେମାନଙ୍କୁ ସ୍ଲୋ ପିଚ୍ ଦେବା ଏକ ବଡ଼ ଭୁଲ୍ ଥିଲା। ରୋହିତ-ଦ୍ରାବିଡ଼ ଟିମ୍ ଇଣ୍ଡିଆର ପରାଜୟ ପାଇଁ ଦାୟୀ ବୋଲି କୈଫ୍ କହିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button