ଖେଳ ଖବର

ଜାଡ଼େଜା ପରିବାରରେ ଫାଟ: ଶ୍ବଶୁରଙ୍କ ଆରୋପ ପରେ ମୁହଁ ଖୋଲିଲେ ରିଭାବା – Kalinga News

[ad_1]

ବରୋଦା: ଭାରତୀୟ କ୍ରିକେଟ୍ ଦଳର ଚର୍ଚ୍ଚିତ ଅଲ୍‌ରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜାଙ୍କ ପରିବାରରେ ସୃଷ୍ଟି ହୋଇଥିବା ବିବାଦ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। କିଛି ଦିନ ତଳେ ରବୀନ୍ଦ୍ରଙ୍କ ବିରୋଧରେ ପିତା ଅନିରୁଦ୍ଧ ଗୁରୁତର ଅଭିଯୋଗ ଆଣିଥିଲେ। ବିବାହର ମାତ୍ର ୩ମାସ ପରେ ରବୀନ୍ଦ୍ର ତାଙ୍କୁ ଓ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ଆଡ଼ ଆଖିରେ ଚାହୁ ନଥିବା କହିବା ସହ ବୋହୂ ରିଭାବା ଏହାର ମୂଳ କାରଣ ବୋଲି ଦର୍ଶାଇଥିଲେ। ସଂପ୍ରତି ରବୀନ୍ଦ୍ର ଅଲଗା ରହୁଛନ୍ତି। ମା’-ବାପାଙ୍କ ସହ ପଦଟିଏ କଥା ହେଉନାହାନ୍ତି। ରିଭାବାଙ୍କ କଥାରେ ପଡ଼ି ପରିବାର ଲୋକଙ୍କଠାରୁ ସଂପୂର୍ଣ୍ଣ ଦୂରେଇ ଯାଇଛନ୍ତି। ତାଙ୍କୁ କ୍ରିକେଟର୍ କରି ମୁଁ ଭୁଲ କରିଛି। ୫ବର୍ଷ ହେବ ‌ମୁଁ ମୋ ନାତୁଣୀର ମୁହଁ ଦେଖିନି ବୋଲି ‌ମଧ୍ୟ ଏକ ସାକ୍ଷାତକାର ଅବସରରେ ସେ କହିଥିଲେ। ବିବାଦ ବଢ଼ିବା ଦେଖି ରବୀନ୍ଦ୍ର ମୁହଁ ଖୋଲିବା ସହ ମୁଁ ବି ଅନେକ କିଛି କହିପାରିବି ବୋଲି ପିତାଙ୍କୁ ଗଣମାଧ୍ୟମ ଜରିଆରେ ଜବାବ ଦେଇଥିଲେ। ପିତା ଅନିରୁଦ୍ଧ ଦେଇଥିବା ସାକ୍ଷାତକାରରେ କୌଣସି ସତ୍ୟତା ନାହିଁ।

ମୁଁ ଓ ମୋ ପତ୍ନୀଙ୍କ ଭାବମୂର୍ତ୍ତିକୁ କ୍ଷୁଣ୍ଣ କରିବା ଲାଗି ଏହା ଏକ ହୀନ ପ୍ରୟାସ ବୋଲି ଇନଷ୍ଟାଗ୍ରାମ କରିଥିଲେ। ସୋମବାର ଜାମନଗର (ଉତ୍ତର) ବିଧାୟକ ଥିବା ରିଭାବା ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଜଣେ ସାମ୍ବାଦିକ ତାଙ୍କୁ ଏହି ବିଷୟରେ ପ୍ରଶ୍ନ କରିଥଲେ। ଯାହାକୁ ଶୁଣି ରିଭାବା ନିଜ ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ। ଆମେ ଏଠି ଯେଉଁ କାରଣରୁ ଏକାଠି ହୋଇଛେ, ସେ ବିଷୟରେ ପ୍ରଶ୍ନ କରନ୍ତୁ। ଅନ୍ୟକଥା ଜାଣିବାକୁ ହେଲେ ମୋତେ ସିଧା ଫୋନ୍ କରନ୍ତୁ ବୋଲି ଚଢ଼ା ଗଳାରେ ଉତ୍ତର ଦେଇଥି‌ଲେ ରିଭାବା। ଏଣୁ ଜାଡ଼େଜା ପରିବାରରେ ଯେ ସବୁକିଛି ଠିକ୍ ନାହିଁ, ତାହା ସ୍ପଷ୍ଟ ହୋଇଯାଇଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button