ନିଜ ବନ୍ଧୁକରୁ ଗୁଳିକରି ବ୍ୟାବସାୟୀଙ୍କ ଆତ୍ମହତ୍ୟା – Kalinga News

[ad_1]
ଢେଙ୍କାନାଳ: ସଦର ଥାନା ଅଞ୍ଚଳର ଜଣେ ବିଶିଷ୍ଠ ବ୍ୟବସାୟୀ ଆଜି ସନ୍ଧ୍ୟାରେ ନିଜ ବନ୍ଧୁକରୁ ଗୁଳିକରି ଆତ୍ମହତ୍ୟା କରିଛନ୍ତି। ମୃତ ବ୍ୟବସାୟୀ ହେଲେ ବଳରାମ ସାହୁ(୬୨)।

Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ କାଲଟ୍ୟାକ୍ସ ଛକସ୍ଥିତ ନିଜ ଘର ସମ୍ମୁଖରେ ଗୁଳିକରି ଟଳି ପଡ଼ିଥିଲେ। ଖବରପାଇ ପୁଲିସ ପହଞ୍ଚି ରକ୍ତ ଜୁଡୁବୁଡୁ ମୃତଦେହକୁ ଜବତ କରିଛି। ସାଇଣ୍ଟିଫିକ୍ ଟିମ୍ ପହଞ୍ଚିବା ପରେ ତଦନ୍ତ ଆଗକୁ ବଢ଼ିବ ବୋଲି ଜଣାଯାଇଛି।
ତେବେ କେଉଁ କାରଣରୁ ସେ ଏପରି ଗୁଳିକରି ଆତ୍ମହତ୍ୟା କରିଛନ୍ତି ନା ଅନ୍ୟ କିଛି ଘଟିଛି ତାହା ଜଣାପଡ଼ି ନାହିଁ। ଦୁଇ ପୁଅ ଘରେ ନଥିବା ବେଳେ ବଡ଼ ବହୁ ଓ ଦୁଇ ନାତୁଣୀ ଘରେ ଥିଲେ। ସ୍ବର୍ଗତ ସାହୁଙ୍କର ସଦର ଥାନା ଗୁଣଦେଇପୁର, ନମିଚିରାରେ କ୍ରସର ସହ ଗୁଣିଦେଇପୁରରେ ଇଟା ଭ୍ୟାକ୍ଟ୍ରି ରହିଛି। ପ୍ରତିଷ୍ଠିତ ବ୍ୟବସାୟୀ ଭାବେ ଜଣାଶୁଣା ଥିବା ବେଳେ ତାଙ୍କର ଏପରି ମୃତ୍ୟୁ ସହରରେ ଶୋକର ଛାୟା ଖେଳାଇ ଦେଇଛି।
[ad_2]