ମନୋରଞ୍ଜନ

କେବେ ବି ରିଲିଜ ହୋଇପାରିଲାନି ଲତା ଗାଇଥିବା ପ୍ରଥମ ଗୀତ – Kalinga News

[ad_1]

ମୁମ୍ବାଇ: ସ୍ୱର କୋକିଳା ନାମରେ ସାରା ଦେଶରେ ପ୍ରସିଦ୍ଧ ଲତା ମଙ୍ଗେଶକରଙ୍କର ଦୁଇ ବର୍ଷ ପୂର୍ବେ ୬ ଫେବୃଆରୀ ୨୦୨୨ରେ ଦେହାନ୍ତ ହୋଇଯାଇଥିଲା। ଲତାଙ୍କର ଦେହାନ୍ତ ହେବାର ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ତାଙ୍କ ପ୍ରଶଂସକମାନେ ତାଙ୍କୁ ଭୁଲି ପାରି ନାହାଁନ୍ତି। ଆଜି ବି ସେମାନେ ଲତାଙ୍କୁ ଅତି ପ୍ରିୟ ମନେ ରଖିଛନ୍ତି। ଏହି ସମୟ ମଧ୍ୟରେ, ଆଜି ଆମେ ଆପଣଙ୍କୁ ଲତାଙ୍କ ସହ ଜଡିତ ଏମିତି କିଛି କଥା କହିବୁ ଯାହା ବୋଧେ ଆପଣ ଜାଣିନଥିବେ । ଲତା ମଙ୍ଗେଶକରଙ୍କର ଜନ୍ମ ୨୮ ସେପ୍ଟେମ୍ବର ୧୯୨୯ ମସିହାରେ ଇନ୍ଦୋରରେ ହୋଇଥିଲା | ଖୁବ୍ କମ୍ ଲୋକ ଜାଣନ୍ତି ଯେ କୀତ୍ତି ହାସାଲ ନାମକ ଏକ ମରାଠୀ ଚଳଚ୍ଚିତ୍ର ପାଇଁ ଲତା ତାଙ୍କ କ୍ୟାରିୟରର ପ୍ରଥମ ଗୀତ “ନାଚୁ ୟା ଗାଡେ, ଖେଲୁ ସାରୀ ମନି ହୋସ ଭାରୀ” ଗାଇଥିଲେ |

କିନ୍ତୁ ଦୁର୍ଭାଗ୍ୟବଶତଃ ଏହି ଗୀତଟି ଚଳଚ୍ଚିତ୍ରରୁ କାଟିଦିଆଯାଇଥିଳା | ଯାହା ଦ୍ୱାରା ଏହି ଗୀତ କେବେ ବି ମୁକ୍ତିଲାଭ କରିପାରିନଥିଲା | ସେହିପରି ଲତା ମଙ୍ଗେଶକର ଥରେ ଏକ ସାକ୍ଷାତକାରରେ କହିଥିଲେ ଯେ ସେ ତାଙ୍କ ଗୀତ କେବେ ବି ଶୁଣନ୍ତି ନାହିଁ | ଆଉ ମଜାଦାର କଥା ହେଉଛି ଯେ ଏହାର କାରଣକୁ ନେଇ ସେ କହିଥିଲେ ଯେ ଯଦି ସେ ଏହା କରିଥାନ୍ତେ ତେବେ ଶହ ଶହ ତ୍ରୁଟି ବାହାରିଥାନ୍ତା। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଲତା ମଙ୍ଗେଶକର ୩୦ ହଜାରରୁ ଅଧିକ ଗୀତ ଗାଇଛନ୍ତି। ସେ ଭାରତର ତିନୋଟି ସର୍ବୋଚ୍ଚ ନାଗରିକ ସମ୍ମାନ (ଭାରତ ରତ୍ନ, ପଦ୍ମ ଭୂଷଣ ଏବଂ ପଦ୍ମବିଭୂଷଣ) ସମେତ ତିନୋଟି ଜାତୀୟ ଏବଂ ଚାରିଟି ଫିଲ୍ମଫେୟାର ପୁରସ୍କାର ପାଇଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button