ବାରଙ୍ଗ ଉର୍ମିଳା ହତ୍ୟାକାଣ୍ଡର ପର୍ଦ୍ଦାଫାସ: ମାରିଥିଲା ସମ୍ପର୍କୀୟ ମଳାଶୁର – Kalinga News

[ad_1]
ଧରାଇଦେଲା ସିନ୍ଦୁର ପୁଡ଼ିଆ
ବାରଙ୍ଗ/ତ୍ରିଶୁଳିଆ: ବାରଙ୍ଗ ବାରାସିଂହ ଗାଁର ବିଧବା ମହିଳା ଉର୍ମିଳା ହତ୍ୟାକାଣ୍ଡ ପର୍ଦ୍ଦାଫାସ କରିଛି ପୁଲିସ। ଉର୍ମିଳାଙ୍କ ସମ୍ପର୍କୀୟ ମଳାଶୁର ତଥା ସେହି ଗାଁର ମନୋଜ ମହାରଣା(୪୨) ହତ୍ୟାକାରୀ ବୋଲି ଜଣାପଡ଼ିଛି। ନିଜଠାରୁ ୮ ବର୍ଷ ବଡ଼ ବିଧବା ଉର୍ମିଳାଙ୍କୁ ପ୍ରେମ ନିବେଦନ କରି ବିଫଳ ହେବାପରେ ନୃଶଂସ ମନୋଜ ତାଙ୍କୁ ପଥରରେ ଛେଚି ହତ୍ୟା କରିଛି ବୋଲି ସ୍ବୀକାର କରିଛି। ବୁଧବାର ମନୋଜକୁ କୋର୍ଟ ଚାଲାଣ କରାଯାଇଛି। ଉର୍ମିଳାଙ୍କ ପଡ଼ୋଶୀଙ୍କ ଘର କାମରେ ମନୋଜ ଶ୍ରମିକ ଭାବେ ଲାଗିଥିଲା। ସମ୍ପର୍କୀୟ ମଳାଶୁର ହିସାବରେ ମନୋଜ ତାଙ୍କ ଘରକୁ ଯିବା ଆସିବା କରୁଥିଲା। ବିଧବା ଉର୍ମିଳାଙ୍କ ଉପରେ ମନୋଜର ଲୋଲୁପଦୃଷ୍ଟି ପଡ଼ିଥିଲା। ମନୋଜ ବିବାହିତ ହୋଇଥଲେ ବି ଉର୍ମିଳାଙ୍କୁ ଏକତରଫା ଭଲ ପାଇବସିଥିଲା। ଏମିତିକି ତାଙ୍କୁ ବିବାହ କରିବ ବୋଲି ମନେମନେ ସ୍ଥିର କରିଥିଲା। ଘଟଣା ଦିନ ଅର୍ଥାତ୍ ୧୧ତାରିଖ ରାତିରେ ଉର୍ମିଳାଙ୍କ ପୁଅ ପାର୍ଥସାରଥୀଙ୍କ ଘରେ ନଥିଲେ। ତେଣୁ ଏହି ମଉକାରେ ମନୋଜ ରାତି ପ୍ରାୟ ୧୧ଟା ବେଳେ ଉର୍ମିଳାଙ୍କ ବାଡ଼ିପଟେ ଯାଇ କବାଟ ବାଡ଼େଇଥିଲା।

Sambad is now on WhatsApp
Join and get latest news updates delivered to you via WhatsApp
ଏକ ଜରୁରି କାମ ଥିବା କହି ଉର୍ମିଳାଙ୍କୁ କବାଟ ଖୋଲିବାକୁ କହିଥିଲା। ମନୋଜ ବୋଲି ଜାଣିବା ପରେ ଉର୍ମିଳା କବାଟ ଖୋଲି ବାହାରକୁ ଆସିଥିଲେ। ପ୍ରେମରେ ପାଗଳ ହୋଇଯାଇଥିବା ମନୋଜ ସିଧାସଳଖ ସିନ୍ଦୁର ପୁଡ଼ିଆ ଦେଖାଇ ଉର୍ମିଳାଙ୍କୁ ବାହା ହେବ ବୋଲି କହିଥିଲା। ବିସ୍ମିତ ହୋଇପଡ଼ିଥିଲେ ବିଧବା ଉର୍ମିଳା। ଏ ବୟସରେ ମନୋଜଠାରୁ ଏଭଳି କଥା ଶୁଣିବା ପରେ ସେ ଚିହିଁକି ଉଠିଥିଲେ। ମନୋଜ କିନ୍ତୁ ନଛୋଡ଼ବନ୍ଧା ଥିଲା। ଏମିତିରେ ସେମାନଙ୍କ ଭିତରେ ଧସ୍ତାଧସ୍ତି ଯାଏ କଥା ଯାଇଥିଲା। ମନୋଜ ତାଙ୍କୁ ଧକ୍କା ଦେଇ ତଳେ ପକାଇବା ସହ ପଥରରେ ଛେଚି ଦେଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ପରଦିନ ସକାଳୁ ମନୋଜ ଗାଁ ଲୋକଙ୍କ ଭିତରେ ରହି ଉର୍ମିଳାଙ୍କ ମୃତଦେହ ଦେଖୁଥିଲା। କିନ୍ତୁ ପୁଲିସ ସନ୍ଧାନୀ କୁକୁର ନେଇ ଆସିବା ବେଳେ ସେ ଚମ୍ପଟ ମାରିଥିଲା। ପୁଲିସ ଉର୍ମିଳାଙ୍କ ମୃତଦେହ ନିକଟରୁ ସିନ୍ଦୁର ପୁଡ଼ିଆ ଜବତ କରିବା ପରେ ସେହି ଦିଗରେ ତଦନ୍ତ ଚଳାଇଥିଲା ଏବଂ ମନୋଜକୁ ଠାବ କରିଥିଲା।
[ad_2]