ଅପରାଧ

ଲକ୍ଷ୍ନୌ ଟ୍ରିପଲ ମର୍ଡର : ଅଭିଯୁକ୍ତ ଲଲନ ଓ ତା ପୁଅ ଫରାଜ୍ ଗିରଫ – Kalinga News

[ad_1]

ଲକ୍ଷ୍ନୌ : ଲକ୍ଷ୍ନୌର ଟ୍ରିପଲ ମର୍ଡର ମାମଲାର ଅଭିଯୁକ୍ତ ଲଲନ ଖାଁ ଏବଂ ତା ପୁଅ ଫରାଜ ଖାଁକୁ ଗିରଫ କରାଯାଇଛି । ଶୁକ୍ରବାର ମାଳିହାବାଦ ଥାନା ଅନ୍ତର୍ଗତ ରହମତନଗର ଗ୍ରାମରେ ଜମି ବଣ୍ଟନକୁ ନେଇ ବିବାଦ ଦେଖାଦେଇଥିଲା। ଏଥିରେ ଏହି ବାପପୁଅ ନିଜର ୩ ଜଣ ସଂପର୍କୀୟଙ୍କୁ ଗୁଳିକରି ହତ୍ୟା କରିଥିଲେ ।

ପୁଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ମୁନୀର, ଫରହିନ୍ ଓ ତାଙ୍କ ପୁଅ ହଞ୍ଜାଲାଙ୍କୁ ଜମିବାଡ଼ି ବିବାଦରେ ହତ୍ୟା କରାଯାଇଥିଲା। ଫରହିନଙ୍କ ଚାଚା ଲଲନ, ତାଙ୍କ ପୁଅ ଫରାଜ ଏବଂ ଅନ୍ୟମାନଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆସିଛି। ସେମାନଙ୍କ ମଧ୍ୟରେ ବିବାଦୀୟ ଜମିକୁ ନେଇ ଏସ୍ ଡିଏମ୍ କୋର୍ଟରେ ମାମଲା ଚାଲିଥିଲା। ଗତ ଶୁକ୍ରବାର ଦିନ ପରିବାରର କିଛି ସଦସ୍ୟ ଏକ ଗାଡ଼ିରେ ପହଞ୍ଚିବା ପରେ ଜମିବାଡ଼ି ବିବାଦକୁ ନେଇ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହା ପରେ ଉତକ୍ଷିପ୍ତ ହୋଇ ଲଲନ ଗୁଳି ଚଳାଇଥିଲେ ।

ଗୁଳି ବାଜିବା ପରେ ଘଟଣାସ୍ଥଳରେ ହିଁ ଟଳିପଡ଼ିଥିଲେ ମୁନୀର, ଫରହିନ ଓ ହଞ୍ଜାଲ । ଏହି ଘଟଣା ପରେ ଅଭିଯୁକ୍ତ ବାପପୁଅ ଫେରାର ହୋଇଯାଇଥିଲେ । କିନ୍ତୁ ମୃତକଙ୍କ ଘରେ ଲାଗିଥିବା ସିସିଟିଭି କ୍ୟାମେରାରେ ଏହି ହତ୍ୟାକାଣ୍ଡ ରେକର୍ଡ ହୋଇଯାଇଥିଲା । ତାହାକୁ ଆଧାର କରି ପୁଲିସ ଅଭିଯୁକ୍ତ ବାପପୁଅଙ୍କୁ ଚିହ୍ନଟ କରି ଗିରଫ କରିଥିଲା ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button