ସ୍ୱାସ୍ଥ୍ୟ

ଷ୍ଟ୍ରୋକ୍ ହେବାର ଅଧିକ ଆଶଙ୍କା ରହିଥିଏ ଏହି ବ୍ଲଡ଼ ଗୃପର ଲୋକଙ୍କୁ, ଜାଣନ୍ତୁ କାହିଁକି

ଦିନକୁ ଦିନ ଯୁବ ପିଢିଙ୍କୁ ଷ୍ଟ୍ରୋକ୍ ହେବା ଏକ ସାଧାରଣ କଥା ହୋଇଗଲାଣି । ଷ୍ଟ୍ରୋକ୍ ହେବାର ଅନେକ କାରଣ ରହିଥାଏ ପାରେ । ହେଲେ ଏହା ଏକ ବିପଜ୍ଜନକ ପରିସ୍ଥିତି । ଅନେକ କ୍ଷେତ୍ରରେ, ଷ୍ଟ୍ରୋକରେ ପୀଡିତ ବ୍ୟକ୍ତି ମଧ୍ୟ ମରିଯାଆନ୍ତି । ମସ୍ତିଷ୍କରେ ରକ୍ତ ସଞ୍ଚାଳନର ଅଭାବ ହେତୁ ଷ୍ଟ୍ରୋକ ହୁଏ । ଭାରତ ସମେତ ବିଶ୍ୱରେ ପ୍ରତିବର୍ଷ ଏହି ରୋଗର ସଂଖ୍ୟା ବୃଦ୍ଧି ପାଉଛି । କୋଭିଡ ପରେ ପରିସ୍ଥିତି ଆହୁରି ବିପଜ୍ଜନକ ହୋଇପଡ଼ିଛି । ବର୍ତ୍ତମାନ ଏହି ରୋଗ ବିଷୟରେ ବୈଜ୍ଞାନିକମାନେ ଆବିଷ୍କାର କରିଛନ୍ତି । ଅନୁସନ୍ଧାନ ଅନୁଯାୟୀ, ଷ୍ଟ୍ରୋକ ହେବାର ଆଶଙ୍କା କେବଳ ଜଣେ ବ୍ୟକ୍ତିଙ୍କ ବ୍ଲଡ୍ ଗ୍ରୁପ ଦ୍ୱାରା ଚିହ୍ନଟ ହୋଇପାରିବ ।

ନ୍ୟୁରୋଲୋଜି ଜର୍ଣ୍ଣାଲରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ ଶରୀରରେ ଉପସ୍ଥିତ ଥିବା ସମସ୍ତ ବ୍ଲଡ୍ ଗ୍ରୁପ ଉପରେ ଏକ ଅନୁସନ୍ଧାନ କରାଯାଇଥିଲା । ଯେଉଁଥିରେ କୁହାଯାଇଛି ଯେ A ବ୍ଲଡ ଗ୍ରୁପ ଥିବା ଲୋକଙ୍କର ୬୦ ବର୍ଷ ବୟସ ପୂର୍ବରୁ ଷ୍ଟ୍ରୋକ୍ ହେବାର ଆଶଙ୍କା ଅଧିକ ଥାଏ । ଏହି ଅନୁସନ୍ଧାନରେ, ୧୮ ରୁ ୫୯ ବର୍ଷ ବୟସ ମଧ୍ୟରେ ୧୮ ହଜାର ଲୋକଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା । ଯେଉଁମାନେ ବ୍ରେନ୍ ଷ୍ଟ୍ରୋକ୍‌ର ଶିକାର ହୋଇଥିଲା । ଅନୁସନ୍ଧାନରେ ଲୋକଙ୍କ ବ୍ଲଡ ଗ୍ରୁପ ଚିହ୍ନଟ ହୋଇଥିଲା । ଏଥିରେ, ଏହା ଦେଖାଗଲା ଯେ ଅନ୍ୟ ଲୋକଙ୍କ ତୁଳନାରେ A ବ୍ଲଡ ଗ୍ରୁପ ଥିବା ଲୋକଙ୍କ ପାଇଁ ଷ୍ଟ୍ରୋକ୍ ହେବାର ଆଶଙ୍କା ୧୬ ପ୍ରତିଶତ ଅଧିକ । ଆଉ ଯେଉଁମାନଙ୍କର ବ୍ଲଡ ଗ୍ରୁପ O ସେମାନଙ୍କୁ ଷ୍ଟ୍ରୋକ୍ ହେବାର କମ୍ ଆଶଙ୍କା ରହିଛି ।

ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ଟାଇପ୍ ବି ବ୍ଲଡ୍ ଗ୍ରୁପ୍ ଥିବା ଲୋକଙ୍କଠାରେ ଷ୍ଟ୍ରୋକ୍ ହେବାର ଆଶଙ୍କା ଅଧିକ ନାହିଁ । ହେଲେ A ବ୍ଲଡ ଗ୍ରୁପ ଲୋକଙ୍କ ଉପରେ ଏହାର ପ୍ରଭାବ ଅଧିକ ରହିଛି । ଏମିତି ପରିସ୍ଥିତିରେ ସେମାନେ ନିଜ ଉପରେ ଧ୍ୟାନ ଦେବାର ଆବଶ୍ୟ ରହିଛି । ସମୟ ସମୟରେ ଏମାନେ ନିଜ ବିପି ଯାଞ୍ଚ କରିବାର ମଧ୍ୟ ଆବଶ୍ୟକ ରହିଛି । ଅନୁସନ୍ଧାନରୁ ଏହା ଜଣାପଡ଼ିଛି ଯେ A ବ୍ଲଡ ଗ୍ରୁପ ଥିବା ଲୋକଙ୍କର ଷ୍ଟ୍ରୋକ୍ ହେବାର ଆଶଙ୍କା ଅଧିକ, କିନ୍ତୁ ଏହାର କାରଣ କ’ଣ? ଏହି ପରିପ୍ରେକ୍ଷୀରେ ଡାକ୍ତରମାନେ କହିଛନ୍ତି ଯେ ପ୍ଲେଟଲେଟ୍ ଏବଂ ରକ୍ତଭଣ୍ଡାର ତଥା ଅନ୍ୟାନ୍ୟ କାରଣରୁ ଏହା ହୋଇପାରେ । ଅନ୍ୟ ଗ୍ରୁପର ଲୋକଙ୍କ ତୁଳନାରେ A ଗ୍ରୁପର ରକ୍ତ ଜମାଟ ବାନ୍ଧିବାର ଆଶଙ୍କା ଅଧିକ । ଯେଉଁ କାରଣରୁ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିବା ଦ୍ବାରା ଷ୍ଟ୍ରୋକ୍ ହୁଏ । ତଥାପି, ଏହି ତଥ୍ୟ ସମ୍ବନ୍ଧରେ ଅଧିକ ଗବେଷଣା ଆବଶ୍ୟକ ଅଛି ।

ଅନୁସନ୍ଧାନରେ ଜଡିତ ପ୍ରଫେସର ଡକ୍ଟର ଷ୍ଟିଭେନ୍ କିଟନର୍ କହିଛନ୍ତି ଯେ ଷ୍ଟ୍ରୋକ୍ ପରେ ମୃତ୍ୟୁ ହେବାର ଆଶଙ୍କା ବହୁତ ଅଧିକ, ବଞ୍ଚିଥିବା ଲୋକ ଜୀବନସାରା କିଛି କିମ୍ବା ଅନ୍ୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଏଭଳି ପରିସ୍ଥିତିରେ, ଉଚ୍ଚ ବିପଦ ଥିବା ବ୍ଲଡ ଗ୍ରୁପ ଥିବା ବ୍ୟକ୍ତିମାନେ ସେମାନଙ୍କର ବିଶେଷ ଯତ୍ନ ନେବା ଜରୁରୀ । ବ୍ରେନ୍ ଷ୍ଟ୍ରୋକର ଲକ୍ଷଣ ହେଉଛି ହଠାତ୍ ପ୍ରବଳ ମୁଣ୍ଡବିନ୍ଧା ହେବା, କହିବାରେ ଅସୁବିଧା ହେବା, ଦେଖିବାରେ କଷ୍ଟ ଅନୁଭବ କରିବା, ମୁଖରେ ଅସ୍ଥିରତା ଆସିବା । ଏଭଳି ସମସ୍ୟା ସହିତ ଲଢୁଥିବା ବ୍ୟକ୍ତି ବିଳମ୍ବ ନକରି ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନେବାର ଆବଶ୍ୟକ ରହିଛି । ଠିକ ସମୟରେ ଚିକିତ୍ସା କରିବା ଦ୍ବାରା ବ୍ରେନ୍ ଷ୍ଟ୍ରୋକ୍‌ରୁ ମୁକ୍ତି ମିଳିପାରିବ ।

Related Articles

Leave a Reply

Your email address will not be published. Required fields are marked *

Back to top button