ଯୌଥ ପରିବାରର କାହାଣୀ ‘ମଧୁର ସଂସାର’ – Kalinga News

[ad_1]
ଓଡ଼ିଆ ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ମହିଳାମାନଙ୍କର ଜୀବନଧାରା ଓ ସେମାନଙ୍କର ସରଳ ସ୍ବଭାବ ଆଧାରିତ ଚରିତ୍ରର ଅସାଧାରଣ କାହାଣୀକୁ ବିଭିନ୍ନ ମେଗାଧାରାବାହିକ ମାଧ୍ୟମରେ ଓଡ଼ିଆ ଦର୍ଶକଙ୍କ ନିକଟରେ ଉପସ୍ଥାପିତ କରିଛି l ଯୌଥ ପରିବାରର ମିଠା ମିଠା ସମ୍ପର୍କକୁ ନେଇ ପ୍ରତ୍ୟେକ ସୋମବାରରୁ ରବିବାର, ସନ୍ଧ୍ୟା ୭ଟାରେ ପ୍ରସାରିତ ହେଉଛି ମେଗା ଧାରାବାହିକ ‘ମଧୁର ସଂସାର’ l କେବଳ ଓଡ଼ିଶା ନୁହେଁ, ସମ୍ପୂର୍ଣ୍ଣ ଭାରତରେ ଏବେ ଯୌଥ ପରିବାର ସଂଖ୍ୟା ହ୍ରାସ ପାଉଛି। ଏପରି ସମୟରେ ଓଡ଼ିଆ ଭରଦ୍ବାଜ ପରିବାରର କାହାଣୀ ଦେଖିବାକୁ ପାଉଛନ୍ତି ଦର୍ଶକ। ମଧୁ ସରଳ ଓ ଖୋଲା ମିଜାଜର ଝିଅ। ତେଣେ ସ୍ବାମୀ ମାନସ ସାମାଜିକ ମୂଲ୍ୟବୋଧକୁ ଗୁରୁତ୍ବ ଦେଉଥିବା ବ୍ୟକ୍ତି। ସେମାନଙ୍କ ଦାମ୍ପତ୍ୟ ଜୀବନ ମଧୁର ହୋଇପାରିବ ତ?

Sambad is now on WhatsApp
Join and get latest news updates delivered to you via WhatsApp
ଏଥିରେ ଭକ୍ତି ପଟ୍ଟନାୟକ ମଧୁ ଭୂମିକାରେ ନଜର ଆସୁଥିବା ବେଳେ ତାଙ୍କ ସାଙ୍ଗରେ ଓଡ଼ିଆ ଟେଲିଭିଜନ ଦୁନିଆର ଲୋକପ୍ରିୟ ନାୟକ ଆଦିତ୍ୟ ଅଛନ୍ତି ମାନସ ଭୂମିକାରେ। ଏକ ଯୌଥ ପରିବାରର ସଦସ୍ୟଙ୍କ ଭିତରେ ରାଗରୁଷା, ମାନଅଭିମାନ ଓ ଭଲପାଇବା ଉପରେ ଆଧାରିତ ଏହି ନୂଆ କାହାଣୀ ଆମ ଦର୍ଶକଙ୍କୁ ଏକ ନୂତନ ଅନୁଭବ ଦେଉଛି ବୋଲି କହିଛନ୍ତି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ପ୍ରତୀକ ସିଲ୍ ଓ ଚ୍ୟାନେଲ୍ ମୁଖ୍ୟ କ୍ଲଷ୍ଟର ଅଫିସର ସମ୍ରାଟ ଘୋଷ।
[ad_2]