ଅପରାଧ

ଥାନା ଭିତରେ ଶିବସେନା ନେତାଙ୍କୁ ଗୁଳି: ବିଜେପି ବିଧାୟକଙ୍କ ସମେତ ୩ ଗିରଫ – Kalinga News

[ad_1]

ଥାନେ: ଶିବସେନା (ସିନ୍ଦେ ଗୋଷ୍ଠୀ) ନେତା ମହେଶ ଗାଇକୱାଡ ଏବଂ ରାହୁଲ ପାଟିଲଙ୍କୁ ଥାନା ଭିତରେ ଗୁଳି କରି ହତ୍ୟା ଉଦ୍ୟମ କରିବା ଘଟଣାରେ ପୁଲିସ ଆଜି ବିଜେପି ବିଧାୟକ ଗଣପତ ଗାଇକୱାଡ ଏବଂ ଅନ୍ୟ ଦୁଇଜଣଙ୍କୁ ଗିରଫ କରିଛି। ହତ୍ୟା ଉଦ୍ୟମ, ଦଙ୍ଗା ଓ ଅସ୍ତ୍ରଶସ୍ତ୍ର ଆଇନ ଉଲ୍ଲଂଘନ ଅଭିଯୋଗରେ ପୁଲିସ ଗଣପତଙ୍କ ବ୍ୟତୀତ ହର୍ଷଲ କେନେ ଓ ସନ୍ଦୀପ ସର୍ବଙ୍କରଙ୍କୁ ମଧ୍ୟ ଗିରଫ କରିଛି। ମହେଶ ଗାଇକୱାଡ ଏବଂ ରାହୁଲ ପାଟିଲଙ୍କର ଥାନେର ଜୁପିଟର ହସ୍ପିଟାଲରେ ଅସ୍ତ୍ରୋପଚାର କରାଯାଇଥିଲା, ଯେଉଁଥିରେ ସେମାନଙ୍କ ଶରୀରରୁ ମୋଟ ୬ ରାଉଣ୍ଡ ଗୁଳି ବାହାର କରାଯାଇଛି। ପୁଲିସ କହିଛି ଯେ, ଶୁକ୍ରବାର ଅପରାହ୍ଣରେ ଗଣପତ ଗାଇକୱାଡଙ୍କ ପୁଅ ବୈଭବଙ୍କ ସହ ଥାନାକୁ ଆସି ମହେଶ ଗାଇକୱାଡଙ୍କ ବିରୋଧରେ ଦ୍ୱାରଲି ଗାଁରେ ଜମି ସମ୍ବନ୍ଧୀୟ ଏକ ମାମଲାକୁ ନେଇ ଅଭିଯୋଗ କରିଥିଲେ। ସେହିପରି ମହେଶ ଓ ରାହୁଲ ପାଟିଲ ମଧ୍ୟ ଥାନାରେ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରେ ବଚସା ହେବାପରେ ଗଣପତ ହଠାତ୍ ମହେଶ ଓ ରାହୁଲଙ୍କ ଉପରକୁ ଗୁଳି ଚଳାଇଥିଲେ। ପୁଲିସ ଉଭୟ ଆହତଙ୍କୁ ଥାନେର ମୀରା ହସ୍ପିଟାଲରେ ଭର୍ତ୍ତି କରିଥିଲା, ଯେଉଁଠାରୁ ଉଭୟଙ୍କୁ ଥାନେର ଜୁପିଟର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button