ମନୋରଞ୍ଜନ

‘ତ୍ରିକନ୍ୟା’ର ତିନି ଗୀତ – Kalinga News

[ad_1]

ଏବର୍ଷର ଏକ ବହୁପ୍ରତୀକ୍ଷିତ ସିନେମା ‘ତ୍ରିକନ୍ୟା’। ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାରପ୍ରାପ୍ତ ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଏହି ସିନେମାର ଗୀତଗୁଡ଼ିକ ଇତିମଧ୍ୟରେ ରିଲିଜ୍ ହୋଇଛି। ଆଉ ସବୁଗୀତକୁ ସିନେପ୍ରେମୀ ବେଶ୍ ପସନ୍ଦ କରିଛନ୍ତି। ଏଥିମଧ୍ୟରୁ ପ୍ରଥମ ଗୀତଟି ହେଲା ‘ମତେ ତୋ ଆଖିର ଲୁହ କରିଦେ..’। ଏହା ନାୟକ ପାର୍ଥସାରଥୀ ଓ ନାୟିକା ଶ୍ରଦ୍ଧାଙ୍କ ଉପରେ ଫିଲ୍ମାୟନ ହୋଇଛି। ଉଭୟଙ୍କ ସଂପର୍କର ଉଷ୍ମତାକୁ ଟିକେ ଭିନ୍ନ ଢଙ୍ଗରେ ଦେଖାଇଛନ୍ତି ନିର୍ଦ୍ଦେଶକ, ଯାହା ଯୁବପିଢ଼ିଙ୍କୁ ଅଧିକ ଆକର୍ଷିତ କରିବ। ଏହାର ଅନ୍ୟ ଏକ ଗୀତ ହେଲା ‘ମୋ ଛାତିର କୋକେଇରେ ମୋ ସପନ ଜଳୁଥାଏ..। ଏହି ଗୀତଦୃଶ୍ୟରେ ନାୟିକା ବର୍ଷା ପଟ୍ଟନାୟକ, ନାୟକ ଅମନ୍ ଓ ମନୋଜ ମିଶ୍ରଙ୍କୁ ଦେଖିବାକୁ ମିଳିଛି। ଗୀତଟି ଶୁଣିବାକୁ ଯେମିତି ଶ୍ରୁତିମଧୁର ହୋଇଛି, ଏହାର ଚିତ୍ରାୟନ ବି ଅନୁରୂପ ଆକର୍ଷଣୀୟ ଓ ହୃଦୟସ୍ପର୍ଶୀ ହୋଇଛି।

ଏହି ସିନେମାର ଆଉଏକ ଗୀତ ‘ମୋ ହାତରେ ହାତରେଖା ଲେଖିଛି ମୋର ତୋରି ସାଥେ, ରହିଥିବି ସବୁବେଳେ ମୁଁ ଖାଲି ତୋ ପାଖେ, କଣ୍ଢେଇ ସାଜିକି ଆସିଲୁ, କିମିଆଁଟିଏ କରିଲୁ…’ ବି ରିଲିଜ୍ ହୋଇଛି। ଅନୁରାଗ ପଟ୍ଟନାୟକ ଏହାର ସଙ୍ଗୀତକାର ଓ କପିଳେଶ୍ୱର ରାଉତ ଗୀତିକାର। ଏଥିରେ କଣ୍ଠଦାନ କରିଛନ୍ତି କୁଲଦୀପ ପଟ୍ଟନାୟକ ଓ ଡି ଅଭିଷେକ। ଗୀତଟି ଅଭିନେତା ସୁକାନ୍ତ ରଥ ଓ ଅଭିନେତ୍ରୀ ନିଭିଙ୍କ ଉପରେ ପିକଚରାଇଜ୍ ହୋଇଛି।
ଉଲ୍ଲେଖଯୋଗ୍ୟ, ‘ତ୍ରିକନ୍ୟା’ରେ ମନୋଜ ମିଶ୍ର, ବର୍ଷା ପଟ୍ଟନାୟକ, ପାର୍ଥସାରଥୀ, ଶ୍ରଦ୍ଧା, ସୁକାନ୍ତ, ନିଭି, ଅମନ, ନିଶାନ୍ତ ମାଜିଥିୟା ଓ ସିଜନ୍ ମହାପାତ୍ର ପ୍ରମୁଖ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଛନ୍ତି। ଏହା ମାର୍ଚ୍ଚ ୮ ତାରିଖରେ ମୁକ୍ତିଲାଭ କରିବ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button