ଅପରାଧ

ତୃତୀୟ ପତ୍ନୀଙ୍କ ସହ ଇମ୍ରାନ୍‌ଙ୍କ ନିକାହ ବେଆଇନ: ଉଭୟଙ୍କୁ ୭ ବର୍ଷ ଜେଲ – Kalinga News

[ad_1]

ଇସଲାମାବାଦ: ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ପାଇଁ ସଙ୍କଟ ବଢ଼ିଛି। ପାକିସ୍ତାନର ଏକ ଅଦାଲତ ସାଧାରଣ ନିର୍ବାଚନର ଏକ ସପ୍ତାହ ପୂର୍ବରୁ ‘ଅଣ-ଇସଲାମିକ ନିକାହ’ ମାମଲାରେ ଇମ୍ରାନ୍ ଏବଂ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ୭ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ଫେବ୍ରୁଆରି ୮ ରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ପାକିସ୍ତାନ ତେହରିକ-ଏ-ଇନସାଫ୍ (ପିଟିଆଇ) ଦଳର ପ୍ରତିଷ୍ଠାତାଙ୍କ ଇମ୍ରାନଙ୍କ ପାଇଁ ଅତି ଜଟିଳ ସ୍ଥିତି ଉପୁଜିଛି। ନିକଟରେ ଦୁଇଟି ମାମଲାରେ ତାଙ୍କୁ ଦଣ୍ଡାଦେଶ ହୋଇଛି। ୭୧ ବର୍ଷୀୟ ଇମ୍ରାନ୍‌ ଖାନ୍ ଏବେ ଚତୁର୍ଥ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବାରୁ ତାଙ୍କର ରାଜନୈତିକ ଭବିଷ୍ୟତ ଅନ୍ଧକାର ହୋଇଯାଇଛି।

ବୁଶରା ବିବିଙ୍କ ପ୍ରଥମ ସ୍ୱାମୀ ଖାୱେର ମାନେକା ଏହି ମାମଲା ଦାଏର କରି ଅଭିଯୋଗ କରିଥିଲେ ଯେ ବୁଶରା ଇସଲାମିକ ପ୍ରଥାକୁ ଉଲ୍ଲଂଘନ କରିଛନ୍ତି। ବିବାହ ପୂର୍ବରୁ ବୁଶରା ବିବି ଏବଂ ଇମ୍ରାନ୍‌ଙ୍କ ମଧ୍ୟରେ ବ୍ୟଭିଚାର ସମ୍ପର୍କ ଥିବା ଖାୱେର ଅଭିଯୋଗ ଆଣିଥିଲେ। ଏଭଳି ଅପରାଧ ପାଇଁ ପଥର ମାଡ଼ କରି ମୃତ୍ୟୁଦଣ୍ଡରେ ଦଣ୍ଡିତ କରିବା ପ୍ରଥା ରହିଛି ବୋଲି ସେ ଯୁକ୍ତି ଦର୍ଶାଇଥିଲେ। ରାୱଲପିଣ୍ଡିସ୍ଥିତ ଆଡିଆଲା ଜେଲ୍ ପରିସରରେ ମାମଲାର ଶୁଣାଣି ୧୪ ଘଣ୍ଟା ଧରି ଚାଲିବା ପରେ ଆଜି ରାୟ ଆସିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button