ଅପରାଧ

ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ: ଗୁଆକାତିରେ ଆକ୍ରମଣରେ ବ୍ୟବସାୟୀ ଗୁରୁତର, କଟକ ସ୍ଥାନାନ୍ତର – Kalinga News

[ad_1]

ଅନୁଗୁଳ: ଅନୁଗୁଳ ଟାଉନ ଥାନା ବଣିଆବାହାଳରେ ଜଣେ ମଦ୍ୟପ ଯୁବକର ଗୁଆକାତି ଆକ୍ରମଣରେ ବଡ଼ମ୍ବା ଅଞ୍ଚଳର ବ୍ୟବସାୟୀ ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ମୁତାବକ କଟକ ଜିଲ୍ଲା ବଡ଼ମ୍ବା ଅଞ୍ଚଳର ଗଦାଧର ମଲ୍ଲିକ (୫୬) ଦୀର୍ଘ ଦିନ ହେଲା ହୁଲୁରିସିଂହାରେ ଭଡ଼ା ଘର ନେଇ ରହୁଥିଲେ। ସେ ଆଖପାଖ ଅଞ୍ଚଳରେ ରାସନ ସାମଗ୍ରୀ ବ୍ୟବସାୟ କରୁଥିବା ବେଳେ ଆଜି ଦିନ ପ୍ରାୟ ୧୧ଟା ବେଳେ ବଣିଆବାହାଳ ଆଡ଼କୁ ଯାଉଥିଲେ। ତେବେ ବାଟରେ ଜଣେ ଯୁବକ ତାଙ୍କୁ ଅଟକାଇ ଏକ ଗୁଆକାତିରେ ଆକ୍ରମଣ କରିଥିଲେ। ଫଳରେ ଗଦାଧର ଗୁରୁତର ହୋଇ ପଡ଼ିଯାଇଥିଲେ। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ମଧ୍ୟ ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button