ରାଜନୀତି

ଏପ୍ରିଲ ୧୬ରେ ଲୋକସଭା ନିର୍ବାଚନ ? କଣ କହିଲେ ନିର୍ବାଚନ କମିସନ ? – Kalinga News

[ad_1]

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ଏପ୍ରିଲ ୧୬ରେ ହେବ ବୋଲି କୁହାଯାଉଥିବା ଖବରକୁ ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ମଙ୍ଗଳବାର ଖଣ୍ଡନ କରିଛନ୍ତି। ସିଇଓଙ୍କ କାର୍ଯ୍ୟାଳୟରୁ ଏକ ଚିଠି ସୋସିଆଲ ମିଡିଆରେ ଆସିବା ପରେ ମତଦାନ ତାରିଖକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା । ଏହା ପରେ ସିଇଓ ସ୍ପଷ୍ଟୀକରଣ ଦେଇଛନ୍ତି ।

क्या 16 अप्रैल को होंगे लोकसभा चुनाव? इलेक्शन कमीशन ने वायरल दावों की बताई सच्चाई

ଭାଇରାଲ ହେଉଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ନିର୍ବାଚନ ଆୟୋଗ ନିର୍ବାଚନ ଯୋଜନାରେ ଆରମ୍ଭ ଓ ଶେଷ ତାରିଖ ଗଣନା ଉଦ୍ଦେଶ୍ୟରେ ୨୦୨୪ ଏପ୍ରିଲ ୧୬ ତାରିଖକୁ ସୂଚକାଙ୍କ ଭାବେ ଅସ୍ଥାୟୀ ମତଦାନ ଦିବସ ଭାବେ ଧାର୍ଯ୍ୟକରାଯାଇଥିବା କଥା କୁହାଯାଇଛି । ଭାରତର ନିର୍ବାଚନ ଆୟୋଗଙ୍କ ନିର୍ବାଚନ ଯୋଜନାରେ ଦିଆଯାଇଥିବା ସମୟସୀମାକୁ ପାଳନ କରିବା ସର୍ତ୍ତରେ ଦିଲ୍ଲୀର ସମସ୍ତ ୧୧ ଟି ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଏହି ବିଜ୍ଞପ୍ତି ଜାରି କରାଯାଇଛି ବୋଲି ଏଥିରେ କୁହାଯାଇଛି ।

 

ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସୋସିଆଲ ମିଡିଆ ସାଇଟ ଏକ୍ସରେ ସ୍ପଷ୍ଟୀକରଣ ଦିଆଯାଇଛି ଯେ ଏହି ତାରିଖଟି କେବଳ ନିର୍ବାଚନରେ ସଂପୃକ୍ତ ଅଧିକାରୀଙ୍କ ରେଫରେନ୍ସ ପାଇଁ ସୂଚୀତ କରାଯାଇଛି ଯେପରିକି ସେମାନେ ଭାରତର ନିର୍ବାଚନ ଆୟୋଗଙ୍କ ନିର୍ବାଚନ ଯୋଜନା ଅନୁସାରେ କାର୍ଯ୍ୟାବଳୀର ପ୍ରସ୍ତୁତି କରିପାରିବେ ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button